Odisha news

କଳିଯୁଗରେ କ୍ଷତ୍ରୀୟ ନୁହେଁ ଏହି ପରିବାରରେ ହେବ ବିଷ୍ଣୁଙ୍କ କଳକୀ ଅବତାରର ଜନ୍ମ

0

ମାଳିକା ର ବଚନ ଅନୁସାରେ କଳିଯୁଗ ର ଶେଷ ସମୟରେ ବିଷ୍ଣୁ କଳକୀ ଙ୍କ ଅବତାରରେ ଜନ୍ମ ନେଇ ପାପୀ ଙ୍କୁ ସଂହାର କରିବେ ଓ ପୁଣ୍ୟାତ୍ମା ଙ୍କୁ ଉଦ୍ଧାର କରିବେ l ଏହା ବିଷ୍ଣୁଙ୍କ ଦଶମ ଅବତାର ହେବ l ବର୍ତମାନ କଳିଯୁଗ ର ପ୍ରଥମ ଚରଣ ଚାଲିଛି , ଏବଂ ମାଳିକା ରେ ଏହା ମଧ୍ୟ ବର୍ଣନା ହୋଇଛି ଯେ ଧଳା ଘୋଡା ରେ ୧୨ ହାତର ଖଣ୍ଡା ଧରି ପାପୀ ମାନଙ୍କର ବିନାଶ କରିବେ l ବର୍ତମାନ କଳ୍କୀ ଙ୍କର ଗୋଟିଏ ମନ୍ଦିର ଉତ୍ତରପ୍ରଦେଶ ର ସଂଭଲ ଗ୍ରାମରେ ତିଆରି ହୋଇଛି l ମାନ୍ୟତା ଅନୁସାରେ କୁହାଯାଉଛି ଯେ ଭଗବାନ ବିଷ୍ଣୁ ନିଜର ୧୦ମ ଅବତାର ଏହି ସ୍ଥାନରେ ନେବେ l ଏହା ମଧ୍ୟ ମାନ୍ୟତା ରହିଛି ଯେ କଳ୍କୀ ଅବତାର ରେ ଭଗବାନ ବିଷ୍ଣୁ କ୍ଷତ୍ରୀୟ କୂଳରେ ଜନ୍ମ ନେବେ ନାହିଁ l  ଶାସ୍ତ୍ରଜ୍ଞ ଙ୍କ ମତରେ ଭଗବାନ କଳ୍କୀ ଅବତାର ରେ ବ୍ରାହ୍ମଣ ପି[ଅରିବାର ରେ ଜନ୍ମ ନେବେ l ବର୍ତମାନ ସୁଧା ଭଗବାନ ବିଷ୍ଣୁ ଙ୍କର ପ୍ରତ୍ୟେକ ଜନ୍ମ କ୍ଷତ୍ରିୟ ପରିବାରରେ ହୋଇଥିଲା , କେବଳ ଶ୍ରୀକୃଷ୍ଣ ଯାଦବ ବଂଶ ରେ ଜନ୍ମ ନେଇଥିଲେ l ଏବଂ ପର୍ଶୁରାମ ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ l ଭଗବାନ ବିଷ୍ଣୁ କଳ୍କୀ ଅବତାର ରେ ଜନ୍ମ ନେବା ପରେ ପାପର ବିନାଶ ହେବ ଏବଂ ଧର୍ମର ସ୍ଥାପନା ହେବ l

ହିନ୍ଦୁ ଶାସ୍ତ୍ର ରେ ଶ୍ରୀହରି ବିଷ୍ଣୁ ମୁଖ୍ୟତଃ ୧୦ ଟି ଅବତାର ଏହି ଧରାପୃଷ୍ଠ ରେ ନେବେ , ସେଥିମଧ୍ୟରୁ ୯ଟି ଅବତାର ନେଇ ସାରିଛନ୍ତି l ବର୍ତମାନ ଆଉ ଗୋଟିଏ ଅବତାର ରହିଛି l  ଅଗ୍ନି ପୁରାଣ ର ୧୬ ତମ ଅଧ୍ୟାୟ ରେ କଳ୍କୀ ଙ୍କ ରୂପ ବିଷୟରେ ବର୍ଣନା କରାଯାଇଛି, ଏବଂ ଏହି ଅବତାର ରେ କଳ୍କୀ ଙ୍କ ଗୁରୁ ପର୍ଶୁରାମ ରହିବେ l ଯିଏକି ବର୍ତମାନ ମଧ୍ୟ ଏହି ଧରାପୃଷ୍ଠ ରେ ଜୀବିତ l ସେ କଳ୍କୀ ଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେବେ l

କଳକୀ ପୁରାଣ ଅନୁସାରେ କଳ୍କୀ ଭଗବାନ ଶ୍ରବଣ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସଂଭଲ ନାମକ ସ୍ଥାନରେ ହେବ l ଏବଂ କଳକୀ ଙ୍କ ପିତା ଭଗବାନ ବିଷ୍ଣୁ ଙ୍କ ର ଗୋଟିଏ ବଡ଼ ଭକ୍ତ ହୋଇଥିବେ l ମହାବଭାରତର ରଚୟିତା ବେଦବ୍ୟାସ ଅନେକ ବର୍ଷରୁ ଭବିଷ୍ୟବାଣୀ କରିଥିଲେ ଯେ ଯେତେବେଳେ ଧରାପୃଷ୍ଠ ରେ ପାପର ଭାର ବୃଦ୍ଧି ହେବ ସେତେବେଳେ ଭଗବାନ ବିଷ୍ଣୁ ନିଜର ୧୦ ମ ଅବତାର ନେବେ l ଭବିଷ୍ୟବାଣୀ ହୋଇଛି ଯେ ଭଗବାନ କଳ୍କୀ ନିଜ ଗୁରୁ ପର୍ଶୁରାମ ଙ୍କ ନିର୍ଦେଶ କ୍ରମେ ମହାଦେବ ଙ୍କୁ ତପସ୍ୟା କରିବେ ଓ ସମସ୍ତ ଦିବ୍ୟଶକ୍ତି ପ୍ରାପ୍ତ କରିବେ l କଳ୍କୀ ଅବତାର ରେ ଭଗବାନ ଧଳା ରଙ୍ଗର ଦେବଦତ୍ତ ନାମକ ଘୋଡା ଉପରେ ବସି ପୃଥିବୀକୁ ସଂହାର କରିବେ l

Nalco

Leave A Reply