ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଏନ୍ସିସିରେ ଯୋଗଦେବାକୁ ଆହ୍ୱାନ ଦେଇ ଯୁବବର୍ଗରେ ନୂଆ ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ : ମନମୋହନ ସାମଲ
ଭୁବନେଶ୍ୱର, ତା.୨୪/୧୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୬ତମ ସଂସ୍କରଣରେ ଯୁବବର୍ଗମାନଙ୍କୁ ଏନ୍ସିସିରେ ଯୋଗଦେବାକୁ ନିବେଦନ କରିଛନ୍ତି । ଏହା ଯୁବବର୍ଗ ମଧ୍ୟରେ ନୁଆ ଉତ୍ସାହ ଭରିଦେଇଛି । ଏନେଇ ରାଜ୍ୟର ପ୍ରତ୍ୟେକ ସ୍କୁଲ କଲେଜର ଛାତ୍ରୀଛାତ୍ର ମାତୃଭୂମିର ସେବା ପାଇଁ ଉର୍ତ୍ସଗୀକୃତ ମନୋଭାବ ରଖି ଏନ୍ସିସିରେ ଯୋଗଦେବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ପ୍ରତିବର୍ଷ ପରି ଜାନୁଆରୀ ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଯୁବ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଚଳିତବର୍ଷ ରାଜ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳନ କରାଯିବ । ଏଥିସହ ବରିଷ୍ଠ ନାଗରିକଙ୍କ ପେନ୍ସନ ସମୟର ଅସୁବିଧା ଦୂର କରିବା ପାଇଁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟର ବ୍ୟବସ୍ଥା କରିଥିବାରୁ ଶ୍ରୀ ସାମଲ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତିି । ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଶେଖପୁର (ୱାର୍ଡ ନଂ.୮)ରେ ଶ୍ରୀ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଜିଲା ଉପସଭାପତି ନିରଞ୍ଜନ ମିଶ୍ର, ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ସମତେ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।