Odisha news

୪୪% ଡିଗ୍ରୀ ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ଲାଗି ସଂରକ୍ଷିତ ଜଙ୍ଗଲ ରେ ପଶୁ ପକ୍ଷୀ ଚଢେଇ ମାନଙ୍କ ପାଇଁ ଠେକି ମାଠିଆ ରେ ପାଣି ପିଇବାର ବ୍ୟବସ୍ଥା

0

ଆଜି “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ମହାବିରୋଡ଼ ବନାଞ୍ଚଳର ପରଜଙ୍ଗ ବାରବାଙ୍କ କନ୍ଦରସିଂହା ଡୁବୁରୀ ସଂରକ୍ଷିତ ଜଙ୍ଗଲ ରେ ୪୪% ଡିଗ୍ରୀ ବିଷଣ ଖରା ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବା ଦୃଷ୍ଟି କୁଣରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଚତୁର୍ଥ ପର୍ଯ୍ୟାୟରେ ସଂରକ୍ଷିତ ଜଙ୍ଗଲ ରେ ପଶୁ ପକ୍ଷୀ ଚଢେଇ ମାନଙ୍କ ପାଇଁ ଠେକି ମାଠିଆ ରେ ପାଣି ପିଇବାର ବ୍ୟବସ୍ଥା ଓ ଗାଈ ଗୋରୁ ଙ୍କୁ ଶୁଖିଲା ଖାଦ୍ୟ ପାଣି ପିଇବା ପାଇଁ ଦିଆଯାଇଥିଲା, ଏବେ ଆମ ଓଡିଶାର ସମସ୍ତ ଅଞ୍ଚଳରେ ୪୪ ଡିଗ୍ରୀ ତାପମାତ୍ରା ରହୁଅଛି ଯାହା ଫଳରେ ଭୀଷଣ ଗରମ ଗୁଳୁଗୁଳି ଲାଗି ରହିଥିବା ବେଳେ ଜଙ୍ଗଲର ସମସ୍ତ ନାଳ, ନର୍ଦମା, କୂଅ, ପୁଖରୀ ସବୁ ଶୁଖିଲା ହୋଇ ପଡିଅଛି ଯାହା ଫଳରେ ବନ୍ୟ ପଶୁ ପକ୍ଷୀ ଚଢେଇ ଅନ୍ୟାନ୍ୟ ବନ୍ୟଜନ୍ତୁ ଏବଂ ବୁଲା ଗାଈ କୁକୁର ମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଏହାକୁ ଦୃଷ୍ଟିରେ ରଖି ଯୁବଶକ୍ତି ପକ୍ଷରୁ ଜିଲ୍ଲାର ସମସ୍ତ ବନାଞ୍ଚଳ ଗୋଡିକ ରେ ପଶୁ ପକ୍ଷୀ ବନ୍ୟ ଜୀବଜନ୍ତୁ ଙ୍କ ନିମନ୍ତେ ଠେକି ମାଠିଆ,ଗରା ବାଲ୍ଟି ରେ ପାଣି ପିଇବାର ବ୍ୟବସ୍ଥା କରାଯାଇ ଅଛି, ଜଙ୍ଗଲର ସମସ୍ତ ବନ୍ୟଜନ୍ତୁ, ପଶୁ ପକ୍ଷୀ, ବୁଲା ଗାଈ ଗୋରୁ ଙ୍କ ନିମନ୍ତେ ରାଜ୍ୟ ସରକାର ଓ ବନ ବିଭାଗ ପକ୍ଷରୁ ସମସ୍ତ ବନାଞ୍ଚଳ ଗୋଡିକ ରେ ସ୍ଥାୟୀ ସିମେଣ୍ଟ କୁଣ୍ଡ କରି ପାଣିର ବ୍ୟବସ୍ଥା ଏବଂ ବନ୍ୟା ପ୍ରାଣୀ ହାତୀ ମାନଙ୍କ ନିମନ୍ତେ ଜଙ୍ଗଲ ଗୋଡିକ ରେ ନୂତନ ପୁଖରୀ ନିର୍ମାଣ କରାଗଲେ, ବନ୍ୟା ପ୍ରାଣୀ ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁ ପଶୁ ପକ୍ଷୀ ମାନେ ପାଣି ଟୋପାଏ ପାଇଁ ଆଉ ଗାଁ ମୁହାଁ ହୁଅନ୍ତେ ନାହିଁ, ଯାହା ଫଳରେ ବନ୍ୟ ଜୀବଜନ୍ତୁ ଜଙ୍ଗଲରେ ସୁରକ୍ଷିତ ରେ ରହି ପାରନ୍ତେ, ଏହା ସହ ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ହାତୀ ଉପଦ୍ରବ ପାଇଁ କୌଣସି ଭୟଭୀତ ହୁଅନ୍ତେ ନାହିଁ, ବନ ବିଭାଗ ପକ୍ଷରୁ ଏହି ଘଟଣା ର ସମସ୍ତ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରାଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ଚିଣ୍ଟୁ ମାଝୀ, ସୁଶୀଲ ସାହୁ, ନନ୍ଦ କିଶୋର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Leave A Reply