Odisha news

ବ୍ୟକ୍ତିଗତ ଜାଗା ଉପରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣକୁ ବିରୋଧ

0

ତିହିଡି, ୧୩/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମହରମପୁର ପଞ୍ଚାୟତ ବଳସାହିରେ ବ୍ୟକ୍ତିଗତ ଜାଗା ଉପରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣକୁ ବିରୋଧ କରାଯାଇଛି । ଏଥିନେଇ ତିହିଡି ବିଡିଓଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ପ୍ରକାଶ ଯେ, ମହରମପୁର ବଳସାହିରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୨ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି । ତେବେ ଏହା ସେମାନଙ୍କ ବ୍ୟକ୍ତିଗତ ଜାଗା ଉପରେ ନିର୍ମାଣ କରାଯାଉଛି ବୋଲି ଅଲେଖ ଚରଣ ବେହେରା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସେମାନେ ହେଉଛନ୍ତି ୩ ଭାଇ ଏବଂ ପ୍ଲଟ ନଂ-୧୪୪୯, ଖାତା ନଂ-୭୯ରେ ଏକ ଜାଗା ସେମାନଙ୍କ ନାଁରେ ରହିଛି । ଏହି ଜାଗାକୁ ନେଇ ଏକ ପାର୍ଟିସନ କେସ ନଂ-୧୫୦୬/୨୩ ମଧ୍ୟ ଏବେ କୋର୍ଟରେ ବିଚାରଧୀନ ରହିଛି । ତେବେ ଏଭଳି ସ୍ଥିତିରେ ସରକାରୀ ଗାଇଡ ଲାଇନକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇ କେଉଁ ପରିସ୍ଥିତିରେ ଓ କାହା ସ୍ୱାର୍ଥରେ ବ୍ୟକ୍ତିଗତ ଜାଗା ଉପରେ ସରକାରୀ ଅର୍ଥର ବିନିଯୋଗ କରାଯାଉଛି ତାହା ସେମାନଙ୍କୁ ଚକିତ କରିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏଭଳି ବେଆଇନ ନିର୍ମାଣକୁ ସେ ବିରୋଧ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ତେଣୁ ବାଧ୍ୟହୋଇ ଶ୍ରୀ ବେହେରା ଏଥିନେଇ ବିଡିଓଙ୍କ ସମେତ ଜିଲ୍ଲାପାଳ, ପିଡି ଓ ତହସିଲଦାରଙ୍କ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Nalco

Leave A Reply