Odisha news

ଭଞ୍ଜନଗର ବ୍ଲକ ରେ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ

0

ଭଞ୍ଜନଗର,୭/୩(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) – ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଭଞ୍ଜନଗର ବ୍ଲକ ରେ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ଗୋଲାପଡା, ଡିହପଢାଲ ପଞ୍ଚାୟତର ରାସନ କାର୍ଡ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ ସହ ବ୍ୟାଗ୍ ପ୍ରଦାନ କରିଥିଲେ। ଏହି ଅବସରରେ ସେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ବୈଠକରେ ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ମନ୍ମଥ କୁମାର ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଜିଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ଉପାଧକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏ ବି ଡି ଓ ପୁର୍ଣ୍ଣ ଚନ୍ଦ୍ର ପାଢି ସଭାକୁ ସଂଯୋଜନା କରିଥିଲେ।

Nalco

Leave A Reply