Odisha news

ମଣିଷଙ୍କ ଚିଡିଆଖାନା : କଳା ଲୋକଙ୍କୁ ପଞ୍ଜୁରୀରେ ବନ୍ଦୀ କରି ରଖୁଥିଲେ ଗୋରା ଧନୀ ଲୋକେ, ଦେଖିବା ପାଇଁ ଲାଗୁଥିଲା ଟିକଟ

0

ମାନବ ଇତିହାସ ଖୁବ ସୁଦୀର୍ଘ ଅଟେ, ଇତିହାସ ର ପୃଷ୍ଠା ଯଦି ଲେଉଟାଇବା ଏଭଳି ଅନେକ ଘଟଣା ରହିଛି ଯାହା ଆମ ପାଇଁ ଅଜ୍ଞ , ଯେପରିକି ମଣିଷ ଉଲଗ୍ନ ଅବସ୍ଥାରେ ବଣ ଓ ଗୁମ୍ଫା ରେ ରହିବାରୁ ନେଇ ପରମାଣୁ ବୋମା ପଡ଼ିବା ଘଟଣା ଲୁଚି ରହିଛି l ବିଶେଷ ଭାବରେ ଏହିସବୁ ଘଟଣାକୁ ଆମକୁ ପଢ଼ା ଯାଇଛି କିମ୍ବା କୁହାଯାଇଛି ବୋଲି ଆମେ ଜାଣିଚୁ l କିନ୍ତୁ ଏଭଳି ଗୋଟିଏ କଳା ଇତିହାସ ରହିଛି ଯାହାକୁ ଖୁବ କମ ଲୋକ ଜାଣିଛନ୍ତି l ତାହା ହେଉଛି ହ୍ୟୁମାନ -ଜୁ ଅର୍ଥାତ ମଣିଷଙ୍କ ଚିଡିଆଖାନା l

୧୯ବିଂଶ ଶତାବ୍ଦୀ ର ଶେଷ ଏବଂ ବିଂଶ ଶତାବ୍ଦୀ ର ଆରମ୍ଭରେ ୟୁରୋପ ର ଏସଡ ନାଗରିକ ମାନଙ୍କୁ ବିଭିନ୍ନ ଜାତୀୟ ସମୂହ ର ଲୋକଙ୍କୁ ପଞ୍ଜୁରୀ ରେ ପୁରାଇ ପ୍ରଦର୍ଶିତ କରାଯାଉ ଥିଲା l ଏହା ଗୋଟିଏ ପ୍ରକାରର ମନୋରଞ୍ଜନ ରେ ଯାଉଥିଲା l ଯେଉଁଠି ଏସଡ ଲୋକ ମାନଙ୍କୁ ଚିଡିଆଖାନା ରେ ଜୀବଜନ୍ତୁ ରହିବା ଭଳି ପ୍ରଦର୍ଶିତ କରାଯାଉଥିଲା l ଏବଂ ଏହି ମଣିଷ ପ୍ରଦର୍ଶନୀ ରେ ବିଶେଷ ଭାବରେ ଏସିଆ, ଆଫ୍ରିକା ମହାଦେଶର ବିଭିନ୍ନ ଦେଶର ଲୋକେ ଏବଂ ଓସିନିଆ ଲୋକେ ସାମିଲ ରହୁଥିଲେ l

ନିକଟରେ ଗୋଟିଏ Reddit ପୋଷ୍ଟ ଭାଇରଲ ହୋଇଥିଲା, ଯେଉଁଥିରେ ୧୯୦୫ ରେ ପ୍ୟାରିସ ର ଗୋଟିଏ ମାନବ ଜୁ କୁ ଦେଖା ଯାଇଛି, ଏହି ଫଟୋରେ ଶ୍ୱେତ ଉଚ୍ଚ ବର୍ଗର ଲୋକେ ପଞ୍ଜୁରୀ ରେ ବନ୍ଦ ଥିବା ଗୋଟିଏ କାଳିଆ ରଙ୍ଗର ଲୋକକୁ ଦେଖୁଛନ୍ତି, ଏହି ପୋଷ୍ଟ କୁ ଦେଖି ଲୋକେ ଗୋରା ଲୋକଙ୍କର ଏହି ଅସାମାଜିକ କାର୍ଯ୍ୟ କୁ ନିନ୍ଦା କରିଥିଲେ l

ବିବିସି ନ୍ୟୁଜ ର ସୂଚନା ଅନୁସାରେ ମାନବ ଚିଡିଆଖାନା ର ଆରମ୍ଭ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ, ଯାହା ବିଶେଷ ଭାବରେ ଉପନିବେଶକ ବାଦି ମାନେ ପ୍ରସ୍ତୁତ କରୁଥିଲେ l ଏବଂ ଏହିଠାରୁ ମାନବ ଚାଲାଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା l ଏହାଛଡା ଲୋକଙ୍କୁ ଜୀବଜନ୍ତୁ ଙ୍କୁ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଥିବା ଭଳି ବ୍ୟବହାର କରାଯାଉ ଥିଲା l

Leave A Reply