Odisha news

ବିଜେପି ର ସଦସ୍ୟତା ଅଭିଯାନ ସଲେଇବେଡା,ଭାଗନେଲେ କରଞ୍ଜିଆ ବିଧାୟକ

0
ଠାକୁରମୁଣ୍ଡା -୧୯/୯ :  ଏବେ ସାରା ରାଜ୍ୟରେ ଚାଲିଛି ବିଜେପି ଦଳର ପ୍ରାଥମିକ ସଦସ୍ୟତା ଅଭିଯାନ। ଏହି ପରିପ୍ରେକ୍ଷୀରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାଲେଇବେଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ବୁଥ ଅଞ୍ଚଳ ରେ ଥିବା ସାହି ଏବଂ ବସ୍ତି କୁ ଗସ୍ତରେ ଯାଇ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପଦ୍ମ ଚରଣ ହାଇବୁରୁ ସଦସ୍ୟତା ଅଭିଯାନ  କୁ ତ୍ବରାନ୍ବିତ କରିଥିଲେ । ତାଙ୍କ ସହିତ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ସମ୍ପାଦକ ବିମଳ କୁମାର ସେନାପତି,ସାଲେଇବେଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପେଲୋଙ୍ଗ ହୋ, ପୂର୍ବତନ ସରପଞ୍ଚ ସୁକଲାଲ ହୋ, ସାଲେଇବେଡା ପଞ୍ଚାୟତ ପ୍ରମୁଖ ସନ୍ତୋଷ ମହାନ୍ତ,ଶିବ ମହାନ୍ତ, ରସାନନ୍ଦ ଗାଗରାଇ ଏବଂ  ଭାରତୀୟ ଜନତା ପାର୍ଟିର ଅନେକ ଉପସ୍ଥିତ ଥିଲେ କାର୍ଯ୍ୟ କର୍ତ୍ତା । ସ୍ଥାନୀୟ ବିଧାୟକ କାର୍ଯ୍ୟ କର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ଅସୁବିଧା ସୁବିଧା କଥା ଆଲୋଚନା କରି ସେ ସବୁ ର ସମାଧାନ ଖୁବଶିଘ୍ର କରାଯିବ ବୋଲି ପ୍ରକାଶ କରିବା ସହିତ ଦଳର ସଦସ୍ୟତା ଅଭିଯାନ କୁ ସଫଳତାର ସହିତ କରି ପ୍ରତ୍ୟେକ ଙ୍କୁ ୧୦୦ ସଦସ୍ୟତା କରି ନିଜକୁ ଜଣେ ଜଣେ ଏକଟିଭ୍ ମେମ୍ବର ହେବା ପାଇଁ ପରାମର୍ଶ ଦେଇଥିଲେ।
Nalco

Leave A Reply