Odisha news

ସାମ୍ବାଦିକଙ୍କୁ ପଥରରେ ଛେଚିଅତି ନିର୍ମମ ଭାବେ ହତ୍ୟା ସନ୍ଦେହ

0

ଭଞ୍ଜନଗର,03/12 ସମୟ ଖବର କାଗଜ ବେଲଗୁଣ୍ଠା ବ୍ଲକ ପ୍ରତିନିଧି ଜଗନ୍ନାଥ ନାୟକ(34) ଙ୍କୁ ଅତି ନିର୍ମମ ପଥର ଛେଚି ହତ୍ୟା ସନ୍ଦେହ କରାଯାଇଥିବା ଜଣା ପଡିଛି, ମୃତ ଜଗନ୍ନାଥ ଙ୍କ ଘର ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ, ମୃତ ଜଗନ୍ନାଥ ସମୟ ଖବର କାଗଜ ର ବେଲଗୁଣ୍ଠା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ, ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ଗୋପାଳପୁର ରେ ଫାଷ୍ଟଫୁଡ ବ୍ୟବସାୟ କରୁଥିଲେ ଓ ଗୋପାଳପୁର ରେଡ଼ିକା ସାହିରେ ଘର ଭଡା ନେଇ ରହୁଥିଲେ,ଗତ ମାସ 29 ତାରିଖ ବୁଧବାର ଦିନ ଠାରୁ କୁଆଡେ ଚାଲିଯାଇ ଥିଲେ, ତାଙ୍କର କିଛି ଖୋଜ ଖବର ମିଳିନଥିବା ସ୍ଥାନୀୟ ଲୋକ କହୁଥିଲେ,ଆଜି ପରିବାର ଲୋକ ଗୋପାଳପୁର ରେଡ଼ିକା ସାହି ସ୍ଥିତ ଜଗନ୍ନାଥ ରହୁଥିବା ଘରକୁ ଯାଇଥିଲେ, ସେଠାରେ ବାହାର ପଟୁ ତାଲା ପଡ଼ିଥିବା ଦେଖିଥିଲେ, ଝରକା ପଟୁ କିଛି ଦୁର୍ଗନ୍ଧ ବାହାରି ବାର ଦେଖିଲା ପରେ ଗୋପାଳପୁର ପୁର ଥାନାକୁ ମୃତ ଜଗନ୍ନାଥ ଙ୍କ ଭାଇ ପୁନିଆ ନାୟକ ଯାଇ ଏତଲା ଦେବା ପରେ ପୋଲିସ ରେଡ଼ିକା ସାହିକୁ ଯାଇ ଘରର କବାଟ ଭାଙ୍ଗିବା ପରେ ପୋଲିସ ଜଗନ୍ନାଥ ଙ୍କ ରକ୍ତ ଜୁଡୁବୁଦୁ ହୋଇ ପଡ଼ିଥିବା ମୃତ ଦେହ ପଡ଼ିଥିବା ଦେଖିଥିଲେ, ତାଙ୍କୁ କେହି ପଥର ରେ ଛେଚି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛନ୍ତି,କନିସି ଅତିରିକ୍ତ ତହସିଲଦାର ସୋମେଶ ରଣବିଯୁବର ଓ ବ୍ରହ୍ମପୁର ସାଇଣ୍ଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି.ପୋଲିସ ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲ କୁ ପଠାଇଛନ୍ତି, ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ପୋଲିସ କହିଛି.ଜଗନ୍ନାଥ ଜଣେ ମେଳାପୀ ବ୍ୟକ୍ତି ଥିବା ତାଙ୍କ ଅଂଚଳ ବାସୀ ଜଣାଇଛନ୍ତି,
ଭଞ୍ଜନଗର ଗଞ୍ଜାମ ରୁ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Leave A Reply