Odisha news

ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି ବିଜେଡି : ଡ.ଲେଖାଶ୍ରୀ

0

 ୧୩ନଂ ମୁଦାଲା ବିଜୁ ଜନତା ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ
 ରାଜ୍ୟ ସରକାର ନିଜ ଦଳର ଅପରାଧୀ ନେତାଙ୍କୁ ଘଂଟ ଘୋଡାଉଛନ୍ତି
 ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାସ, ବିଜୟ ଶଙ୍କର ଦାସ ଆଇନରେ ସମ୍ମୁଖୀନ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ ପଚାରିବେ
 ଜେଏମ୍‌ଏଫସି କୋର୍ଟରେ ଏଯାଏଁ ହାଜର ହେଲେନି ପ୍ରତାପ ଜେନା
 ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ

ଭୁବନେଶ୍ୱର, ତା.୦୨/୧୧: “ବିଜୁ ଜନତା ଦଳ ଅପରାଧୀଙ୍କ ବଳ” ବୋଲି ପୂର୍ବରୁ ବାରମ୍ବାର ଭାରତୀୟ ଜନତା ପାର୍ଟି କହିଛି ଏବେ ବି କହୁଛି । ବିଜେଡି ଯଦି ନିଜ ଦଳର ଅପରାଧ ଲୋକଙ୍କୁ ବିଦା ନକରିବ ତାହାଲେ ଓଡ଼ିଶାରେ ବାରମ୍ବାର ଅପରାଧ ଘଟିଚାଲିବ । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା “ଟ୍ରିପଲ ମର୍ଡର”ରେ ସଂପୃକ୍ତି ରହିଥିଲେ ବି କାହିଁକି ତାଙ୍କୁ ପ୍ରଶ୍ନ କରାଗଲା ନାହିଁ? ଶ୍ରୀ ଜେନାଙ୍କ ଫାର୍ମହାଉସ ସାମ୍ନାରେ ପ୍ରଫୁଲ ସ୍ୱାଇଁଙ୍କୁ ହତ୍ୟା କରାଗଲା । ଏ ଖବର ଗଣମାଧ୍ୟମ, ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ହୋଇଛି । ପ୍ରତାପ ଜେନା ଆଇନମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡାଇ ସୁରକ୍ଷିତ ରଖିବା ସହ ଆଇନରେ ସମ୍ମୁଖୀନ ହେବାକୁ ଦେଲେ ନାହିଁ । ନିର୍ବାଚନବେଳେ ଶ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇଥିଲେ କାହିଁକି? ଏହାର ସ୍ପଷ୍ଟ ଉତର ନବୀନ ବାବୁ ରଖନ୍ତୁ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଡ.ଲେଖାଶ୍ରୀ କହିଛନ୍ତି ଯେ, ଜେଏମ୍‌ଏଫସି କୋର୍ଟ ଅଳ୍ପଦିନ ତଳେ ଶ୍ରୀ ଜେନାଙ୍କୁ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୩ନଂ ମୁଦାଲା ହିସାବରେ ଶ୍ରୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନିର୍ଦ୍ଦେଶ ଦେଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, କିନ୍ତୁ ଏବେ ଯାଏଁ ପ୍ରତାପ ଜେନା ଜେଏମ୍‌ଏଫସି କୋର୍ଟରେ ହାଜିର ହେଲେ ନାହିଁ । ଶ୍ରୀ ଜେନା ଅପରାଧରେ ସଂପୃକ୍ତ ଥିଲେ ବି ଶାସକ ଦଳର ମୁଖିଆ ତାଙ୍କୁ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । କେଉଁଭଳି ଭାବେ ତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଗଲା ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଜେନାଙ୍କୁ ସଭ୍ୟସମାଜରେ ସ୍ଥାନ ନାହିଁ । ବିଜେଡି ରାଜନୀତିର ସାମ୍ରାଜ୍ୟ ନୁହେଁ ବରଂ ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି । ଓଡ଼ିଶାବାସୀଙ୍କ ଅଧିକାର, ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ କରୁଛନ୍ତି । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାସ, ବିଜୟ ଶଙ୍କର ଦାସ ଭଳି ଲୋକ ଯେବେ ଯାଏଁ ରାଜନୀତିରେ ଅଛନ୍ତି ସେମାନେ ଆଇନରେ ସମ୍ମୁଖୀନ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀ ଏ ପ୍ରଶ୍ନ ପଚାରିବେ । ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Nalco

Leave A Reply