Odisha news

ବିଜେପି ସରକାର ଲୋକଙ୍କ ସରକାର, ଏହି ବଜେଟ୍ ଜନତାଙ୍କ ବଜେଟ୍ : ସମୀର ମହାନ୍ତି

0

 ୨୪ବର୍ଷ ବିଜେଡି ଶାସନ କରିବା ପରେ ମଧ୍ୟ “ଆତ୍ମନିର୍ଭରଶୀଳ ଓଡ଼ିଶା” କରିବାରେ ବିଫଳ ହୋଇଛି
 ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି
 କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାର ଲୋକଙ୍କୁ ଆଶ୍ୱସ୍ତି ଦେଇଛି
 ସଂକଳ୍ପପତ୍ରର ପ୍ରତିଶ୍ରୁତି ପୂରଣ କରିବା ଆମର ଗ୍ୟାରେଂଟି
 ଜନତାଙ୍କ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
ଭୁବନେଶ୍ୱର,ତା.୨୬/୦୭: ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରି ବିଜେପି ପ୍ରଥମ ଥର ଓଡିଶାରେ ସରକାର ଗଠନ କରିଛି । ବିଜେପି ସରକାରର ପ୍ରଥମ ବଜେଟ୍ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ଏହି ବଜେଟ୍ରେ ସମାଜର ୪ଟି ବର୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡିକ ହେଲା- ଗରିବ, ମହିଳା, ଯୁବକ, କୃଷକ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଆଧାର କରି ଓଡ଼ିଶାର ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଆର୍ଥôକ ୨୦୨୪-୨୫ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ୨୪ବର୍ଷର ବିଜେଡି ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରୁଥିଲା ସେଥିରୁ ଚଳିତବର୍ଷ ବଜେଟ୍ ୧୫% ବଢ଼ିଛି । ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ୍ କରିଛନ୍ତି । ବିଜେପି ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ । ଏଥିଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ୬୫% ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଆମ ସରକାର ଧାନ କ୍ୱଂଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛି । କୃଷକଙ୍କୁ ବିହନଠାରୁ ବଜାର ପର୍ଯ୍ୟନ୍ତ ସଶକ୍ତ କରିବା ସହ ଜଳସେଚନ, ମଣ୍ଡିର ବ୍ୟବସ୍ଥା, କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପସେଟ୍ ଇତ୍ୟାଦି ଉପରେ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରାଯାଇଛି । ଆଳୁ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଫଳରେ ଖାଉଟିମାନେ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ର ସରକାର ପରିବା ପାଇଁ କ୍ଲଷ୍ଟର ବ୍ୟବସ୍ଥା କରିଛନ୍ତି, ଯାହାର ସୁଫଳ ଓଡ଼ିଶାର ଚାଷୀ ପାଇବେ । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ପ୍ରଚେଷ୍ଟା କରାଯାଇଛି । କୃଷକଙ୍କ ପାଇଁ ବଜେଟ୍ରେ ଅଧିକ ପ୍ରତ୍ସୋହନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୪ବର୍ଷ ବିଜେଡି ଶାସନ କରିବା ପରେ ମଧ୍ୟ “ଆତ୍ମନିର୍ଭରଶୀଳ ଓଡ଼ିଶା” କରିବାରେ ବିଫଳ ହୋଇଛି । ବିଜେଡି ସରକାର ସମୟରେ ମହିଳା ସଶକ୍ତିକରଣର ମିଥ୍ୟା ପ୍ରଚାର ଚାଲିଥିଲା । ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି । ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେପି ସରକାର “ସୁଭଦ୍ରା” ଯୋଜନାରେ ୧୦ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛି । ସେହିପରି ଆଗାମୀ ଦିନରେ ୨୫ ଲକ୍ଷ ମହିଳାଙ୍କୁ “ଲକ୍ଷପତି ଦିଦି” କରାଯିବା ସହ ରୋଜଗାରକ୍ଷମ କରାଯିବ ।
୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଭତାର ପରିମାଣ ୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସାରା ଓଡ଼ିଶାରେ ପ୍ରାୟ ୫ ଲକ୍ଷ ୨୬ ହଜାର ୮୩୩ ଜଣ ଏହି ଭତାର ସୁବିଧା ପାଇବେ । ଜନଜାତି ବର୍ଗ ବିଶେଷ କରି ଆଦିମ ଜନଜାତିମାନଙ୍କ ଉନ୍ନତୀ ପାଇଁ ସ୍ୱତନ୍ତ୍ର ବଜେଟ୍ରେ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ଯୋଜନାକୁ ନବୀନ ବାବୁ ନିଜ ଯୋଜନାର ନାଁ ଦେଇ ବାଟବଣା କରିଛନ୍ତି ।
ପିଏମ୍ ଆବାସ ଯୋଜନା ଓ ଅନ୍ତଦ୍ୱୟ ଗୃହ ଯୋଜନାରେ ପ୍ରଚୁର ଅର୍ଥ ବରାଦ କରାଯାଇଛି । ସେହିପରି ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସ୍କୁଲ ଡ୍ରପଆଉଟ ହାରକୁ ରୋକିବା ପାଇଁ “ମାଧୋ ସିଂହ ହାତ ଖର୍ଚ୍ଚ” ଯୋଜନାରେ ବଜେଟ୍ରେ ବ୍ୟୟ ବରାଦ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଅର୍ଥ ଆବଂଟନ କରାଯାଇଛି, ଯାହାକି ମୋଟ ବଜେଟ୍ର ପ୍ରାୟ ୮ ପ୍ରତିଶତ ।
କ୍ରୀଡା ଓ ଯୁବସେବା, ନଗର ଉନ୍ନୟନ, ଜୀବିକା ଏବଂ ମୌଳିକ ସେବା, ସଡକ, ରେଳପଥ ଓ ପରିବହନ, ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ବିପର୍ଯ୍ୟୟ ପରିଚାଳନା, ଅଭ୍ୟନ୍ତରୀଣ ନିରାପତା ଓ ନ୍ୟାୟିକ ପ୍ରଶାସନ ଇତ୍ୟାଦିକୁ ମଧ୍ୟ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ୮ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହିତ ପୂର୍ବୋଦୟ ମାଧ୍ୟମରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନରେ ଓଡ଼ିଶାର ଆଦିବାସୀ ଅଧୁ୍ୟଷିତ ଓ ଆକାଂକ୍ଷି ଜିଲ୍ଲାର ପଛୁଆ ଅଂଚଳ ଗୁଡିକ ବିକଶିତ ହେବେ । ପ୍ରଧାନମନ୍ତ୍ରୀ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଓଡ଼ିଶା ବ୍ୟାପକ ଭାବେ ଲାଭ ପାଇବ । ମହିଳା କେନ୍ଦ୍ରୀକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉଦ୍ୟଗ ଗୁଡିକର ବଜାର ପ୍ରବେଶ ଦ୍ୱାରା ଓଡ଼ିଶା ବିଶେଷଭାବେ ପ୍ରଭାବିତ ହେବ । ମୁଦ୍ରା ଲୋନ ରାଶି ବୃଦ୍ଧି କରିବା, ଏମଏସ୍ଏମଇ ସେକ୍ଟରରେ ଋଣ ସହାୟତା ଓ କ୍ରେଡିଟ୍ ଗ୍ୟାରେଂଟି ସହିତ ଯୁବକମାନଙ୍କୁ ଶିଳ୍ପସଂସ୍ଥା ମାନଙ୍କ ସହୟତାରେ ସ୍କିଲ୍ଡ କରାଇବା ଓ ଟପ୍ ୫୦୦କମ୍ପାନୀମାନଙ୍କରେ ପେଡ୍ ଇଂଟର୍ଣ୍ଣସିପ୍ ବ୍ୟବସ୍ଥା ଦ୍ୱାରା ଓଡ଼ିଶାବାସୀ ଅନେକ ଲାଭବାନ ହେବେ । ଉଠାଦୋକାନୀମାନଙ୍କ ଷ୍ଟ୍ରିଟ୍ ଫୁଡ ହବ୍ ଓ ସାପ୍ତାହିକ ହାଟ ନିର୍ମାଣ, ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ, ପରିବା ଉତ୍ପାଦନ କ୍ଲଷ୍ଟର, ଅଧିକ ଶିଳ୍ପ ପାର୍କ, ରୋଜଗାର ସୃଷ୍ଟି କରୁଥିବା ଉତ୍ପାଦନ ଭିର୍ତିକ ଶିଳ୍ପ ଉପରେ କେନ୍ଦ୍ର ବଜେଟ୍ରେ ବ୍ୟାପକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଲାଭବାନ ହେବ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା ସ୍ୱାଗତ ଯୋଗ୍ୟ । ରେଳବାଇ କ୍ଷେତ୍ରରେ ଓଡ଼ିଶା ପାଇଁ ବଜେଟ୍ର ପରିମାଣ ୧୦ହଜାର ୫୮୬କୋଟି ଟଙ୍କାରେ ପହଂଚିଛି । କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାର ଲୋକଙ୍କୁ ଆଶ୍ୱସ୍ତି ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply