Odisha news

ବିଜେଡି ନେତା ବିଷ୍ଣୁ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଲା

0

ତିହିଡି,୧୬/୦୩(ଯଦୁମଣି ପାଣିଗ୍ରାହୀ) : ବାସୁଦେବପୁର ନିର୍ବାଚନମଣ୍ଡଳୀ ତଥା ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ବିଜେଡି ନେତା ବିଷ୍ଣୁ ଚରଣ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦିଆଯାଇଛି । ପଞ୍ଚାୟତ ନିର୍ବାଚନରେ ଦଳକୁ ସହଯୋଗ କରିନଥିବା କାରଣରୁ ଗତ ୨୦୧୭ରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଚଳିତ ମାସ ୯ ତାରିଖରେ ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା ତାଙ୍କ ଚିଠି ନଂ-୪୨୮ବଳରେ ଶ୍ରୀ ମହାନ୍ତିଙ୍କ ଉପରୁ ଉକ୍ତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ସହିତ ଶ୍ରୀ ମହାନ୍ତି ପୂର୍ବଭଳି ଦଳରେ ତାଙ୍କର ଦାୟିତ୍ୱକୁ ସୂଚାରୁ ରୂପେ ସଂପନ୍ନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Nalco

Leave A Reply