Odisha news

ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ବିଜେପିରେ ଯୋଗଦାନ

0

 ମାଣିଆବନ୍ଧ ୩୧ନଂ.ଜୋନ୍ ଜିଲା ପରିଷଦ ସଭ୍ୟ ନୟନା ସାହୁଙ୍କ ସମେତ ବଡମ୍ବା ବ୍ଲକରୁ ୨୪ ଜଣ ସମିତି ସଭ୍ୟ, ୧୧ ଜଣ ସରପଂଚ ଏବଂ ନରସିଂହପୁର ବ୍ଲକର ୯ ଜଣ ସରପଂଚ ବିଜେଡି ଛାଡ଼ି ବିଜେପିରେ ସାମିଲ
 ବଡ଼ମ୍ବା ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ସାହୁ ବିଜେପିରେ ଯୋଗଦେଲେ
ଭୁବନେଶ୍ୱର, ତା.୦୨/୧୨: ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଆଜି ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ତାଙ୍କ ସମର୍ଥକ ସହ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ବଡ଼ମ୍ବା ବିଧାୟକ ବିଜୟ ଦଳ ବେହେରା ନେତୃତ୍ୱରେ ମାଣିଆବନ୍ଧ ୩୧ନଂ.ଜୋନ୍ ଜିଲା ପରିଷଦ ସଭ୍ୟ ନୟନା ସାହୁଙ୍କ ସମେତ ବଡମ୍ବା ବ୍ଲକରୁ ୨୪ ଜଣ ସମିତି ସଭ୍ୟ, ୧୧ ଜଣ ସରପଂଚ ଏବଂ ନରସିଂହପୁର ବ୍ଲକର ୯ ଜଣ ସରପଂଚଙ୍କ ସମେତ ବଡମ୍ବା ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ବଡମ୍ବା ବ୍ଲଜର ନିର୍ବାଚିତ ସମିତି ସଭ୍ୟ ସୀମାରାଣୀ ନାୟକ, ରାଜେଶ ଦଳେଇ, ଲିଲି ସେଠୀ, ବିଭୂତି ଭୂଷଣ ଜେନା, ମନସ୍ୱିନୀ ଜେନା, ଲକ୍ଷ୍ମୀଧର ପଣ୍ଡା, ସୁନିତା ଚୌଧୁରୀ, ହରିହର ବେହେରା, ଜ୍ୟୋତିର୍ମୟୀ ବିଶ୍ୱାଳ, ସମୀର କୁମାର ସେନାପତି, ଅକ୍ଷୟ କୁମାର ଦାଶ, ଗୋଲାପ ସାହୁ, ନାରାୟଣ ଜେନା, ମନୋଜ କୁମାର ବେହେରା, ମମତା ବେହେରା, ସମୀର କୁମାର ପ୍ରଧାନ, ରିଲି ବେହେରା, ସୁଚିତ୍ରା ପାଣିଗ୍ରାହୀ, କବିତା ବାରିକ, ଚନ୍ଦ୍ରମା ପଂଗାରି, ଅଲେଖା ପ୍ରଧାନ, ରଘୁପତି ମହାନ୍ତି, ସୁବାସ ଚନ୍ଦ୍ର ନାୟକ, ଚିନ୍ତାମଣି ସାମଲଙ୍କ ସମେତ ସରପଂଚ ଆଲୋକ କୁମାର ସାହୁ, କମଳଲୋଚନ ସଂଗ୍ରାମସିଂହ, ରାଇକିଶୋର ପୁହାନ, ସୁଶାନ୍ତ କୁମାର ବେହେରା, ତ୍ରିର୍ଥବଳୀ ରାଉତ, ମମତା ଜେନା, ପ୍ରମୋଦିନୀ ବେହେରା, କଳ୍ପନା ଚୌଧୁରୀ, ରୁପା ସାମଲ, ଜୋଷ୍ଣାମୟୀ ବିଶ୍ୱାଳ, ଜୋଷ୍ଣାମୟୀ ପ୍ରଧାନ ପ୍ରମୁଖ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନରସିଂହପୁର ବ୍ଲକର ସରପଂଚ ଶରଚଚନ୍ଦ୍ର ଖଟୁଆ, ସାବିତ୍ରୀ ପ୍ରଧାନ, ଝୁନୁଲତା ପ୍ରଧାନ, ଲୁସି ପ୍ରଧାନ, କାର୍ତିକ ଚନ୍ଦ୍ର ଦଳେଇ, ବିନୋଦ କୁମାର ପଣ୍ଡା, ରଶ୍ମିତା ପଣ୍ଡା, ସ୍ୱାଗତିକା ରାଉତ, ସନ୍ତୋଷୀ ନାୟକ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି ।
ବିଜେପିରେ ସାମିଲ ହୋଇଥିବା ନୂତନ କର୍ମକର୍ତାମାନେ ବିଜେଡ଼ି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଫଳରେ ତାଙ୍କୁ ବଡ଼ ଝଟକା ଲାଗିଛି । ଏହି ଅବସରରେ ବିଧାୟକ ବିଜୟ କୁମାର ଦଳବେହେରା ବିଜେଡିର ପୂର୍ବତନ ବିଧାୟକ ମିଶ୍ରଙ୍କ ଉପରେ ବର୍ଷିଥିଲେ । ମିଶ୍ର ଯାହା ଭୁଲ କରିଛନ୍ତି ତାହାର ଫଳ ପାଇଛନ୍ତି । ଏବେ ସେ ପ୍ରାୟଶ୍ଚିତ କରିବା ଆବଶ୍ୟକ ବୋଲି ଶ୍ରୀ ଦଳବେହେରା କହିଥିଲେ । ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ, ସମାଜରେ ଅନେକ ସମସ୍ୟା ରହିଛି, ଏହାର ସମାଧାନ କରି ଲୋକଙ୍କ ପାଖରେ କିପରି ସରକାରୀ ଯୋଜନାଗୁଡ଼ିକ ସହଜରେ ପହଂଚିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ନୂତନ କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ,ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ,ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି,ଜିଲ୍ଲା ଉପସଭାପତି ବିଭୁଦତ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply