Odisha news

ଘାଇ ପାଣିରେ ନଷ୍ଟ ହୋଇଗଲା ମୁଗ ଫସଲ

0

ଭଂଜନଗର : ଜଗନ୍ନାଥପ୍ରସାଦ ବ୍ଳକ ଗେରେଡାରେ ଏକର ଏକର ଜମିର ମୁଗ ଫସଲ ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ ହଠାତ ନିକଟସ୍ଥ ବାଉଁଶଆଗୁଳ ଘାଇର ପାଣି ମାଡିଆସିବା ଫଳରେ ଏକର ଏକର ଜମିରେ ଚାଷ କରାଯାଇଥିବା ମୁଗ ଫସଲ ସମେତ ପରିବା ଚାଷ କରିଥିବା ଚାଷୀମାନେ କ୍ଷତି ସହିଛନ୍ତି । ଗେରେଡାର ବାଉଁଶଆଗୁଳ ଘାଇର ପୁନରୁଦ୍ଧାର କରିବା ପାଇଁ ଏକ ଠିକା ସଂସ୍ଥା ଘାଇର ପାଣିକୁ ଖାଲି କରିବା ପାଇଁ ହିଡକୁ ମେସିନ ସାହାଯ୍ୟରେ ହାଣି ଦେଇଛି ଫଳରେ ଏହାର ସମସ୍ତ ଜଳ ନିଷ୍କାସିତ ହୋଇ ବିଲମାଳରେ ଜମାହୋଇଛି । ଏହାର ସତ୍ୟାସତ୍ୟ ଅଭିଯୋଗ ତଦନ୍ତ ସାପେକ୍ଷ । ଏବେ ଚାଷୀ ମାନେ ମୁଗଚାଷ ଓ ବିଭିନ୍ନ ପରିବା ଚାଷ କରିଥିବା ବେଳେ ଜମିରେ ପାଣି ଜମିରହିବା ସହିତ ମୁଗ ଗଛ ଗୁଡିକ ନଷ୍ଟ ହୋଇଯାଇଛି ଗଛ ଗୁଡିକ ପାଣିରେ ରହି ମିଳେଇ ଯାଇଥିବା କାରଣରୁ ଏଥିରୁ ଆଉ ଗୋଟିଏ ମଧ୍ୟ ମୁଗ ଆଦାୟ ହେବନାହିଁ ବୋଲି କହିଛନ୍ତି ଚାଷୀମାନେ । ବିହନ ଓ ଚଳିତ ବର୍ଷର ସମସ୍ତ ପରିଶ୍ରମ ବୃଥାଯାଇଥିବାରୁ ଖର୍ଚ୍ଚାନ୍ତ ହୋଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପୂର୍ବରୁ ଚାଷୀମାନଙ୍କୁ ଏ ସଂପର୍କରେ କୌଣଷି ସୂଚନା ପ୍ରଦାନ କରାଯାଇନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଏହାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗେରେଡାର ଚାଷୀ ନାରାୟଣ ପାତ୍ର, ହାଡିବନ୍ଧୁ ପ୍ରଧାନ, ରାଜୁପାତ୍ର, ବିପିନ ନାୟକ, ଦିନବନ୍ଧୁ ନାୟକ, କେଶରୀ ସେଠୀ, ଦେବରାଜ ନାୟକ, ପଚାଂନନ ନାୟକ, ଦୋଳିଆ ସେଠୀ, ସୁରେନ୍ଦ୍ର ପାତ୍ର, ଟୁନି ସାହୁ ପ୍ରମୁଖ ଙ୍କ ପ୍ରାୟ ୩୦ ଏକରରୁ ଅଧିକ ଜମିରେ ପାଣିମାଡି ନଷ୍ଟ ହୋଇଯାଇଥିବା ସେମାନେ ପ୍ରକାଶ କରିବା ସହ କ୍ଷତି ପୁରଣ ପାଇଁ ଦାବୀ କରିଛନ୍ତି ।

Leave A Reply