Odisha news

‘କରୋନାର ଧ୍ୱଂସ ସ୍ତୁପରୁ ନବ ନିର୍ମାଣର ସଂକଳ୍ପ ସ୍ଥିତି’ ବଜେଟ ମାଧ୍ୟମରେ ପ୍ରତିଫଳିତ ହୋଇଛି : ପ୍ରତାପ ଷଡଙ୍ଗୀ

 ୧୩୦ କୋଟି ଲୋକଙ୍କ ଗଭୀର ଆତ୍ମବିଶ୍ୱାସରେ ଏହି ବଜେଟ ଆଲୋକିତ
 ବଜେଟ କେବଳ ଏକ ହିସାବର ଫର୍ଦ୍ଦ ନୁହେଁ ,ଏହା ରାଷ୍ଟ୍ର ନବଜାଗରଣ ସଂକଳ୍ପର ଏକ ଦଲିଲ
 ବଜେଟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସକାରତ୍ମକ ପରିବର୍ତନ ଆଣିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
 ୨୦୨୧-୨୨ କେନ୍ଦ୍ର ବଜେଟ ୬ଟି ସ୍ତମ୍ଭ ଉପରେ ଆଧାରିତ ହୋଇଛି
 ବଜେଟରେ ପଶୁପାଳନ ଡାଏରୀ ଏବଂ ମସô୍ୟ ପାଳନ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି
 ଉଭୟ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ରରେ ମାଛଧରା ଜେଟି ଏବଂ ମସô୍ୟ ଲ୍ୟାଣ୍ଡିଂ କେନ୍ଦ୍ରର ବିକାଶ ନିମନ୍ତେ ୫ଟି ପ୍ରମୁଖ ମସô୍ୟ ବନ୍ଦର କୋଚି, ଚେନ୍ନାଇ, ବିଶାଖାପାଟଣା,ପାରଦୀପ ଏବଂ ପେତବାଘାଟକୁ ଆର୍ଥିକ ଗତିବିଧି କେନ୍ଦ୍ର ରୂପରେ ବିକଶିତ କରାଯିବ
 ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ ୧୫୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ଯାହାକି ଚଳିତ ବର୍ଷର ବଜେଟ ପୂର୍ବାନୁମାନର ଦୁଇଗୁଣା
 ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କାବଜେଟ ବ୍ୟବସ୍ଥା କରାଯାଇଛି
 କୋଭିଡ-୧୯ ଟିକା ପାଇଁ ୩୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି
 କୋଭିଡ ଟୀକା ଭାରତର ସମସ୍ତ ଲୋକଙ୍କୁ ଦିଆଯିବ
 ରେଳବାଇ ପାଇଁ ରେକର୍ଡ ପରିମାଣର ୧,୧୦,୦୫୫ କୋଟି ଅର୍ଥ ବ୍ୟୟ ବରାଦ ହୋଇଛି
 ୧୩ ହଜାର କିମିର ନୂଆ ସଡକ ୩.୩ ଲକ୍ଷ କୋଟିରେ ନିର୍ମାଣ ହେବ
 ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି
 ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ବଜେଟ ସଂପର୍କିତ ଆଲୋଚନାଚକ୍ରରେ ସାମିଲ ହୋଇ ବଜେଟର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ
ଭୁବନେଶ୍ୱର, ତା.୦୪/୦୨: ଚଳିତ ବର୍ଷର ବଜେଟ ହେଉଛି ଐତିହାସିକ ଏବଂ କ୍ରାନ୍ତିକାରୀ ବଜେଟ । କରୋନାରେ ସାରା ବିଶ୍ୱକୁ ଧ୍ୱ୍ୱସ୍ତ ବିଧ୍ୱସ୍ତ ହୋଇଥିବା ସମୟରେ ଏହି ବଜେଟ ଅମୃତ କଳସ ପରି ଉପସ୍ଥାପିତ କରାଯାଇଛି । ଏଥିରେ ଦୃଢ ଇଚ୍ଛା ଶକ୍ତି,ଗଭାର ସମ୍ବେଦନ ଶୀଳତା, ପ୍ରଚଣ୍ଡ ଆତ୍ମବିଶ୍ୱାସ ଏବଂ ଦୁର୍ବାର ସାହସିକତାର ପ୍ରତିଫଳନ ହୋଇଛି । ୧୩୦ କୋଟି ଲୋକଙ୍କ ଗଭୀର ଆତ୍ମବିଶ୍ୱାସରେ ଏହି ବଜେଟ ଆଲୋକିତ । ଏହା କେବଳ ଏକ ହିସାବର ଫର୍ଦ୍ଦ ନୁହେଁ ଏହା ରାଷ୍ଟ୍ର ନବଜାଗରଣ ସଂକଳ୍ପର ଏକ ଦଲିଲ । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ନୀତିରେ ବଜେଟ ପ୍ରସ୍ତୁତ ହୋଇଛି । ବଜେଟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଭିତଭୂମିକୁ ସୁଦୃଢ କରିବା, ମହିଳା ସଶକ୍ତିକରଣ, ସମାବେଶୀ ବିକାଶ ଆଦି ପ୍ରସଙ୍ଗକୁ ଅଗ୍ରାଧୀକାର ଦିଆଯାଇଛି । କରୋନାର ଧ୍ୱଂସ ସ୍ତୁପରୁ ନବ ନିର୍ମାଣର ଏକ ସଂକଳ୍ପ ସ୍ଥିତି ଏହି ବଜେଟ ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା ଭିତିିଭୂମି କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତନ ଆଣିବ । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ୨୦୨୧-୨୨ କେନ୍ଦ୍ର ବଜେଟ ୬ଟି ସ୍ତମ୍ଭ ଉପରେ ଆଧାରିତ ହୋଇଛି । ସେଗୁଡିକ ହେଲା ସ୍ୱାସ୍ଥ୍ୟ ଓ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିିଭୂମି,ଆକାଂକ୍ଷୀ ଭାରତ ପାଇଁ ସମାବେଶୀ ବିକାଶ,ମାନବ ସମ୍ବଳର ଉପଯୁକ୍ତ ବିକାଶ ଓ ବିନିଯୋଗ, ନବସୃଜନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ । କରୋନା ସମୟରେ ଅର୍ଥନୀତି ଅପେକ୍ଷା ମାନବ ଜୀବନକୁ ଅଧିକା ଗୁରୁତ୍ୱ ଏହି ବଜେଟରେ ଦିଆଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କାବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ ୯୪,୪୫୨ କୋଟି ଟଙ୍କା ଠାରୁ ୧୩୭% ଅଧିକ । ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ-୧୯ ଟିକା ପାଇଁ ୩୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । କୋଭିଡ ଟୀକା ଭାରତର ସମସ୍ତ ଲୋକଙ୍କୁ ଦିଆଯିବ । ଭାରତ ନିର୍ମିତ ନୁ୍ୟମୋକୋକାଲ ଟୀକା ସାରା ଦେଶରେ ଦିଆଯିବ । ବର୍ତମାନ ଏହା ୫ଟି ରାଜ୍ୟରେ ଦିଆଯାଉଛି-ଏହା ବାର୍ଷିକ ୫୦,୦୦୦ ଶିଶୁ ମୃତୁ୍ୟ ରୋକିବାରେ ସହାୟକ ହେବ । ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ୧୧ଟିରାଜ୍ୟରେ ୩୩୮୨ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ ହେବ । ୬୦୨ଟି ଜିଲ୍ଲାରେ କ୍ରିଟିକାଲକେୟାର ହସ୍ପିଟାଲ ବ୍ଲକ ଏବଂ ୧୨ଟି କେନ୍ଦ୍ରୀୟ ସଂସ୍ଥାନ ପ୍ରତିଷ୍ଠା ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଦେଶରେ ମିଶନ ପୋଷଣ ୨.୦ ଶୁଭାରମ୍ଭ କରାଯିବ । ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ପୁଷ୍ଟିସାଧନ ପରିଣାମରେ ସୁଧାର ଆଣିବା ଲାଗି ସମନ୍ୱିତ ରଣନୀତି ପ୍ରସ୍ତୁତ ହେବ । ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଚଂଳ) ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୨.୮୬ କୋଟି ପରିବାର ଏବଂ ସମସ୍ତ ୪୩୭୮ ସହରାଚଂଳରେ ସାର୍ବଜନୀନ ଜଳ ଯୋଗାଇ ଦିଆଯିବ । ୫୦୦ ଅମୃତ ଯୋଜନାଭୃକ୍ତ ନଗରୀରେ ଅଳିଆ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ନିର୍ମାଣ ଏବଂ ଭଗ୍ନ କାର୍ଯ୍ୟକଳାପ ଯୋଗୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ କରାଯିବ । ବାୟୁ ପ୍ରଦୂଷଣର ମୁକାବିଲା ଲାଗି ୨୨୧୭ କୋଟି ଟଙ୍କା ବ୍ୟୟ କରାଯିବ । ୧୩ଟି କ୍ଷେତ୍ରରେ ପିଏଲଆଇ ଯୋଜନା ପାଇଁ ଆସନ୍ତା ୫ ବର୍ଷରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ । ବିଶ୍ୱ ଯୋଗାଣ ଶୃଙ୍ଖଳର ଅଂଶବିଶେଷ ପାଲଟିବା, ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ଯୁକ୍ତ ହେବା ଲାଗି ଉତ୍ପାଦନ ଭିତ୍ତିକ କମ୍ପାନୀଗୁଡିକୁ ସହାୟତା ଯୋଗାଇ ଦିଆଯିବ । ପିଏଲଆଇ ବ୍ୟତୀତ ମେଗା ନିବେଶ ବୟନ ପାର୍କ (ମିତ୍ର) ପ୍ରତିଷ୍ଠା କରାଯିବ । ୩ ବର୍ଷ ମଧ୍ୟରେ ସାତଟି ବୟନ ପାର୍କ ସ୍ଥାପନ କରାଯିବ । ଜାତୀୟ ଭିତିିଭୂମି ପାଇପଲାଇନ (ଏନଆଇପି) ୭୪୦୦ ପ୍ରକଳ୍ପକୁ ସମ୍ପ୍ରସାରିତ କରାଯିବ । ୨୦,୦୦୦ କୋଟି ଟଙ୍କାର ଭିତିିଭୂମି ଅର୍ଥ ଲଗାଣ ବ୍ୟବସ୍ଥା ସ୍ଥାପନ କରାଯିବ ଏବଂ ବିକାଶ ଆର୍ଥିକ ସଂସ୍ଥାନ (ଡିଏଫଆଇ)- ଭିତିିଭୂମି ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଯୋଗାଣକାରୀ, ସକ୍ଷମକାରୀ ଏବଂ ସହାୟକ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏନଏଚଏଆଇ ଇନଭିଟକୁ ୫୦୦୦ କୋଟି ଟଙ୍କାର ୫ଟି କାର୍ଯ୍ୟକ୍ଷମ ଟୋଲ ରୋଡ ହସ୍ତାନ୍ତର କରାଯାଉଛି । ପିଜିସିଆଇ ଇନଭିନକୁ ୭୦୦୦ କୋଟି ଟଙ୍କାର ଟ୍ରାନ୍ସମିଶନ ସମ୍ପତିିର ହସ୍ତାନ୍ତର ହୋଇଛି । ବଜେଟରେ ୧୩ ହଜାର କିମିର ନୂଆ ସଡକ ୩.୩ ଲକ୍ଷ କୋଟିରେ ନିର୍ମାଣ ହେବ । ଭାରତମାଳା କାର୍ଯ୍ୟକ୍ରମ ପାଇଁ ୫.୩୫ ଲକ୍ଷ କୋଟିର କାମ ଦିଆଯାଇଛି । ରେଳବାଇ ପାଇଁ ରେକର୍ଡ ପରିମାଣର ୧,୧୦,୦୫୫ କୋଟି ଅର୍ଥ ବ୍ୟୟ ବରାଦ ହୋଇଛି । ସହରାଚଂଳ ଭିତିଭୂମିକୁ ସୁଦୃଢ କରିବା ସହ ମେଟ୍ରୋ, ରେଳ ଓ ସିଟି ବସ ସେବା ନିମନ୍ତେ ୧୮ ହଜାର କୋଟି ଟଙ୍କାର ଏକ ନୂଆ ଯୋଜନା ଆରମ୍ଭ ହେବ । ୨୦୨୧-୨୨ ବଜେଟରେ ୫.୫୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଛି ଯାହାକି ୨୦୨୦-୨୧ ବଜେଟର ପୁଞ୍ଜି ବ୍ୟୟବରାଦ ୪.୧୨ ଲକ୍ଷ କୋଟି ଟଙ୍କା ଠାରୁ ୩୪.୫% ଅଧିକ । ଉଜ୍ଜ୍ୱଳା ଯୋଜନାର ସମ୍ପ୍ରସାରିତ କରାଯାଇ ୧ କୋଟି ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯିବ । ଜମ୍ମୁ-କଶ୍ମୀରରେ ଏକ ନୂଆ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଆରମ୍ଭ କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଲଦାଖରେ ଉଚ୍ଚଶିକ୍ଷା ବ୍ୟବସ୍ଥା କରିବା ଲାଗି ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଅନୁସୂଚୀତ ଜାତି ଏବଂ ଜନଜାତି କଲ୍ୟାଣ କ୍ଷେତ୍ରରେ ୭୫୦ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନୁସୂଚୀତ ଜାତିଙ୍କ କଲ୍ୟାଣ ଲାଗି ମାଟ୍ରିକ ପରବର୍ତୀ ଛାତ୍ରବୃଦ୍ଧି ଯୋଜନା ପୁଣିଥରେ ଆରମ୍ଭ କରାଯାଇଛି । ଆର୍ଥିକ ବର୍ଷ ୨୦୨୨ରେ କୃଷି କ୍ରେଡିଟ କାର୍ଡ ଲକ୍ଷ୍ୟକୁ ବୃଦ୍ଧି କରାଯାଇ ୧୬.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ପଶୁପାଳନ ଡାଏରୀ ଏବଂ ମସô୍ୟ ପାଳନ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି । ଅପରେସନ ଗ୍ରୀନ ଯୋଜନାରେ ଶୀଘ୍ର ନଷ୍ଟ ହୋଇଯାଉଥିବା ୨୨ଟି ଉତ୍ପାଦ ସାମିଲ କରାଯିବ ଯାହାଫଳରେ କୃଷି ଏବଂ ଆନୁସଙ୍ଗୀକ ଉତ୍ପାଦର ମୂଲ୍ୟ ବୃଦ୍ଧିକୁ ପ୍ରୋସôାହନ ମିଳିବ । ଉଭୟ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ରରେ ମାଛଧରା ଜେଟି ଏବଂ ମସô୍ୟ ଲ୍ୟାଣ୍ଡିଂ କେନ୍ଦ୍ରର ବିକାଶ ନିମନ୍ତେ ୫ଟି ପ୍ରମୁଖ ମସô୍ୟ ବନ୍ଦର କୋଚି, ଚେନ୍ନାଇ, ବିଶାଖାପାଟଣା,ପାରଦୀପ ଏବଂ ପେତବାଘାଟକୁ ଆର୍ଥିକ ଗତିବିଧି କେନ୍ଦ୍ର ରୂପରେ ବିକଶିତ କରାଯିବ । ଏହା ବ୍ୟତିତ ନଦୀ ମୁହାଣ ଓ ଅନ୍ୟାନ୍ୟ ଜଳଉସôଗୁଡିକର ମାଛଧରାକୁ ପ୍ରୋସôାହନ ପାଇଁ ମଧ୍ୟ ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ ହେବ । ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ ହେଲେ ଓଡିଶା ଲାଭବାନ ହେବ । ଦେଶର ଯେକୌଣସି ସ୍ଥାନରୁ ରାସନ ପାଇବା ଲାଗି ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି । ଏହାର ଅଧିକ ଲାଭ ପ୍ରବାସୀ ଶ୍ରମିକ ପାଇଛନ୍ତି । ଏହି ଯୋଜନା ଲାଗୁ ହେବା ପରଠାରୁ ଏଥିରେ ବର୍ତମାନ ସୁଦ୍ଧା ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୮୬ ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇରିଛି । ଅବଶିଷ୍ଟ ୪ଟି ରାଜ୍ୟକୁ ଆସନ୍ତା କିଛି ମାସ ମଧ୍ୟରେ ସାମିଲ କରାଯିବ । ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ ୧୫୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ଯାହାକି ଚଳିତ ବର୍ଷର ବଜେଟ ପୂର୍ବାନୁମାନର ଦୁଇଗୁଣା । ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
୨୦୨୦-୨୧ ବଜେଟରେ ୪.୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବା ବେଳେ ଏହି ବର୍ଷ ବାସ୍ତବ ବ୍ୟୟ ୪.୩୯ ଲକ୍ଷ କୋଟି ଟଙ୍କା ହୋଇଥିବାରୁ ବ୍ୟୟର ଗୁଣବତା ବଜାୟ ରଖାଯାଇପାରିଛି । ପଂଚଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ ୨୦୨୩-୨୪ ସୁଦ୍ଧା ରାଜ୍ୟଗୁଡିକର ରାଜସ୍ୱ ନିଅଂଟ ଜିଏସଡିପିର ୩ ପ୍ରତିଶତ ପର୍ଯ୍ୟନ୍ତ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକସଦାତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ସହିତ ଦେଶରେ ଏକ ନିବେଶ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକପାରଦର୍ଶୀ, ଦକ୍ଷ ଟିକସ ବ୍ୟବସ୍ଥା ନିମନ୍ତେ ସଂକଳ୍ପ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ୨.୭୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟସାମଗ୍ରୀ , ୮ କୋଟି ପରିବାରକୁ ମାଗଣା ଗ୍ୟାସ,୪୦ କୋଟିରୁ ଅଧିକ କୃଷକ,ମହିଳା,ବୟସ୍କ, ଗରିବ ଏବଂ ଅସହାୟଲୋକଙ୍କୁ ନଗଦ ରାଶି ସହାୟତା ପ୍ରଦାନ କରାଯାଇଥିଲା । କେନ୍ଦ୍ରୀୟ ବଜେଟ ୨୦୧୫-୧୬ରେ ୧୩ଟି ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକି ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ୨୦୨୨ର ଅମୃତ ମହୋସôବ ସମୟରେ ଆତ୍ମନିର୍ଭରଶୀଳତାର ସଂକଳ୍ପ ଅନୁରୂପ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ପରେ ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ‘ଉକ୍ରଳ ଚେୟାର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀ’ ସଭାଗୃହ ଠାରେ ବିଜେପି ବୁଦ୍ଧିଜୀବୀ ସେଲ୍ ପକ୍ଷରୁ ଆୟୋଜିତ ବଜେଟ ସଂପର୍କିତ ଆଲୋଚନାଚକ୍ରରେ ସାମିଲ ହୋଇ ବଜେଟର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ । ଏହା ସହ ଶ୍ରୀ ଷଡଙ୍ଗୀ ବଜେଟ ସଂପର୍କିତ ଅନେକ ପ୍ରଶ୍ନର ଉତର ଦେବା ସହ ସାଧାରଣ ଲେକଙ୍କ ମନରେ ଥିବା ଶଙ୍କାକୁ ଦୂର କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ଆବାହକ ସୁଦର୍ଶନ ନାୟକ ଏବଂ ବିନୋଦ ଦାସଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

 

Comments are closed.