Odisha news

ଭଞ୍ଜନଗର କୁଲାଡ଼ ମା ବ୍ୟାଘ୍ରଦେବୀ ଓ  ଜଗନ୍ନାଥ ମନ୍ଦିରର ସମୀକ୍ଷା କଲେ  ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ  

0

ଭଞ୍ଜନଗର, ୧୭ /୧୨ .ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ରବିବାର ଦିନ ବ୍ରହ୍ମପୁର ,କବିସୂର୍ଯ୍ୟନଗର ,ଆସ୍କା ପରେ  ଅପରାହ୍ନରେ ଭଞ୍ଜନଗର ବ୍ଲକ ଅଧୀନ କୁଲାଡ଼ ଗ୍ରାମରେ ପହଞ୍ଚିଥିଲେ | ଭଞ୍ଜନଗର ଗସ୍ତବେଳେ  ପ୍ରଥମେ ଜିଲୁଣ୍ଡି ଗ୍ରାମଠାରେ  ତାଙ୍କୁ ବିପୁଳ ସ୍ୱାଗତ  ସମ୍ବର୍ଦ୍ଧନା କରାଯିବା ସହ  ଭଞ୍ଜନଗର ଏନ୍.ଏ.ସି ପକ୍ଷରୁ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର ଓ ବହୁ କର୍ମୀ  ଏନ୍.ଏ.ସି କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ରହି ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଏଥିସହ ବହୁ ସମର୍ଥକଙ୍କ ସହ  ବିରାଟ ଶୋଭାଯାତ୍ରାରେ ଆସି  କୁଲାଡ଼ ସ୍ଥିତ ଜଗନ୍ନାଥ ଓ ବ୍ୟାଘ୍ରଦେବୀ ମନ୍ଦିର ନିକଟରେ ପହଞ୍ଚିଥିଲେ ସେଠାରେ  ଓଡ଼ିଶାର ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଏହାପରେ ମା ବ୍ୟାଘ୍ରାଦେବୀ ମନ୍ଦିରରେ ମା’ଙ୍କ ନିକଟରେ  ପୂଜାର୍ଚନା କରିବା ସହ ଆଶୀର୍ବାଦ ଗ୍ରହଣ କରି  ମନ୍ଦିରରର ଉନ୍ନତିକରଣ କାର୍ଯ୍ୟର  ସମୀକ୍ଷା କରିଥିଲେ ଏଥିସହ ଐତିହାସିକ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ”ଜୟ ଜଗନ୍ନାଥ” କହି   ସ୍ଥାନୀୟ ଲୋକଙ୍କ ଶୁଭକାମନା ପାର୍ଥନା କରିଥିଲେ | ଏହାପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ତ ମନ୍ଦିରର ଉନ୍ନତିକାରଣ ସକାଶେ ମୁଖ୍ୟମନ୍ତ୍ରୀ  ୧ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାବେଳେ ଏହାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ | ଏହାପରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦବୋଧନ ଦେଇ ନୂଆ-ଓ କାର୍ଯ୍ୟକ୍ରମ ଦ୍ୱାରା ପାଠ ପଢା ଭଳି କ୍ରୀଡା ,ନୃତ୍ୟ,ସଂଗୀତ ଓ ସାମାଜିକ ସଚେତନତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ,ବ୍ୟକ୍ତିତ୍ୱର  ବିକାଶ ସହ ଛାତ୍ର ସମାଜକୁ ସଶକ୍ତ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ | ସେହିପରି ଭଞ୍ଜନଗର ବ୍ଲକକୁ  ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଲକ୍ଷ୍ମୀ ବସ ଯୋଜନା  କାର୍ଯ୍ୟକାରୀ କରାଯିବା ନେଇ ୫-ଟି ଅଧ୍ୟକ୍ଷ ନିଜ ମତବ୍ୟକ୍ତ କରିଥିଲେ  | ସେହି  ଭଳି ସ୍ୱାସ୍ଥ୍ୟ  କାର୍ଡ ଯୋଜନା ଓ ମୋ ବ୍ୟାଙ୍କ ଯୋଜନା ଭଳି ବହୁ ଉନ୍ନୟନମୂଳକ  ଯୋଜନାରେ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ଏହି  ସବୁ ଯୋଜନା  ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ହୋଇପାରୁଥିବା ସେ ନିଜ ମତବ୍ୟକ୍ତ କହିଛନ୍ତି ଏଥିସହ ଭଞ୍ଜନଗର ଅଞ୍ଚଳର ସୁବିଧା ଅସୁବିଧା ସମ୍ପର୍କରେ ଆପଣଙ୍କ ଅଞ୍ଚଳର ବିଧାୟକ ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖେ ଜଣାଇଥାନ୍ତି ତେଣୁ ଆଗାମୀଦିନରେ ଭଞ୍ଜନଗରର ଉନ୍ନତି ସକାଶେ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ପାଇଁ ଶ୍ରୀ ପାଣ୍ଡିଆନ କହିଛନ୍ତି   | ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ କାଜୁ ଉନ୍ନୟନ  ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପାଳ ଦିବ୍ୟଜ୍ୟୋତି  ପରିଡା ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା,ବିଡ଼ିଓ ଶଶିଭୂଷଣ ମହାପାତ୍ର,ତହସିଲଦାର ଉମାଶଙ୍କର ବେହେରା,ଜିଲ୍ଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖଙ୍କ ସମେତ ଜିଲ୍ଲାର ବହୁ  ଅଧିକାରୀ ,ସମସ୍ତ ସରପଞ୍ଚ ଓ ବହୁ ସମର୍ଥକ ଯୋଗ ଦେଇଥିଲେ |

Nalco

Leave A Reply