ଚଳଚିତ୍ର ତୀର କାହାଣୀ ଏଭଳି ଗୋଟିଏ ସତ୍ୟ ଘଟଣା କୁ ନେଇ ହୋଇଛି, ଯାହାର ସତ୍ୟ କେବେ ଲୋକ ଲୋଚନ କୁ ଆସିଛି କିମ୍ବା ଏହାକୁ ନେଇ କେବେ ଚର୍ଚା ହୋଇଛି l ନିକଟରେ ‘ ଦି ସାବରମତୀ ରିପୋର୍ଟ ‘ ର ଟ୍ରେଲର ରିଲିଜ ହୋଇଛି, ଏହି ଚଳଚିତ୍ର ରେ ଲିଡ଼ ରୋଲ ରେ ଅଭିନୟ କରିଛନ୍ତି 12th ଫେଲ ର ମୁଖ୍ୟ କଳାକାର ବିକ୍ରlନ୍ତ ମେସି l ଏବଂ ବର୍ତମାନ ଏହି ଚଳଚିତ୍ର କୁ ନେଇ ଵିକ୍ରନ୍ତ ମେସି ଙ୍କୁ ଧମକ ମିଳୁଛି, ଏବଂ ସେ ଏଥିପାଇଁ FIR ମଧ୍ୟ ଦେଇଛନ୍ତି l
ବିକ୍ରନ୍ତ କହିଛନ୍ତି ଯେ ମୁଁ କିମ୍ବା ଟିମ୍ କଦାପି ପଛକୁ ହଟିବୁ ନାହିଁ, ପ୍ରତ୍ୟେକ ଭାରତୀୟ ଙ୍କର ଏହା ଜାଣିବା ଅଧିକାର ଯେ କଣ ଘଟିଥିଲା ସେହି କାଳ ରାତ୍ରିରେ l ୨୦୦୨ ରେ ଗୁଜୁରାଟ ରେ ଘଟିଥିବା ଗୋଧ୍ରା ଗଣହତ୍ୟା ବିଷୟ ଆଜି ମଧ୍ୟ ଅନେକ ଭାରତୀୟ ଙ୍କ ପାଇଁ ଅଛପା ଅଟେ, ଅଯୋଧ୍ୟା ରୁ ବାହାରିଥିବା ସାବରମତୀ ଏକ୍ସପ୍ରେସ ର ୨ଟି ବଗି ରେ ନିଆଁ ଲାଗି ଯିବା ଦ୍ୱାରା ୫୯ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇ ଯାଇଥିଲା l ଏହାକୁ ନେଇ ଯାଞ୍ଚ କମ ହୋଇଥିଲା ଏବଂ ରାଜନୀତି ଅଧିକ ହୋଇଥିଲା l ଏବଂ ଏହି ଘଟଣା ରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ରାମ ଭକ୍ତ ଏବଂ କର ସେବକ ଥିଲେ l ଚଳଚ୍ଚିତ୍ରଟି ୨୦୨୦ ରେ ସିନେମା ହଲ ରେ ରିଲିଜ ହୋଇ ସାରିଛି, ଏବଂ ବର୍ତମାନ ମେକର୍ସ ଏହାକୁ OTT ରେ ରିଲିଜ କରିବା ପାଇଁ ଚିନ୍ତା କରିଛନ୍ତି l