Odisha news

ବିଜେପି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ : ସହିଦ୍ ଶ୍ରୀନିବାସ ଲକ୍ଷ୍ୟ ଲକ୍ଷ୍ୟ ଯୁବକ ମାନଙ୍କ ପାଇଁ ଆଦର୍ଶ : ମନ୍ତ୍ରୀ ବିଭୂତି ଜେନା

0
ବ୍ରହ୍ମପୁର, ୨୭/୭ : କାର୍ଗିଲ ବିଜୟ ଦିବସର ୨୫ ବର୍ଷ ପୁର୍ତ୍ତି ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ମଶାଲ ଶୋଭାଯାତ୍ରା ସହ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି । କାର୍ଗିଲ ଯୁଦ୍ଧରେ କିପରି ଭାରତୀୟ ସେନା ବାହିନୀ ନିଜ ପରାକ୍ରମ ଦେଖାଇ ପାକିସ୍ତାନକୁ ଧୂଳି ଚଟେଇ ଥିଲା ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମେ ବିଜୟ ହେଇଥିଲେ । ଏହି ଅବିସ୍ମରଣୀୟ ଇତିହାସ ତଥା ଭାରତୀୟ ସେନାଙ୍କ ବଳିଦାନକୁ ମନେ ପକେଇବା ପାଇଁ ଏହି ବିଜୟ ଦିବସ ପାଳନ କରାଯାଇଥାଏ । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାରା ଭାରତ ବର୍ଷରେ ଏହି କାର୍ଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଥାଏ । ଗତ କାଲି ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁରରୁ ମଶାଲ ଜ୍ୟୋତି ଅଣାଯାଇଥିଲା ଓ ଏହି କ୍ରମରେ ଆଜି ଗିରି ରୋଡ଼ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଏହି ମଶାଲ ଶୋଭାଯାତ୍ରା ପରିକ୍ରମା କରିବା ପରେ ପରିଶେଷରେ ଏହି ବଳିଦାନୀ ମାନଙ୍କୁ ମନେ ପକେଇବା ପାଇଁ ଏକ ଜନସଭା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଡାଇମଣ୍ଡ ଟ୍ୟାଙ୍କ ଜୁବଲି ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା,ମୁଖ୍ୟ ବୋକ୍ତା ଭାବେ ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ,ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର,ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ,ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,କାର୍ଗିଲ୍ ଯୁଦ୍ଧରେ ସାମିଲ୍ ହେଇଥିବା ଭାରତୀୟ ବାୟୁସେନାର ଉଚ୍ଚ ପଦସ୍ଥ ଅଧିକାରୀ ମନୋରଞ୍ଜନ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱାଗତ ଭାଷଣ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ରଖିଥିବା ବେଳେ, ମଞ୍ଚ ସଂଯୋଜନା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର କରିଥିଲେ । ଦେଶ ପାଇଁ ବଳିଦାନ ଦେଇଥିବା ଅମର ଜବାନ ଶ୍ରୀନିବାସ ପାତ୍ରଙ୍କ ଭାଇ ଓ ଭାଉଜଙ୍କୁ ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବୋକ୍ତା ଶ୍ରୀରଞ୍ଜନ ମଙ୍ଗରାଜ ଯୋଗ ଦେଇ କାର୍ଗିଲ୍ ଯୁଦ୍ଧରେ ସାମିଲ୍ ଥିବା ବୀର ଜବାନ ମାନଙ୍କ ଗାଥା କହିଥିଲେ । ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ମନ୍ତବ୍ୟରେ ଦେଶ ପାଇଁ ସହିଦ ହେଇଥିବା ଶ୍ରୀନିବାସ ପାତ୍ର ଲକ୍ଷ ଲକ୍ଷ ଯୁବକ ମାନଙ୍କ ପାଇଁ ଆଦର୍ଶ ବୋଲି କହିବା ସହ କାର୍ଗିଲ୍ ଯୁଦ୍ଧର ବୀର ସୈନିକ ମାନଙ୍କ କଥା କହିବା ସହ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳର ସ୍ମୃତିଚାରଣ କରିଥିଲେ ।
ବର୍ତ୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତ ବିଶ୍ଵଗୁରୁ ହେବା କଥା କହିଥିଲେ । ଆଜିର କାର୍ଗିଲ୍ ବିଜୟ ଉତ୍ସବ ପାଳନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ, କେ.ଚନ୍ଦ୍ରଶେଖର ଦାସ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ମାତା ପ୍ରସାଦ ନାୟକ,କର୍ପୋରେଟର ବନିତା ସାହୁ,କିଶୋର କୁମାର ସାହୁ,ବିଜୟ ପାତ୍ର,କମଲ୍ ପାତ୍ର,ଡ଼ି.ସୁରେଶ ରେଡ଼ୀ,ବିଜେପି ରାଜ୍ୟ ପ୍ରବକ୍ତା ଟି.ଗୋପି,ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି,ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ରାଜେଶ କୁମାର ସାହୁ,ବରିଷ୍ଠ ଆଇନଜୀବି ପିତବାସ ପଣ୍ଡା,ଅଶୋକ ଶୁକ୍ଳା, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ରାଜୀବ ମିଶ୍ର,ବାଳକୃଷ୍ଣ ସାମନ୍ତରା,ଏଲ୍ ମହୋନ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ସୁରେଶ ପାଢ଼ୀ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ସାମଲ,ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଭାବଗ୍ରାହୀ ପାଳ, ସରୋଜ ପାତ୍ର,ଚଣ୍ଡୀ ଚରଣ ସାହୁ,ଶିବ ପାତ୍ର,ରାଜେଶ ପଟ୍ଟନାୟକ,ସ୍ମିତାସ୍ନିଗ୍ଧା ପାତ୍ର,ପ୍ରବୀର ପାତ୍ର,ଡ଼ା.ଅମୁଲ୍ୟ ଚୈଧୁରୀ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଉପସଭାନେତ୍ରୀ ମୋନିତା ଦାସ,ଏସ୍.ଶ୍ରନିବାସ,କୁଞ୍ଜବିହାରୀ ପଣ୍ଡା,ଦେବୁନ୍ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ପଲେଇ,ଲିପୁନ୍ ପଟ୍ଟନାୟକ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply