Odisha news

ଅବକାରୀ ବିଭାଗ ତରଫରୁ ୮ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୫୦୦ ଲିଟର ଦେଶୀ ମଦ ଜବତ 

0
 ଭୁବନ  ୧୪.୧ –  ଭୁବନ ବ୍ଲକ  ଅନ୍ତର୍ଗତ  ଚନ୍ଦାର ଓ  ଅରିଲୋ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜlରକିନ ରେ ମଦ ରଖିଥିବା ବେଳେ ଅବକାରୀ କର୍ମଚାରୀ ମାନେ ମାଟି ଖୋଳି ସମୁଦାୟ ୮ ହଜାର ଲିଟର ମହୁଲ ପୋଚ ନଷ୍ଟ କରିଦେଇଥିଲେ ଏବଂ ୫୦୦ ଲିଟର ଦେଶୀ ମଦ ଜବତ କରିଥିଲେ । ଅବକାରୀ କମିଶନର ନରସିଂହ ଭୋଳ,  ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ  ଓ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ,କାମାକ୍ଷାନଗର ଓ ଗନ୍ଦିଆ ଅବକାରୀ  ବିଭାଗ ଚଢ଼ାଉ କରିଥିଲେ l ଭୁବନ  ଅବକାରୀ  ଏସ ଆଇ ସୌରଭ ମିଶ୍ର, କାମାକ୍ଷାନଗର ଓ ଆଇ ସି ଦିପଦ୍ୟୋତନ ବିଶ୍ବାଳ ,ଗାଁଦିଆ ଓ ଆଇ ସି ସୁନୀତା କେରକେଟା,ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।
Har Ghar Tiranga

Leave A Reply