Odisha news

ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ନିରାଶ କରିଛନ୍ତି ରାଜ୍ୟ ସରକାର : ଡ.ଯତୀନ୍ ମହାନ୍ତି

0

 ଭତା ବାବଦରେ ଦିନକୁ ମାତ୍ର ୧୬ଟଙ୍କା ୬୭ ପଇସା ବୃଦ୍ଧି ପାଇବା ଅତ୍ୟନ୍ତ ନୈରାଶ୍ୟଜନକ

ଭୁବନେଶ୍ୱର, ତା.୧୦/୦୨: “Too Little, Too Late” ! ଦୀର୍ଘ ଦିନର ଦାବୀ ସତ୍ୱେ ରାଜ୍ୟ ସରକାର ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ପୁଣି ଥରେ ନିରାଶ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କଠାରୁ କୈାଣସି ଶିକ୍ଷା ଲାଭ କରିନଥିବା ବିଜେଡି ସରକାରର ହେୟଜ୍ଞାନ ମନୋଭାବ କୁଠାରାଘାତ ସଦୃଶ । ପ୍ରଚାର ସର୍ବସ୍ୱ ନବୀନ ସରକାର ‘ନୂଆ-ଓ’ ଯୋଜନା ଜରିଆରେ ଶହ ଶହ କୋଟି ଟଙ୍କା ଭୋଜି ଭାତ ଓ ମୈାଜ ମଜଲିସରେ ଖର୍ଚ୍ଚ କରି ପ୍ରଚାର କରୁଥିବାବେଳେ ଗରୀବ ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାମାନଙ୍କୁ ଉପେକ୍ଷା କରି ଭତା ବାବଦରେ ମାସକୁ ମାତ୍ର ୫୦୦ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଠିକ୍ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ଚାଲ୍ ଚଲାଇ ବିଜେଡି ସରକାର ଏହି ଅସହାୟମାନଙ୍କୁ ଭଣ୍ଡେଇବାକୁ ଚେଷ୍ଟା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ମନୋଭାବକୁ ଦୃଢ ପ୍ରତ୍ୟାଖାନ କରିବା ସହିତ ସରକାର ଗଠନ କରିବା କ୍ଷଣି ଏହି ପରିମାଣ ସର୍ବନିମ୍ନ ମାସକୁ ୩୦୦୦ ଟଙ୍କା କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି କହିଛନ୍ତି ।

Nalco

Leave A Reply