Odisha news

ସଂକୁଳ ଖେଳକୁଦ ସମାରୋହ

0
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ ):  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ସଂକୁଳ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ମୁଖ୍ୟ ଅତିଥି  ଭବାରେ  ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ , ସଂକୁଳ ପ୍ରମୁଖ ପ୍ରସନ୍ନ ପ୍ରଧାନ ଯୋଗ ଦେଇ ଥିଲେ।ଭଞ୍ଜନଗର ସଂକୁଳ ର ୧୧ ଟି ଶିଶୁମନ୍ଦିର ର ୧୯୪ ଜଣା କ୍ରୀଡା ପତିଯୋଗୀ ଙ୍କ ମଧ୍ୟରେ   ୧୦୦ମି ଦୌଡ଼,୨୦୦ ମି ଦୌଡ଼ ୪୦୦ମି ଦୌଡ଼ ,୮୦୦ ମି ଦୌଡ଼ ,୧୫୦୦ ମି ଦୌଡ଼, ୩୦୦୦ମି ଦୌଡ଼ ,ବାଧା ଦୌଡ଼,ଲମ୍ବା ଡିଆଁ,ଉଚ୍ଚ ଡିଆଁ, ଗୋଳା ଫିଙ୍ଗା,ଥାଳିଆ ଫିଙ୍ଗା ,ବର୍ଚ୍ଛା ଫିଙ୍ଗା ଇତ୍ୟାଦି କ୍ରୀଡା ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
Nalco

Leave A Reply