Odisha news

ବିଶିଷ୍ଟ ଶିଳ୍ପ ବିଶାରଦ ତଥା ନାଲକୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ

ମୋଦି ଗ୍ୟାରେଂଟିକୁ ଆପଣାଇଥିବା ଓଡିଶାବାସୀ ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବେ : ମନମୋହନ ସାମଲ

0

 ସେବାନିବୃତ ନୌସେନା ଅଧିକାରୀଗଣ ଡ.ବିପିନ ମିଶ୍ର, ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା ଏବଂ ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଓ ଏନ୍‌.କେ ମିଶ୍ର ବିଜେପିରେ ସାମିଲ
 ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ବିଜୁ ଜନତା ଦଳ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ

ଭୁବନେଶ୍ୱର,ତା.୦୬/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନ, ଗରିବକଲ୍ୟାଣ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳର ଶହ ଶହ ନେତା, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ଓ ସମାଜସେବୀଙ୍କ ସୁଅ ଛୁଟୁଛି ବିଜେପିକୁ । ଭାରତୀୟ ଜନତା ପାର୍ଟି ତଥା ମୋଦିଜୀଙ୍କ ହାତ ମୁଠାକୁ ସଶକ୍ତ କରିବା ପାଇଁ ବିଭିନ୍ନ ବର୍ଗର ଲୋକ ସାମିଲ ହେଉଛନ୍ତି । ପ୍ରତ୍ୟେକ ଦିନ ଦଳର ମିଶ୍ରଣ ପର୍ବରେ ଅଗଣିତ ଲୋକଙ୍କ ଉପସ୍ଥିତି ଓ ଉତ୍ସାହରୁ ବିଜେପିର ଲୋକପ୍ରିୟତା ସ୍ପଷ୍ଟ ହେଉଛି । ମୋଦି ଗ୍ୟାରେଂଟିକୁ ଆପଣାଇଥିବା ଓଡିଶାବାସୀ ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବା ପାଇଁ ସଂକଳ୍ଫ ନେଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଶିଷ୍ଟ ଶିଳ୍ପ ବିଶାରଦ ତଥା ନାଲକୋର ପୂର୍ବତନ ସିଏମ୍‌ଡି ତଥା ବେଦାନ୍ତର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ଡ. ତପନ କୁମାର ଚାନ୍ଦ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଡ. ଚାନ୍ଦଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।
ସେବାନିବୃତ ନୌସେନା ଅଧିକାରୀଗଣ ଯଥା ଡ.ବିପିନ ମିଶ୍ର, ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା ଏବଂ ସେବାନିବୃତ ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଏବଂ ଏନ୍‌.କେ ମିଶ୍ର ମଧ୍ୟ ଆନୁଷ୍ଠାନିକଭାବେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ସେହିପରି ଯୁବନେତା ତଥା ବିଜୁ ଜନତା ଦଳ କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ ବିଜେପିରେ ସାମିଲ ହୋଇଛନ୍ତି ।
ଜନସାଧାରଣ ଓ ରାଷ୍ଟ୍ରହିତ ପାଇଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉତ୍ସର୍ଗ ତଥା ତ୍ୟାଗରେ ଡ. ଚାନ୍ଦ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଥିବା କହିଛନ୍ତି । ମୋଦି ଶାସନରେ “ସେବା, ସୁଶାସନ ଏବଂ ଗରିବକଲ୍ୟାଣ” ମାଧ୍ୟମରେ ଏକ ନବ ଭାରତ ଗଠନ କରିବା ସହ ବିକଶିତ ଭାରତ ପଥରେ ଦେଶ ଅଗ୍ରଣୀ ହୋଇଛି । ମୋଦି ଗ୍ୟାରେଂଟି ଓ ବିକଶିତ ଭାରତ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ରାଜ୍ୟରେ ଶାସନ ପରିବର୍ତନ କରିବାରେ ସମର୍ପିତଭାବେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀଙ୍କ ଅଭିଯାନକୁ ଜନାଦୃତ କରିବା ପାଇଁ ଆଜି ମିଶ୍ରଣ ପର୍ବ ଅବସରରେ ଶପଥ ନେଇଥିଲେ ଡ.ଚାନ୍ଦ ।
ଏହି ମିଶ୍ରଣ ପର୍ବରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀମତୀ ଫୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଏବଂ ସେବାନିବୃତ ସାମରିକ ଅଧିକାରୀ କର୍ଣ୍ଣେଲ ବୀରେନ୍ଦ୍ର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply