ଭଞ୍ଜନଗର,୧୯/୧୨ ସ୍ଥାନୀୟ ଦକ୍ଷିଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରତିରୋଧ ଓ ନିରାକରଣ ଆଲୋଚନା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଏଫଓ ବିନୋଦ କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସ୍ବତନ୍ତ୍ର ଶିବିରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନାଗ୍ନି ପ୍ରଶମନ ଓ ପରିଚାଳନା ପାଇଁ ବନ ବିଭାଗ ଓ ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା ଙ୍କ ସହଯୋଗ ଓ ସହଭାଗିତା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସେ ବନାଗ୍ନି ର ପ୍ରତିରୋଧ ଓ ନିରାକରଣ ପାଇଁ ଜଙ୍ଗଲ ରେ ପ୍ରଚୁର ପରିମାଣର ପାଣିର ଆବଶ୍ୟକ ରହିଥିବାରୁ ଜଙ୍ଗଲ ଭିତରେ ଚେକ୍ ଡ଼୍ୟାମ ଓ ବୋର୍ ଓ୍ବେଲ୍ ଅଧିକ ପରିମାଣର ନିର୍ମାଣ ହେବାର ଆବଶ୍ୟକ ରହିଛି। ଏଦିଗରେ ବନ ବିଭାଗ ପ୍ରସ୍ତାବ ଦେଲେ ତୁରନ୍ତ ଅର୍ଥ ଆଣିବା ବ୍ୟବସ୍ଥା କରାଯିବ ବୋଲିି ବିଧାୟକ ନାୟକ ପ୍ରତିଶ୍ରୁତି ଦେଇଥିଲେ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ଡିଏଫଓ (ନର୍ଥ)। ହିମାଂଶୁ ଶେଖର ମହାନ୍ତି, ଫୁଲବାଣୀ କେନ୍ଦୁଲିଫ୍ ଡିଏଫଓ ଶରତ ଚନ୍ଦ୍ର ମିଶ୍ର, ଏସଡିଭିଓ ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଫାଇର୍ ଅଫିସର ସମୀର ବିଶ୍ବାଳ ଓ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୈାରୀ ଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବନାଗ୍ନି ପ୍ରତିରୋଧ ଓ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ପ୍ରାରମ୍ଭରେ ଭିଡିଓ ମାଧ୍ୟମରେ ବନାଗ୍ନି ପ୍ରତିରୋଧ ଓ ନିରାକରଣ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଆୟୋଜିତ ଶିବିର ରେ ଲିପିକା ଏନଜିଓ ପକ୍ଷରୁ ରଞ୍ଜିତା ଦାଶ ଉପସ୍ଥିତ ରହି ତାଙ୍କ ଅନୁଷ୍ଠାନ ର ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ। ଜାଇକା ସଂଯୋଜକ ଶୁଭକାନ୍ତ ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଶେଷରେ ମୁଖ୍ୟ କିରାଣୀ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।