Odisha news

ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ: ସମୀର ମହାନ୍ତି

0

 ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି
 ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି
 ସିଏଏ ଦ୍ୱାରା ଭାରତ କିମ୍ବା ଜଗତସିଂହପୁରର ରହୁଥିବା କୌଣସି ମୁସଲମାନ ନାଗରିକର ନାଗରିକତା ଯିବନି
ଜଗତସିଂହପୁର/ଭୁବନେଶ୍ୱର,ତା.୧୮/୦୧: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ଜଗତସିଂହପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।


ଶ୍ରୀ ମହାନ୍ତି କହିଛନ୍ତି ଯେ, ବିରୋଧୀ କଂଗ୍ରେସ ଏବଂ କିଛି ଆଂଚଳିକ ଦଳ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି । ଏହି ଆଇନ ଦ୍ୱାରା ଭାରତ କିମ୍ବା ଜଗତସିଂହପୁରର ରହୁଥିବା କୌଣସି ମୁସଲମାନ ନାଗରିକର ନାଗରିକତା ଯିବନି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ।
ଜଗତସିଂହପୁର ଗାନ୍ଧୀ ଛକରୁ ସିଏଏ ସମର୍ଥନରେ ଏକ ସଚେତନତା ରାଲି ବାହାରି ମେଡିକାଲ ଛକ ସଭାସ୍ଥଳରେ ପହଂଚିଥିଲା । ଏହି ସଚେତନତା ରାଲିରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଓ କାଳନ୍ଦୀ ସାମଲ, ରାଜ୍ୟ ସଂପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ସାଂସଦ ବିଭୁ ତରାଇ, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପ୍ରତାପ ମିଶ୍ର, ସୁକାନ୍ତ ବିଶ୍ୱାଳ, ଯାଜ୍ଞସେନୀ ଜେନା, ରମାକାନ୍ତ ଭୋଇ, ସଂପଦ ସ୍ୱାଇଁ, ଉପେନ୍ଦ୍ର ବିଶ୍ୱାଳଙ୍କସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଆଜିର ଏହି ସମାବେଶରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥଲେ ।

Leave A Reply