Odisha news

ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ବଡ ସମସ୍ୟା, ଏହାର ଜୋରଦାର ପ୍ରତିବାଦ ଓ ଆନେ୍ଦାଳନ ହେବ: ମହେଶ୍ୱର ସାହୁ

0

 ଚାଷୀଙ୍କ ପାଇଁ ଏପରି ଦୟନୀୟ ପରିସ୍ଥିତି ସୃଷ୍ଟି କରିଥିବା ନବୀନ ବାବୁଙ୍କୁ “ଇତିହାସ” କ୍ଷମା ଦେବ ନାହିଁ
 ନବୀନ ସରକାର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଅହଂକାରରେ ଚାଷୀଙ୍କ ହକ୍୍କୁ ଚାପି ଦେଇଛନ୍ତି
 ଧାନମଣ୍ଡି, ଫସଲବୀମା, କୃଷିଯନ୍ତ୍ରପାତି କିଣା, ସାର ଓ ଋଣ ଦୁର୍ନୀତିରେ ଖୋଦ୍ ସରକାରୀ କଳ ଓ ଦଳ ସାମିଲ ଅଛନ୍ତି
 ଚାଷୀ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଆନେ୍ଦାଳନକୁ ଓହ୍ଲାଇବ କୃଷକମୋର୍ଚ୍ଚା

ଭୁବନେଶ୍ୱର, ତା.୧୩/୦୯: ଆଜି ବିଜେପି କୃଷକମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି କୃଷକମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ରାଜକୁମାର ଚହର ଯୋଗ ଦେଇ କୃଷକମୋର୍ଚ୍ଚା କାର୍ଯ୍ୟକର୍ତାମାନଙ୍କୁ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଚରମ ଅବହେଳା ଓ ଅପାରଗତା ବିରୋଧରେ ଜୋରଦାର ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ତତ୍ସହିତ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅନେକ କୃଷି ଓ କୃଷକ କଲ୍ୟାଣ ଯୋଜନା ଉପରେ ବିସ୍ତୃତ ଚର୍ଚ୍ଚା କରି ଏହାର ବାର୍ତା ଚାଷୀଙ୍କ ପାଖରେ ପଂହଚାଇବା ପାଇଁ ନିବେଦନ କରିଥିଲେ । ଏହି ବୈଠକରେ ମୋର୍ଚ୍ଚା ତରଫରୁ ଓଡ଼ିଶା ରାଜ୍ୟ ପ୍ରଭାରୀ ତଥା ମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦିକା ଶ୍ରୀମତୀ ପିଙ୍କି ଶିବରାଜ ସାହା ଯୋଗଦାନ କରି ନବଗଠିତ କୃଷକମୋର୍ଚ୍ଚାର ସାଂଗଠନିକ ପୁନଃବିନ୍ୟାସ ସହିତ ବିଭିନ୍ନ ଦାୟିତ୍ୱ ଆବଂଟନ ଉପରେ ମାର୍ଗଦର୍ଶନ କରିଥିଲେ । ରାଜ୍ୟ ସଂଗଠନ ସାଧାରଣ ସଂପାଦକ ଶ୍ରୀ ମାନସ ମହାନ୍ତି ସମାରୋପ ସତ୍ରରେ ସାମିଲ ହୋଇ ପାର୍ଟିର ଆଗାମୀ କାର୍ଯ୍ୟକ୍ରମ ଓ ତହିଁରେ କୃଷକମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ ।
ଲମ୍ବା ସମୟଧରି ରାଜ୍ୟର ଚାଷୀକୁଳ ପ୍ରତି ନବୀନ ସରକାରଙ୍କ ଧାରାବାହିକ ଅବହେଳା, ସମ୍ବେଦିନହୀନତା, ଦୂରଦୃଷ୍ଟିର ଅଭାବ, ସଠିକ କୃଷିନୀତିର ପ୍ରଣୟନ ନକରିବା କାରଣରୁ ରାଜ୍ୟର ଚାଷୀମାନଙ୍କ ଦୟନୀୟ ପରିସ୍ଥିତି ବିରୋଧରେ ରାଜନୀତି କୃଷି ଚିଠା ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ କରାଗଲା । ସଂଖ୍ୟା ଓ ବୃତି ଦୃଷ୍ଟିରୁ ଅନ୍ନଦାତାକୁ ଯେଉଁ ପ୍ରାଥମିକତା ଓ ଗୁରୁତ୍ୱ ଦେବା କଥା ରାଜ୍ୟ ସରକାର ଦେଇନାହାନ୍ତି, ଓଲଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଅହଂକାରରେ ଚାଷୀଙ୍କ ହକ୍୍କୁ ଚାପି ଦେଇଛନ୍ତି । ପରିସ୍ଥିତି ଏମିତି ଅଣାୟତ ଅଛି ଯେ, ଚାଷୀ ଦାଦନ ଖଟିବା ପାଇଁ କିମ୍ବା ସହରୀ ମଜଦୁରୀ ପାଇଁ ଓ ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଚାଷୀଙ୍କ ପାଇଁ ଏପରି ଦୟନୀୟ ପରିସ୍ଥିତି ନିର୍ମାଣ କରିଥିବା ନବୀନ ବାବୁଙ୍କୁ “ଇତିହାସ” କ୍ଷମା ଦେବ ନାହିଁ । ପ୍ରତ୍ୟେକ ବ୍ଲକରେ ୩୫ପ୍ରତିଶତ ଜଳସେଚନର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣା କରିଛି । ରାଜ୍ୟର ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ଧାରାବାହିକ ବର୍ଷ ବର୍ଷ ଧରି ଲୁଟ୍ ଓ ଶୋଷଣର ଶିକାର ହୋଇଛନ୍ତି ଚାଷୀମାନେ, ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ।
କେନ୍ଦ୍ରପ୍ରଦତ ରିହାତି ମୂଲ୍ୟର ରସାୟନିକ ସାର ଚାଷୀଙ୍କ ପାଖରେ ପହଂଚିପାରୁ ନାହିଁ । ସମବାୟ ବିଭାଗକୁ କମ୍ ଓ ଘରୋଇ ବିତରକମାନଙ୍କୁ ଅଧିକ ପରିମାଣରେ ଆବଂଟନ କାହା ସ୍ୱାର୍ଥରେ କରାଯାଉଛି? ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଆବଶ୍ୟକ ଅଭିମୂଲ୍ୟ ଅର୍ଥ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀଙ୍କୁ ଭରଣା କରିବାକୁ ପଡିଛି । ୨୦୧୯ ଓ ୨୦୨୧ର ମରୁଡିର ଫସଲବୀମା ଟଙ୍କା ଚାଷୀ ପାଇପାରିଲେ ନାହିଁ । ୨୦୨୧ର ମରୁଡିର ଇନ୍ପୁଟ ସବ୍ସିଡି ୨୦୨୨ରେ ସରକାର ଘୋଷଣା କରିଥିଲେ ମଧ୍ୟ ସମସ୍ତ ଚାଷୀ ପାଇଲେ ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ବିଭାଗୀୟ ଅଧିକାରୀ ଓ ବୀମା କମ୍ପାନୀର ମଧୁଚନ୍ଦ୍ରିକାରେ ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ କୋଟି କୋଟି ଟଙ୍କାର ଦୁର୍ନୀତି ଓ ହଡପ ହୋଇଛି । ଏପରିକି ବୀମା କମ୍ପାନୀ ଓ ଅସାଧୁ ଅଧିକାରୀଙ୍କ ମିଳିତ ଚକ୍ରାନ୍ତରେ ମରୁଡି ଫିକ୍ସିଂର ମଧ୍ୟ ଅଭିଯୋଗ ଆସୁଛି । ଗତ ନିର୍ବାଚନ ଜିତିବା ପାଇଁ ସରକାରଙ୍କ କାଳିଆ ଯୋଜନା ଭେଳିକି ବର୍ତମାନ ବନ୍ଦ ହୋଇସାରିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ପାଇଁ ରାଜ୍ୟରୁ ଚାଷୀଙ୍କ ସଠିକ୍ ତାଲିକା କେନ୍ଦ୍ର ସରକାର ପାଖରେ ଦାଖଲ କରାଯାଉ ନାହିଁ । ଟାଟା କମ୍ପାନୀକୁ ବିଦୁ୍ୟତ୍ ବିଭାଗ ବିକ୍ରି କଲାପରେ ସାଧାରଣ ଉପଭୋକ୍ତା ଓ ଚାଷୀ ଚଢ଼ା ବିଦୁ୍ୟତ ବିଲ୍ ଦେଇ ଶୋଷଣର ଶିକାର ହେଉଛନ୍ତି । ଚାଷୀ ଓ ଚାଷଙ୍କ ସହିତ ସଂପୃକ୍ତ ବିଭିନ୍ନ ବିଭାଗ ଯଥା, କୃଷି, ଜଳସେଚନ, ସମବାୟ, ଉଦ୍ୟାନ, ପ୍ରାଣୀଧନ ଇତ୍ୟାଦି ବିଭାଗରେ ଅଧିକାରୀ ଓ କର୍ମଚାରୀ ମରୁଡି ହେତୁ ବିଭିନ୍ନ ଯୋଜନା ଚାଷୀଙ୍କଠାରୁ ଅପହଂଚ ହୋଇ ରହିଛି ଏବଂ ରାଜ୍ୟ ସରକାରଙ୍କ ଯୋଜନା ସବୁ ବିଫଳ ହୋଇଛି ବୋଲି ଆଜିର କାର୍ଯ୍ୟକାରିଣୀ ଗଭୀର ଉଦବେଗ ପ୍ରକାଶ କରିଛି ।
ଦୁଃଖ ଓ ଦୁର୍ଭାଗ୍ୟର କଥା ଯେ, ଧାନମଣ୍ଡି, ଫସଲବୀମା, କୃଷିଯନ୍ତ୍ରପାତି କିଣା, ସାର ଓ ଋଣ ଦୁର୍ନୀତିରେ ଖୋଦ୍ ସରକାରୀ କଳ ଓ ଦଳ ସାମିଲ ଅଛନ୍ତି । ଉପରବର୍ଣ୍ଣିତ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି କୃଷକମୋର୍ଚ୍ଚା ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଜୋରଦାର ଆନେ୍ଦାଳନ କରି ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
ଏହି ବୈଠକରେ ବିଶିଷ୍ଟ ଚାଷୀନେତା ଶ୍ରୀ ଯଦୁମଣୀ ପାଣିଗ୍ରାହୀ, ସୁକାନ୍ତ ପାଣିଗ୍ରାହୀ, ବରିଷ୍ଠ ନେତା ସଜ୍ଜନ ଶର୍ମା, ଦିଲ୍ଲୀପ ସ୍ୱାଇଁ, ଉପସଭାପତି ହଳପାଣି ମାଝୀ, ରାଜ୍ୟ ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ, ସମୀର ପାତ୍ର, ହୃଷିକେଶ ଜେନା, ବିପଦ ଭଞ୍ଜନ ଦାସ, ପ୍ରଦୀପ ପତ୍ରି, ସୂର୍ଯ୍ୟନାରାୟଣ ମହାପାତ୍ର, ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ମନୋଜ ସାହୁ, ଅଶୋକ ରଥ, ପାଉଲ ହେମ୍ବ୍ରମ୍, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ମଦନ ପ୍ରଧାନ, ପ୍ରଦୀପ କୁମାର ସାହୁ, ସୁଶ୍ରୀ ମନିଷା ଚିନ୍ମୟୀ ବେହେରା, ନନ୍ଦୀନି ଶତପଥୀ, ପୂର୍ଣ୍ଣିମା ଦାଶ, ବନ୍ଦନା ଦାଶକାନୁନଗୋ, ରୋଜାଲିନ ମହାନ୍ତି, ରାଜକିଶୋର ମିଣ୍ଡଲି, ସତ୍ୟବାଦୀ ଚଇନି, ଅଜୟ ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ମହାପାତ୍ର, ଜନାର୍ଦ୍ଦନ ଦଳବେହେରା, ଜଗନ୍ନାଥ ଗଡନାୟକସିଂ, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply