ସ୍ମିତାରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ହେଫାଜତକୁ ନନେଇ ଚାର୍ଜସିଟ ପ୍ରସ୍ତୁତ କରିବା ପ୍ରସଙ୍ଗ ପୋଲିସ ଜାଣିଶୁଣି ଦୁର୍ବଳ ଚାର୍ଜସିଟ କରି ରୂପେଶ ଭଦ୍ରକୁ ଜାମିନ ଦେବାର ଷଡଯନ୍ତ୍ର କରିଛି :ବିଜେପି
ଭୁବନେଶ୍ୱର,ତା.୦୨/୦୧: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡକୁ ଅଢେଇ ମାସ ବିତିଥିଲେ ବି ଏହି ହତ୍ୟାକାଣ୍ଡର ରହସ୍ୟ ପର୍ଦ୍ଦାଫାଶ ହେଲା ନାହିଁ । ପୂର୍ବରୁ ଏହି ହତ୍ୟା ଘଟଣାରେ ଯାଜପୁର ଏସପି ମୃତା ସ୍ମିତାରାଣୀର ଚରିତ୍ର ହନନ କରି ଘଟଣାକୁ ଏକ ନୂଆ ମୋଡ ଦେଇଥିଲେ । ଆଉ ଏବେ ଯାଜପୁର ପୋଲିସ ତୃତୀୟ ମହଲା ଇଙ୍ଗିତରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ହେଫାଜତକୁ ନନେଇ ଜାଣିଶୁଣି ଦୁର୍ବଳ ଚାର୍ଜସିଟ କରି ରୂପେଶ ଭଦ୍ରକୁ ଜାମିନ ଦେବାର ଷଡଯନ୍ତ୍ର କରିଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ରେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ପୋଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି କିନ୍ତୁ ତାକୁ ହେଫାଜତକୁ ନେଇ ନାହିଁ । କେଉଁ ଆଧାରରେ ପୋଲିସ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ? ମୁଖ୍ୟ ଅପରାଧୀକୁ ପୋଲିସ ହେଫାଜତକୁ ନନେଇ କିପରି ଚାର୍ଜସିଟ ତିଆରି କଲା? ମୃତା ସ୍ମିତାରାଣୀଙ୍କ ପୋଷ୍ଟମଟମ ରିପୋର୍ଟ ଅନୁଯାୟୀ ସ୍ମିତାରାଣୀଙ୍କ ମୃତୁ୍ୟ ଇଗ୍ଦକ୍ଟ୍ରଷଚ୍ଚଙ୍ଘସବଗ୍ଧସକ୍ଟଦ୍ଭ ରେ ହୋଇଛି ବୋଲି ଦର୍ଶାଯାଇଛି । ଏହାର ଅର୍ଥ ଆତ୍ମହତ୍ୟା ନୁହେଁ । କିଏ ବି ତଂଟି ଚିପି ହତ୍ୟା କରିଥାଇପାରେ କିମ୍ବା ବେକରେ ରଶି ଲଗାଇ ସ୍ମିତାରାଣୀଙ୍କୁ ହତ୍ୟା କରିଥାଇ ପାରେ । କିନ୍ତୁ ପୋଲିସ ଘଟଣାର ୩ ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିଲା ।
ସ୍ମିତାରାଣୀ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଯାଜପୁର ଏସପିଙ୍କୁ କିଏ ନିଦେ୍ର୍ଦଶ ଦେଇଥିଲେ? କାହା ନିଦେ୍ର୍ଦଶରେ ପୋଲିସ କେବଳ ରୂପେଶ ଭଦ୍ରଙ୍କୁ ଗିରଫ କରି ବାକି ଘଟଣାସ୍ଥଳରେ ଉପସ୍ଥିତ ଥିବା ୪ ଜଣ ବିଜେଡି ଦଳର ପ୍ରତିନିଧୀ ଏବଂ ରାମକୋର ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କଲା ନାହିଁ? କେଉଁ ଆଧାରରେ ଯାଜପୁର ଏସପି ୩ ଦିନ ଭିତରେ ଏହାକୁ ଆତ୍ମହତ୍ୟାର ରୂପ ଦେଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ହରିଦାସପୁର ପଂଚାୟତର ଅନେକ ଜମି ରାମକୋ ବେଆଇନ ଭାବେ ଜବରଦଖଲ କରିଛି । ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମିକୁ ରାମକୋ ନିଜ ଜମିରେ ସାମିଲ କରାଇଛି । ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡକୁ ବାଟବଣା କରିବା ପାଇଁ ତୃତୀୟ ମହଲାର ଚାପ ରହିଛି । ସେଥିଲାଗି ଓଡିଶାର ପୂର୍ବତନ ଡିଜି ବି.କେ ଶର୍ମାଙ୍କ ବଦଳି କରାଗଲା । ସ୍ମିତାରାଣୀ ଏବଂ ରାମକୋ ଜମି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେଡି ମୁଖପାତ୍ର ବ୍ୟକ୍ତିଗତ ଆରୋପ ଲଗାଇ ଘଟଣାକୁ ଅନ୍ୟ ମୋଡ ଦେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀ ଓ ୪ ଜଣ ବିଜେଡି ପ୍ରିତିନିଧୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୃକ୍ତ କରାଯାଉ । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି । ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।