Odisha news

ଲଘୁଚାପ ଜନିତ ବର୍ଷାଯୋଗୁ  ମୁଗ ଓ ପନିପରିବା ଫସଲ ବ୍ୟାପକ କ୍ଷତି, ଚାଷୀ ମୁଣ୍ଡରେ ଚଡକ , 

0
ବିଞ୍ଝାରପୁର,୨୦ା୩ :ଗତ କାଲିଠାରୁ ଜାରି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଂଝାରପୁର ବ୍ଲକର ଶହ ଶହ ହେକ୍ଟର ମୁଗ ଫସଲ ଓ ପନିପରିବା ଫସଲର ବ୍ୟାପକ କ୍ଷତି ହୋଇଛି।କ୍ଷେତରେ ପାଣି ଜମିଥିବାରୁ ମୁଗ ଗଛ ଗୁଡିକ ଭୁଶୁଣ୍ଡି ଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି।ମୁଗର ପ୍ରଥମ ଛେକ ଫୁଲ ସବୁ ଝଡ଼ିଯିବା ଦ୍ୱାରା ମୁଗ ଛୁଇଁ ମଧ୍ୟ ଗଛ ମାନଙ୍କରେ ଆଶାନୁରୂପ ହେବନାହିଁ।ବିଂଝାରପୁର ବ୍ଲକର ଶିଶିରଣା,ଗୁହାଳି,ମାନଧାତାପାଟଣା,ମାଁସଡା,ଫତେପୁର,ବରୁଣାବାଙ୍କ,କରପଦା, ରଣପୁର,କଂଟିପୁର ଗ୍ରାମ ମାନଙ୍କରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ା ବୀରଭଦ୍ର ସାମଲ,ପ୍ରଶାନ୍ତ ନାୟକ,ଅକ୍ଷୟ ମଲ୍ଲିକ ପ୍ରମୁଖ ମୁଗ ଫସଲର କ୍ଷୟକ୍ଷତି କୁ ନେଇ ହତାସ ହୋଇ ପଡିଛନ୍ତି ା  ଏହାଛଡା ତରଭୁଜ ଚାଷ କରିଥିବା ଚାଷୀଙ୍କ ର ମଧ୍ୟ ତରଭୁଜ ସବୁ ପଚି ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି, ଚିନା ବାଦାମ ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଛି।ଜମିରେ ପାଣି ଜମି ଥିବାରୁ ଚିନା ବାଦାମରେ ପୋକ ଲାଗିଯିବା ସହିତ ଗଜା ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି ବୋଲି ଚାଷୀମାନେ ମତ ବ୍ୟକ୍ତ କରିଛନ୍ତି। କଲ୍ୟାଣପୁର ଗ୍ରାମର ଚାଷୀ ସର୍ବଶ୍ରୀ ନନ୍ଦ କିଶୋର ସାମଲ, କୃଷ୍ଣଚନ୍ଦ୍ର ଯେନା, ମିନା ଯେନା,ଶତ୍ରୁଘନ ଯେନା, ଜଗବନ୍ଧୁ ଯେନା ଆଦି ପ୍ରାୟ ପଚାଶ ଏକର ଜମିରେ ମୁଗ ଚାଷ କରି ଲକ୍ଷାଧିକ ଟଙ୍କା ହାତ ଉଦ୍ଧର କରି ଥିଲେ।କିନ୍ତୁ ମୁଗ କ୍ଷେତରେ ପାଣି ଜମିଯିବା ଦ୍ୱାରା ସେମାନଙ୍କ ଆହାର ମୁହଁରେ ପାହାର ହେଲାଭଳି ଦୁଃଖଦ ଘଟଣା ଘଟିଲା ବୋଲି ଦୁଃଖରେ ସମ୍ପୁର୍ଣ ଭାଙ୍ଗିପଡି କୋହଭରା କଣ୍ଠରେ କହିଥିଲେ।ସରକାରଙ୍କ ଠାରୁ ସେମାନେ ମଧ୍ୟ ମାଗଣା ମୁଗବିହନ ପାଇନାହାନ୍ତି ।ଯେଉଁମାନଙ୍କୁ ମୁଗ ବିହନ ବଣ୍ଟନ ହୋଇଛି, ସେମାନେ ଚାଷ ନକରି ଘରେ ତାକୁ ଭାଜି ଡାଲି କରିଖାଇଦେଲେ।ଆଦୌ ଚାଷ କଲେ ନାହିଁ।କିନ୍ତୁ ମୁଗ ବିହନ ନଷ୍ଟ ହେବା ଯୋଗୁ କ୍ଷତିପୂରଣ ରାଶି ସରକାର ଦେଲେ ସେମାନେ ପ୍ରଥମେ ତାହାକୁ ହାତେଇବା ପାଇଁ ଉଦ୍ୟମ କରିବେ।ଏଣୁ ଅବିଳମ୍ବେ କୃଷି ବିଭାଗର ଅଧିକାରୀ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ କୁ ଆସି ସରଜମିନ ତଦନ୍ତ କରି ଲଘୁ ଚାପ ଜନିତ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ମୁଗ ଚାଷୀ, ପରିବା ଚାଷୀଙ୍କୁ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାଷୀ ନେତା ଶ୍ରୀ ଭୁବନାନନ୍ଦ ସାମଲ, ସନାତନ ସାହୁ, ରବୀନ୍ଦ୍ର ଯେନା, ଶ୍ରୀକାନ୍ତ ପ୍ରଧାନ, ଧନେଶ୍ୱର ସାମଲ,ସୂର୍ଯ୍ୟମଣି ଦାଶ, ସୁଧୀର ଭୂୟାଁ, ସୀମାନ୍ତ ପାତ୍ର ଆଦି ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି
Har Ghar Tiranga

Leave A Reply