Odisha news

ମଦ ସହିତ କିପରି ଯୋଡିହେଲା କଳାକୁକୁର ର ନାମ ? ଜାଣନ୍ତୁ ‘ବ୍ଲାକ ଡଗ’ ନାମକ ମଦର କାହାଣୀ

0

ନୂଆଦିଲ୍ଲୀ : ମଦ ବର୍ତମାନ ମଣିଷ ଙ୍କ ଲାଇଫ ଷ୍ଟାଇଲ ର ଗୋଟିଏ ଅଂଶ ହୋଇ ସାରିଲାଣି l ଦୁନିଆରେ ସବୁଠୁ ଅଧିକ ବିକ୍ରୀ ହେଉଥିବା ଜିନିଷ ମାନଙ୍କ ମଧ୍ୟରେ ମଦ ୫ନଂବର ରେ ରହିଛି l ମଦରେ ହ୍ୱିସ୍କି, ୱାଇନ , ବିୟର ସବୁକିଛି ସାମିଲ ରହିଛି l କିନ୍ତୁ ଲୋକମାନଙ୍କର ସବୁଠୁ ପସନ୍ଦ ହେଉଛି ହ୍ୱିସ୍କି l ଏବଂ ଏହି ହ୍ୱିସ୍କି ବ୍ରାଣ୍ଡ ମଧ୍ୟରେ ଲୋକ ମାନଙ୍କର ସବୁଠୁ ପ୍ରିୟ ଅଟେ ବ୍ଲାକ ଡଗ ହ୍ୱିସ୍କି l କିନ୍ତୁ ଭାରତୀୟ ମାନେ ଅନେକ ସମୟରେ ଏହି ବ୍ଲାକ ଡଗ ହ୍ୱିସ୍କି କୁ ନେଇ ଅନେକ କଥା ଭାବି ଥାଆନ୍ତି, ଯାହାର ହିନ୍ଦୀରେ ନାମ ହେଉଛି କାଲା କୁତା l ଯାହାର କି ଏହି ହ୍ୱିସ୍କି ସହିତ କିଛି ସମ୍ପର୍କ ନାହିଁ l ଏହି ଇନ୍ଟରେଷ୍ଟିଙ୍ଗ ନାମ ପଛରେ ପ୍ରକୃତରେ ଗୋଟିଏ କାରଣ ରହିଛି l ଭାରତୀୟ ମଦ ପ୍ରେମୀ ମାନଙ୍କ ମଧ୍ୟରେ ବ୍ଲାକ ଡଗ ହ୍ୱିସ୍କି ର ଖୁବ ଚାହିଦା ରହିଛି l କିନ୍ତୁ ଆପଣ କଣ କେବେ ଭାବିଛନ୍ତି ଏହି ହ୍ୱିସ୍କି ର ନାମ ବ୍ଲାକ ଡଗ କିପରି ଓ କାହିଁକି ହେଲା ?

ବିଶେଷ ଭାବରେ ଏହି ନାମର କନେକ୍ସନ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତି ସାର ବୋଲ୍ଟର ମୀଲର୍ଡ ଙ୍କ ଗୋଟିଏ ଅଭ୍ୟାସ ସହିତ ଜଡିତ l କମ୍ପାନୀର ୱେବସାଇଡ ରେ ଦିଆଯାଇଥିବା ତଥ୍ୟ ଅନୁସାରେ , ମୀଲର୍ଡ ଙ୍କର ମାଛ ଧରିବାରେ ଖୁବ ସଉକ ରହିଥିଲା l ମାଛ ଧରିବା ପାଇଁ ସେ ଗୋଟିଏ ବିଶେଷ ଧରଣର କଣ୍ଟା ବା ଫିସିଂ ଫ୍ଲାଇ ର ବ୍ୟବହାର କରୁଥିଲେ l ଏହି ଫିସିଙ୍ଗ ଫ୍ଲାଇ କୁ ବ୍ଲାକ ଡଗ କୁହାଯାଇଥାଏ l ଯଦି ଆପଣ ଠିକ ଭାବରେ ବ୍ଲାକ ଡଗ ର ବୋତଲ କୁ ଠିକ ଭାବରେ ଦେଖିବେ ସେହି ମାଛ ଧରୁଥିବା କଣ୍ଟାର ଚିତ୍ରକୁ ଦେଖିପାରିବେ l ଏହା ବ୍ଲାକ ଡଗ ମଦ ଲୋଗୋ ବୋଲି କୁହାଯାଇଥାଏ l ଏହି ଫିସିଙ୍ଗ ଫ୍ଲାଇ ରୁ ପ୍ରେରିତ ହୋଇ ହ୍ୱିସ୍କି ମେକର ମୀଲର୍ଡ ୧୮୮୩ ରେ ଏହି ମଦର ବ୍ରାଣ୍ଡ କୁ ଆରମ୍ଭ କରିଥିଲେ ଓ ଏହାର ନାମ ବ୍ଲାକ ଡଗ ରଖିଥିଲେ l ସ୍କଟଲ୍ୟାଣ୍ଡ ର ବ୍ଲାକ ଡଗ ହ୍ୱିସ୍କି ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ l

Nalco

Leave A Reply