Odisha news

ବଢିଲା ଆଳୁର ସଙ୍କଟ,- ଓଡିଶା ସୀମାନ୍ତରୁ ଫେରିଲା ଶତାଧିକ ଆଳୁ ଟ୍ରକ , ଆଳୁ ମିଶନ ଫେଲ, ଓଡ଼ିଶାରେ ଆଳୁତାତି : ନାଲି ଆଖି ଦେଖାଇଲେ ଦିଦି                       

0
ଭୋଗରାଇ : ପଶ୍ଚିମବଙ୍ଗରେ ଆଳୁବ୍ୟବସାୟୀଙ୍କ ୪ ଦିନିଆ ଧର୍ମଘଟ ଯୋଗୁଁ ଓଡ଼ିଶାରେ ଆଳୁବାଜାରର ତାତି ବଢିଛି lପଶ୍ଚିମବଙ୍ଗ ଆଳୁର ମୂଲ୍ୟବୃଦ୍ଧି କୁ ନେଇଁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଳୁବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ସହିତ ମହଜୁଦ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଓ ହାଟବଜାରରେ ଟାସ୍କଫୋର୍ସ ଲଗାଇ ନିଜରାଜ୍ୟରେ କମମୂଲ୍ୟରେ ଖାଉଟିଙ୍କୁ ଆଳୁଯୋଗାଇବାକୁ ନେଇଁ ଆଳୁ ବ୍ୟବସାୟୀମାନେ ଖପ୍ପା ହୋଇ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରି ଆସୁଥିଲେ lଓଡ଼ିଶାର ଆଳୁବ୍ୟବସାୟୀ ପଶ୍ଚିମବଙ୍ଗ ଉପରେ ନିର୍ଭୟ କରୁଥିବାବେଳେ ଧର୍ମଘଟ ଯୋଗୁଁ ଓଡ଼ିଶାରେ ଆଳୁର ସଙ୍କଟ ଦେଖା ଦେଇଥିଲା ଓ ବାହାରରାଜ୍ୟକୁ ଆଳୁରପ୍ତାନି ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇବାଯୋଗୁ ଓଡିଶା ଓ ଝାଡ଼ଖଣ୍ଡ ରାଜ୍ୟରେ ଆଳୁର ଅଭାବ ଦେଖାଦେଇଛି l ସପ୍ତାହେ ପୂର୍ବରୁ ଓଡିଶାର ହାଟବଜାରରେ ଆଳୁକେଜିପ୍ରତି ୩ 0ରୁ ୩ ୫ ଟଙ୍କାରେ ବିକ୍ରି ହେଉଥିବାବେଳେ ହଟାତ ଆଳୁର ମୂଲ୍ୟବୃଦ୍ଧି ହୋଇ ୪ ୫ ରୁ ୬ 0ଟଙ୍କା ଉର୍ଦ୍ଧରେ ବିକ୍ରି ହେଉଥିବାରୁ ଖାଉଟିଙ୍କୁ ହାଣ୍ଡିଶାଳରେ ମହଙ୍ଗାମାଡ ହେଉ ଛି  l
ସୂଚନାନୁଯାୟୀ, ଓଡ଼ିଶାରେ ଖାଉଟିଙ୍କୁ ଆଳୁର ଚାହିଦା ମେଣ୍ଟାଇବା ନିମନ୍ତେ ପୂର୍ବ ସରକାର ୨ 0 ୧ ୪ ମସିହାରେ ଆଳୁମିଶନ ଗଠନ କରିଥିଲେ ମଧ୍ୟ ତାହା  ସଫଳ ହୋଇନାହିଁ lପରିସଂଖ୍ୟାନୁଯାୟୀ ୨ 0 ୧ ୫ – ୧ ୬ ରୁ ଅଦ୍ୟାବଧି ଆଳୁର ଲକ୍ଷ୍ୟଧାର୍ଯ୍ୟ ର ଉତ୍ପାଦନ ବର୍ଷକୁ ବର୍ଷ ବିଭିନ୍ନ କାରଣରୁ କମୁଥିବାବେଳେ ଆଳୁଚାଷୀ ମୁହଁମୁଡୁଛନ୍ତି l ଓଡ଼ିଶାରେ ଶୀତଳ ଭଣ୍ଡାର ଅଭାବ ସହ ଠିକ ସମୟରେ ଚାଷୀଙ୍କୁ ଉନ୍ନତ ମାନର ଆଳୁବିହନ ଯୋଗାଇ ନଦେବା, ଉତ୍ପାଦିତ ଆଳୁକୁ ସରକାରୀ ବ୍ୟବସ୍ଥାରେ କ୍ରୟ ନକରିବା, ମାଙ୍କଡ଼ପଲ ଦାଉରୁ ଚାଷୀଙ୍କୁ ରକ୍ଷା ନ କରିବା କିମ୍ବା ଚାଷୀଙ୍କୁ ଆଳୁ ଚାଷ ନିମନ୍ତେ ପ୍ରତ୍ସାହନ ନଦେବା ମୁଖ୍ୟକାରଣ ଉଭା ହୋଇଛିl ଓଡିଶାରେ ବର୍ଷକୁ ଆଳୁର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ୧ ୩ ଲକ୍ଷ ମେଟ୍ରିକଟନ ଦରକାର ଥିବାବେଳେ ମାତ୍ର ୩ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦିତ ହେଉଛି l
ବାକି ୪ ଗୁଣ ଅଭାବ ରହିଛି l ଚଳିତବର୍ଷ ବାଲେଶ୍ୱରଜିଲାରେ ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ରେ ୧ ୬ ୬ 0 ହେକ୍ଟରଜମିରେ ଆଳୁଚାଷ ନିମନ୍ତେ ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ମାତ୍ର ୪0 କୁଇଣ୍ଟାଲ ଆଳୁବିହନ ଯୋଗାଇ ଦିଆଯାଇଥିବାବେଳେ ଆଶାଜନକ ଆଳୁ ଉତ୍ପନ୍ନ ହୋଇନାହିଁ ବୋଲି ଜିଲା ଉପ ଉଦ୍ୟାନ କୃଷି ନିର୍ଦେଶକ ତପନ କୁମାର ମହାନ୍ତି  ସୂଚନା ଦେଇଛନ୍ତି l ଅପରପକ୍ଷରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତିର ୪ ଦିନ ଧର୍ମଘଟ ଯୋଗୁଁ ପଶ୍ଚିମବଙ୍ଗରେ ଅଚଳାବସ୍ଥା ଲାଗିରହିବାରୁ ବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତାବାନାର୍ଜୀ ନରମିଛନ୍ତି l ହେଲେ ଓଡିଶାପ୍ରତି ମନଭାବ କଠୋର କରି ରାଜନୈତିକ ଚାଲ ଖେଳିଛନ୍ତି lସେ ଆଳୁବ୍ୟବସାୟୀ ସଂଘକୁ ଡାକି ସେଠାକାର କୃଷି ବିପଣୀ ମନ୍ତ୍ରୀ ବିଚାରାମ ମାନ୍ନା ସହିତ ଦୀର୍ଘ ସମୟ ଆଲୋଚନା ପରେ ସମାଧାନ ପରେ  ଆଳୁବ୍ୟବସାୟୀ ଧର୍ମଘଟ ପ୍ରତ୍ୟାହୃତ କରିଛନ୍ତି  l ଶୀତଳଭଣ୍ଡାରରୁ ପାଇକାରୀ କେଜିପ୍ରତି ୨ ୬ ଟଙ୍କାରେ କିଣି.ପଶ୍ଚିମବଙ୍ଗ ଖାଉଟିଙ୍କୁ ୩ 0 ଟଙ୍କାରୁ କମ ମୂଲ୍ୟରେ ବିକ୍ରିକରିବାକୁ ନିର୍ଦେଶ ଦିଆଯଇଛି  l ଗୁରୁବାର ରାତିରୁ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଦାନ୍ତୁନ ଠାରେ ଶତାଧିକ ଆଳୁଟ୍ରକ ଓଡିଶା ମୁହାଁ ହୋଇଥିବାବେଳେ ଶୁକ୍ରବାର ପଶ୍ଚିମବଙ୍ଗ ପ୍ରଶାସନ ପୋଲିସ ଲଗାଇ ସମସ୍ତ ଆଳୁ ଗାଡିକୁ ଫେରାଇ ନେଇଥିବାବେଳେ ଓଡ଼ିଶାରେ ଆଳୁର ସଙ୍କଟ ଦେଖାଦେଇଛି

Leave A Reply