Odisha news

ବିଦୁରଙ୍କ ନୀତି : ଜୀବନରେ ଏହି ଜିନିଷକୁ ଲାଭ କରିବା ପାଇଁ ମଣିଷ ନିସ୍ଵାର୍ଥପର ହେବା ଆବଶ୍ୟକ

0

ମହାତ୍ମା ବିଦୁରଙ୍କ ନୀତି ଶାସ୍ତ୍ରରେ ପ୍ରାୟ ସମସ୍ତ ବ୍ୟକ୍ତି ଅନୁପ୍ରାଣିତ l ହିନ୍ଦୁ ଧର୍ମରେ ନୀତି ଶାସ୍ତ୍ରର ଅନେକ ମହତ୍ୱ ରହିଛି l ବିଦୁରଙ୍କୁ ସ୍ୱୟଂ ଧର୍ମରାଜଙ୍କ ଅବତାର ଭାବରେ ମହାଭାରତ ଯୁଗରେ ବିବେଚନା କରାଯାଇଛି l ଭଗବାନ ଶ୍ରୀକୃଷ୍ଣ ମଧ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନୁପ୍ରାଣିତ l ମଣିଷ ଜୀବନରେ ଅନେକ ଉତଥାନ ପତନ ଆସିଥାଏ ,କିନ୍ତୁ ମଣିଷ ହାରି ନଯାଇ ତାହାର ମୁକାବିଲା କରିବା ଆବଶ୍ୟକ l

* ବିଦୁର କହିଛନ୍ତି ଜ୍ଞାନ ଲାଭ କରିବା ପାଇଁ ମଣିଷ ସାମାନ୍ୟ ସ୍ୱାର୍ଥପର ହେବା ଆବଶ୍ୟକ l କାରଣ ଏହା ଗୋଟିଏ ଏପରି ଜିନିଷ ଯାହା ଆମର ସାରା ଜୀବନ କାମରେ ଆସିଥାଏ l ଜ୍ଞାନ ଦ୍ୱାରା ମଣିଷ ସବୁଠି ଜୟ ଲାଭ କରିଥାଏ l ଯିଏ ପ୍ରକୃତ ଜ୍ଞାନୀ ତାର ଉନ୍ନତି ବଢି ଚାଲିଥାଏ l

* ମହାତ୍ମା ବିଦୁର କହିଛନ୍ତି ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସ୍ୱାର୍ଥପର ହେବା ଆବଶ୍ୟକ l କାରଣ ଗୁରୁଜନଙ୍କୁ ସନ୍ତୁଷ୍ଟ ଓ ସେବା କରି ତାଙ୍କର ଆଶୀର୍ବାଦ ଲାଭ କରାଯାଏ l ଏହା ସାଧାରଣ ସ୍ଥଳରେ ପ୍ରାପ୍ତ ହୁଏ ନାହିଁ l ଯଦି ଜୀବନରେ ସୁଯୋଗ ମିଳିଛି ତେବେ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ନିଜର ସୁଖକୁ ବଳିଦାନ ଦିଅନ୍ତୁ l

* ବିଦୁରଙ୍କ ମତରେ ଯେଉଁ ବ୍ୟକ୍ତି ସତ୍କର୍ମ କରିଥାଏ ସେହିଁ ଭାଗ୍ୟଶାଲୀ ହୋଇଥାଏ l କାରଣ ଭଲ କାମ କରିବା ପାଇଁ ସ୍ୱାର୍ଥପର ହେବା ଆବଶ୍ୟକ l ଦୁଖୀ ଜନର ସେବା କରିବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୋଇଥାଏ l ସ୍ୱୟଂ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି l

ଆମେ ଜୀବନରେ ନିଜର ସୁଖକୁ ବଳିଦାନ ଦେଇ ଅନ୍ୟର ସେବା କରିବା ଦ୍ୱାରା ପ୍ରକୃତ ଶାନ୍ତି ପାଇପାରିବା l ମଣିଷ ଜୀବନ ମାତ୍ର କିଛି ଦିନର ତେଣୁ ଏହାକୁ ଠିକ ଭାବରେ ଉପଯୋଗ କରିବା ଉଚିତ l

Leave A Reply