Odisha news

ଭଞ୍ଜନଗର- ଫୁଲବାଣୀ ଜାତୀୟ ରାଜପଥରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ  ମୃତ

0
ଭଞ୍ଜନଗର : ଭଞ୍ଜନଗର – ଫୁଲବାଣୀ 157 ନମ୍ବର ଜାତୀୟ ରାଜପଥର ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟ ବୁଲାଣି ରାସ୍ତାରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ  ଯୁବକ ମୃତ୍ୟୁବରଣ   ହୋଇଥିବା ଜଣାପଡିଛି | ସୂଚନାମୁତାବକ ଆଜି ଦିନ 12.30 ମି ସମୟରେ   ଭଞ୍ଜନଗର ମୁଜାଗଡ଼  ଗ୍ରାମର ଶୀତୁନ କୁମାର  ପ୍ରଧାନ  ଏକ ବାଇକରେ  କୌଣସି କାମରେ ଭଞ୍ଜନଗର  ଯାଇ ନିଜ ଗ୍ରାମ ମୁଜାଗଡ଼ ଅଭିମୁଖେ ଫେରୁଥିବା ସମୟରେ ଉକ୍ତ ସ୍ଥାନରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେର ସହ ଧକ୍କା ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସୂଚନାପ୍ରକାରେ  ଉମରକୋଟ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ବୋଲେରୋ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଉକ୍ତ ସମୟରେ ଏକ ବସ ଭଞ୍ଜନଗରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ବସ ପଛରେ  ଶୀତୁନ   ବାଇକ ଯୋଗେ ଆସୁଥିବା ବେଳେ ବସକୁ  ଓଭରଟେକ କରିବା ସମୟରେ  ବାଇକ ସହ ବୋଲେରୋ  ମୁଁହାମୁଁହି ଧକ୍କା ହେବା ଫଳରେ ଶୀତୁନ ସେଠାରେ ଛିଟିକି ହୋଇ ପଡ଼ିଥିଲେ |  ରାସ୍ତା ଉପରେ ପଡି ପ୍ରବଳ ରକ୍ତସ୍ରାବ ହେବା ସହ ଗୋଡ଼ରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ  ଯୋଗେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବାପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ  | ବ୍ରହ୍ମପୁର ଡାକ୍ତରଖାନାରେ ଶୀତୁନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଭଞ୍ଜନଗର   ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ  ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  କରିଛି |
Nalco

Leave A Reply