Odisha news

ଶିକ୍ଷା ଓ ଶିକ୍ଷା ନୀତି ରେ ସଂସ୍କାର,ସୁଧାନନ୍ଦ ସରସ୍ୱତୀ

0
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଭଞ୍ଜନଗର ବେଦ ପ୍ରଚାର ସମିତି ଆନୁକୂଲ୍ୟରେ ଆଜି ସକାଳ ୧୦ ଘଂଟିକା ସମୟରେ ବେଲେଶ୍ୱର ଶୈବପୀଠ ରେ ଆଜି ୫୧ କୁଣ୍ଡିୟ ବୈଦିକ ଯଜ୍ଞାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିବା ସହ ବୈଦିକ ଯଜ୍ଞର ମହତ୍ତ୍ୱ ସମ୍ପର୍କ ରେ ଉଦଵୋଧନ ଦେଇଥିଲେ ।ଏହି ଅବସରରେ ଭଞ୍ଜନଗର ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଅନେକ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭୁକୃପା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭେଜିପୁଟ ଲିଙ୍ଗରାଜ ନାୟକ ଆୟୋଜିତ କରିଥିଲେ ତାଙ୍କ ପୁତ୍ର ଅରମାନ ର ଜନ୍ମଦିବସ  ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ସୂଚନା ମିଳିଛି । ଅପରାହ୍ନ ରେ ସମୂହ ପ୍ରସାଦ ସେବନ ଵ୍ୟଵସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁ ମାନେ  ଖୁବ ଖୁସି ଵ୍ୟକ୍ତ କରିଥିଲେ ।ଭଞ୍ଜନଗର ନିଵାସୀ ଲିଙ୍ଗରାଜ ନାୟକ ଙ୍କ ସୁପୁତ୍ର ଆରମାନ ର ତୃତୀୟ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ଓ ବେଦ ପ୍ରଚାର ସମିତି ଭଞ୍ଜନଗର ତରଫରୁ ଯଜ୍ଞ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବେଦ ପ୍ରଚାର ସମିତି ବିଭିନ୍ନ ସଭ୍ୟ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି।ଶିକ୍ଷା ଓ ଶିକ୍ଷା ନୀତି ରେ ସଂସ୍କାର ସହ ଜନ୍ମ ଦିନରେ  ପାରମ୍ପରିକ ପିଠା ପଣା ରେ ଜନ୍ମ ଦିନ ପାଳନ ସହ ହୋମ ଯଜ୍ଞ କୁ ଦୈନନ୍ଦିନ କାର୍ଯ୍ୟ ରେ ଲଗାନ୍ତୁ ବୋଲି ସ୍ୱାମୀ ସୁଧାନନ୍ଦ ପ୍ରକାଶ କରିବା ସହ ଭଞ୍ଜନଗର ବେଦ ପ୍ରଚାର ସମିତିକୁ ମଧ୍ୟ ପ୍ରଶଂସା କରିଥିଲେ।
Nalco

Leave A Reply