Odisha news

ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ଭଞ୍ଜନଗର ଏନ୍ଏସି

0

ଭଞ୍ଜନଗର:( ଅମରେନ୍ଦ୍ର କୁମାର ପଟ୍ଟନାୟକ) ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଭଞ୍ଜନଗର ସହରରେ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଉଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ଆର୍ବଜନା ମୁକ୍ତ ସହର ଭାବେ ଜାତୀୟ ସ୍ତରରେ ଚୟନ ହୋଇ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ଏନ୍ଏସିକୁ ଅବଗତ କରାଯାଇଛି। ଆର୍ବଜନା ମୁକ୍ତ ସହର ପାଇଁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ଭେକ୍ଷଣ ୨୦୨୩ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ଚୟନ ପ୍ରକ୍ରିୟାରେ ଭଞ୍ଜନଗର ଏନ୍ଏସି ଉଲ୍ଲେଖନୀୟ ଅବଦାନ ପାଇଁ ଏଭଳି ପୁରସ୍କାର ପାଇବା ନେଇ ଯୋଗ୍ୟ ବିବେଚିତ ହୋଇଛି। ଏହି ଖବର ପହଞ୍ଚିବା ପରେ ସ୍ଥାନୀୟ ଇଲାକାରେ ଖୁସିର ଲହରି ଖେଳି ଯାଇଛି। ଆସନ୍ତା ୧୧ ତାରିଖ ନୂଆଦିଲ୍ଲୀର ଭାରତ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର NAC ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର ଓ ,କାର୍ଯ୍ୟ ର୍ନିବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ପରିମଳ ବିଭାଗର କର୍ମଚାରୀ ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

Har Ghar Tiranga

Leave A Reply