Odisha news

ବିଜେପିର ଗାଁ କୁ ଚାଲ ଅଭିଯାନ ଜନସମ୍ପର୍କ ପଦଯାତ୍ରା

0
ନିରାକାରପୁର,୬/୩: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବଡ଼ପୋଖରିଆ ମଣ୍ଡଳ ଅଚ୍ୟୁତପୁର ପଞ୍ଚାୟତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଗାଁ କୁ ଚାଲ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ବଡ଼ପୋଖରିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିପିନି ପାଲଟାସିଂହ,ଦକ୍ଷିଣ ମଣ୍ଡଳ ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ହରିଚନ୍ଦନ,ଲେଣ୍ଡୋ ର ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ନକୁଳ ହରିଚନ୍ଦନ,ବଡ଼ପୋଖରିଆ ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ଚମ୍ପତି,ଟାଙ୍କୋଳ ର ସମାଜସେବୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର ଓ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ, ଖୋର୍ଦ୍ଧା ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ୯ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀଯୁକ୍ତ ଆଶିଷ କୁମାର ବରିସଲ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବରାଳ ,ଅଜୟ କୁମାର ପଟଯୋଶୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ।
Nalco

Leave A Reply