Odisha news

ଦିଲ୍ଲୀ ରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କ ଉପରେ ଆକ୍ସନ ମୋଡ଼ ରେ ପୋଲିସ

0

ଦିଲ୍ଲୀରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କ ଉପରେ ଉପରେ ପୋଲିସ ର ଆକ୍ସନ ଆରମ୍ଭ ହୋଇଯାଇଛି l ଏଲଜୀ ଙ୍କ ଆଦେଶ ପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡ଼ ରେ ଆସିଛି l ଅନୁପ୍ରବେଶକାରୀ ଙ୍କୁ ବାଛି ସେମାନଙ୍କ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦିଆଯାଇଛି l ସମସ୍ତ ଜିଲ୍ଲା ର ପୋଲିସ ଙ୍କୁ  ଅବୈଧ ଭାବରେ ବାଙ୍ଗଲାଦେଶୀ ଙ୍କୁ ବାଛି ତାଙ୍କ ଉପରେ ଆକ୍ସନ ନେବା ପାଇଁ କୁହାଯାଇଛି l ଏହା ସହିତ କ୍ରାଇମ ବ୍ରାଞ୍ଚ ର ଟିମ ମଧ୍ୟ ଆକ୍ସନ ମୋଡ଼ ରେ ଆସିଯାଇଛି l ମିଳିଥିବା ସୂଚନା ଅନୁସାରେ ବଙ୍ଗଳାଦେଶ ସୀମାରେ ଅନୁପ୍ରବେଶ କାରି ଲୋକ ଭାରତର ନକଲି ପରିଚୟ ପତ୍ର ତିଆରି କରିନେଉଛନ୍ତି l ଦିଲ୍ଲୀ ରେ ରହୁଥିବା ସମସ୍ତ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କ ପରିଚୟପତ୍ର ଖୋଜି ବାହାର କରିବା ଗୋଟିଏ ଆହ୍ୱାନ ଠାରୁ କମ ନୁହେଁ l ଏମିତିରେ ପରିଚୟପତ୍ର ପ୍ରସ୍ତୁତ କରି ଆସୁଥିବା ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଆକ୍ସନ ନିଆଯିବ l

ଏଲଜୀ ଙ୍କ ଆଦେଶ ପରେ ଆକ୍ସନ ରେ ପୋଲିସ –
ଦିଲ୍ଲୀ ରେ ଏଲଜୀ ସଚିବାଳୟ ଦିଲ୍ଲୀ ର ମୁଖ୍ୟ ସଚିବ ଓ ପୋଲିସ ଉଚ୍ଚ ପଦସ୍ଥ ଅଫିସର ସହରରେ ରହୁଥିବା ଅବୈଧ ବାଙ୍ଗଲାଦେଶୀ ଙ୍କୁ ବାଛି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି ଏବଂ ଏଥିପାଇଁ ୨ମାସ ସମୟ ଦିଆଯାଇଛି l ଏଲଜି ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ହଜରତ ନିଜାମୁଦିନ ର ଉଲେମାନ ଓ ମୁସଲିମ ନେତା ମାନଙ୍କର ଗୋଟିଏ ପ୍ରତିନିଧି ମଣ୍ଡଳ ଦ୍ୱାରା ଶନିବାର ଦିନ ଉପରାଜ୍ୟପାଳ ବି.କେ.ସକ୍ସେନା ଙ୍କ ସହିତ ସାକ୍ଷାତ ପରେ ନିଆଯାଇଛି l ପ୍ରେସ ରିଲିଜ ରେ କୁହାଯାଇଛି ଯେ ଏହି ପ୍ରତିନିଧିମଣ୍ଡଳ ବଙ୍ଗଳାଦେଶ ରେ ଅଳ୍ପସଂଖ୍ୟକ ହିନ୍ଦୁ ଙ୍କ ସହିତ ଯେଉଁ ବ୍ୟବହାର କରୁଛନ୍ତି ତାହା ଚିନ୍ତାର ବିଷୟ l ତେଣୁ ସହରରେ ରହୁଥିବା ଅନୁପ୍ରବେଶକାରୀ ଙ୍କ ଉପରେ ପଦକ୍ଷେପ ନିହାତି ଜରୁରୀ l

Leave A Reply