Odisha news

ଚୋରୀ ସନ୍ଦେହ ରେ ଆଦିବାସୀ ଯୁବକକୁ ପିଟି ପିଟି ହତ୍ୟା ଘଟଣା, ୩ ଗିରଫ, ଏବେବି ୨ ଫେରାର

0
ଭଞ୍ଜନଗର,୧୯/୯ – ଚଳିତ ମାସ ୧୬ ତାରିଖ ରେ ଚୋରୀ ସନ୍ଦେହ ରେ ଜଣେ ଆଦିବାସୀ ଯୁବକକୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ସ୍ଥାନୀୟ ପୁଲିସ ଏଯାଏଁ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେବି ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି।
   ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି କନ୍ଧ ସାହିର ଗରୀବ ମଳିକ (୪୦) ଙ୍କୁ ସେହି ଗ୍ରାମର କିଛି ଯୁବକ ଏକ ମୋଟର ସାଇକେଲ ଚୋରୀ ସନ୍ଦେହ ରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆଉ ଏଥିରେ ଗରୀବ ର ମୃତ୍ୟୁ ଘଟିଥିଲା। ପରେ ଆସାମୀମାନେ ଗରୀବ କୁ ଛାଡି ଫେରାର ହୋଇଯାଇଥିଲେ। ଏକଥା ବିଦ୍ୟୁତ୍ ବେଗରେ ପ୍ରଚାରିତ ହେବା ପରେ ଗରୀବର ପତ୍ନୀ ସୁଲେଖା ମଳିକ ଏନେଇ ଭଞ୍ଜନଗର ଥାନା ରେ ଅଭିଯୋଗ କରିଥିଲେ। ପୁଲିସ ସୁଲେଖା ଙ୍କ ଅଭିଯୋଗ କୁ ଭିତ୍ତି କରି କେଶ ନମ୍ବର – ୮୪୦/୨୪ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଏହି ଘଟଣାରେ ପୂର୍ବରୁ ପୁଲିସ ଅକ୍ଷୟ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରେ ଜିଲୁଣ୍ଡି ଗ୍ରାମର ସିମାଞ୍ଚଳ ସାହୁ ଓରଫ ପପୁନ୍ ଓ ବସନ୍ତ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏବେବି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି। ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲିି ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି।
Har Ghar Tiranga

Leave A Reply