Odisha news

ବଜେଟ-୨୦୨୪ , ରାଜ୍ୟରେ ନୂତନ ରାଜନୈତିକ ସଂସ୍କୃତିର ଆରମ୍ଭ ହୋଇଛି : ସମୀର ମହାନ୍ତି

0

ଭୁବନେଶ୍ୱର, ତା.୨୫/୦୭: ନିର୍ବାଚନ ଜିତି ଶାସନକୁ ଆସିବା ପାଇଁ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରତିଶୃତି ଦେଇଥାନ୍ତି ଏବଂ ନିର୍ବାଚନ ପରେ ଭୁଲି ଯାଆନ୍ତି । ଓଡିଶାବାସିଙ୍କ ଆଶୀର୍ବାଦ ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟର ଶାସନ ଡୋରୀ ଧରିଥିବା ଭାରତୀୟ ଜନତା ପାର୍ଟୀ ନିଜ ନିର୍ବାଚନୀ ସଂକଳ୍ପ ପତ୍ରର ସମସ୍ତ ପ୍ରତିଶୃତି ପାଳନ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରରେ ରାଜ୍ୟରେ ନୂତନ ରାଜନୈତିକ ସଂସ୍କୃତିର ଆରମ୍ଭ ହୋଇଛି । ଚଳିତ ବଜେଟରେ ସମାଜର ସବୁ ବର୍ଗବିଶେଷଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କୃଷକ, ମହିଳା, ଯୁବ, ଗରୀବକଲ୍ୟାଣ ପାଇଁ ଚଳିତ ବଜେଟରେ ପ୍ରାଥମିକତା ଦିଆଯାଇଛି । ସେହିପରି କୃଷି ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ସଡକ, କ୍ରୀଡା, ବାସଗୃହ, ପାନୀୟ ଜଳ, ଓଡିଆ ଭାଷା ଓ ସଂସ୍କୃତି ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିକଶିତ ଓଡିଶା ଗଠନରେ ଚଳିତ ବଜେଟ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ମହାନ୍ତି ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

 

Leave A Reply