Odisha news

ରେମୁଣା ନିର୍ବାଚନ ମଣ୍ଡଳୀ ଭାଜପାର ସାଂଗଠନିକ ବୈଠକ

0

ବାଲେଶ୍ୱର–ଆଜି ବୁଧବାର ଅପରାହ୍ନ ସମୟରେ ରେମୁଣା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୫ଟି ମଣ୍ଡଳର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ , ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ରେମୁଣାର ସଂଗଠନ ପ୍ରଭାରୀ ମିହିର ପାଣି ପ୍ରମୁଖ ଯୋଗଦେଇ ଦଳୀୟ ସାଂଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ ।

ପୂର୍ବତନ ବିଧାୟକ ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ୨୮ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ସିଏଏ ସପକ୍ଷ ରାଲିରେ ଆସୁଥିବାରୁ ପ୍ରତ୍ୟକ ବୁଥ୍ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଏହି ରାଲିରେ ଯୋଗଦିଅନ୍ତୁ । ଏହି ରାଲି ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଅନୁଷ୍ଠିତ ହେବବୋଲି ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି ସୂଚନା ଦେଇଥିଲେ ।

ଏହି ବୈଠକରେ ଜିଲ୍ଲା ପରିଷଦର ସଦସ୍ୟ ସୀତାରାମ ପ୍ରଧାନଙ୍କ ସମେତ ବିପିନ ମାରାଣ୍ଡି,ସରିତା ଗିରି, ଭାସ୍କର ମଲ୍ଲିକ, କୃଷ୍ଣଚନ୍ଦ୍ର ସାହା, ଅଜୟ ବାରିକ୍, ମଳୟ ବିଶ୍ୱାଳଳ, ଭୋଳାନାଥ ପାତ୍ର, ପର୍ଶୁରାମ ପରିଡ଼ା, କାଳିଚରଣ ମାଲ, ସୋମନାଥ ଗିରି, ସୁମନ୍ତ ଦାସ,କମଳା ବିନ୍ଧାଣୀ, ରଣଜିତ୍ କୁମାର ପ୍ରଧାନ, ମିଥୁନ୍ ସାହା, ପିଙ୍କୁ ପଣ୍ଡା, କାହ୍ନୁ ଚରଣ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ. ସଭ୍ୟାଙ୍କ ସମେତ ପଞ୍ଚାୟତ ଶକ୍ତିକେନ୍ଦ୍ରର ପ୍ରମୁଖମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply