Odisha news

ବିପର୍ଯ୍ୟୟ ପରିଚାଳନା କମିଟି ଗଠନ

0

ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହଯୋଗରେ ଭଞ୍ଜନଗର ବ୍ଲକର ୧୦ ଟି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ ହୋଇଯାଇଛି। ବ୍ଲକର କୁଲାଡ,ଗୋଲାପଡା,ବାଉଁଶଲୁଣ୍ଡି,ଡିହପଢାଳ, ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର,ଦୋହମୁହାଣି, ହରିଗଡ ଓ ଗାଲେରୀ ପଞ୍ଚାୟତର ସରପଞ୍ଚ, ପଂଚାୟତ ନିର୍ବାହୀ ଅଧିକାରୀ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ,ବନ କର୍ମଚାରି,କୃଷି ଗ୍ରାମ ସେବକ,ମହିଳା ମହା ସଂଘ ଅଧକ୍ଷା,ଭିନ୍ନକ୍ଷମ,ପଶୁ ଚିକିତ୍ସକ,ରାଜସ୍ୱ ନିରୀକ୍ଷକ,ୱାର୍ଡ ସଭ୍ୟ,କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତରେ ଥିବା ପ୍ରତି ରାଜସ୍ଵ ଗ୍ରାମର ଜଣେ ସ୍ଵେଚ୍ଛାସେବୀଙ୍କୁ ନେଇ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇ ଅଛି।

୨୧ ଟି ଦୈବୀ ଦୁର୍ବିପାକ ଉପରେ କମିଟି ସଭ୍ୟସଭ୍ୟାଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇଥିଲା। ସଠିକ ସମୟରେ ବିପର୍ଯ୍ୟୟ ମୁକାବିଲା କରାଯିବା ଓ ଶୂନ୍ୟ ମୃତହତ ଉପରେ ଦୀର୍ଘମିଆଦ ଯୋଜନା ଖସଡା କରି ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଖସଡା ପ୍ରସ୍ତୁତି କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ସାଧନ କର୍ମୀ ନୋଡାଲ ଏନଜିଓ ବାର୍ଡ ସମ୍ପଦକ ପ୍ରକାଶ ଚଦ୍ର ସାହୁ ସମସ୍ତ ଗ୍ରାମ ପଞ୍ଚାୟତ କମିଟି ଓ ୫୪ ଟି ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରଯିବା ଉପରେ ମତ ପ୍ରକାଶ କରିଅଛନ୍ତି। ଅଧିକ ତାଳ ବଣ ସୃଷ୍ଟି,ବନ୍ୟଜନ୍ତୁ ଦ୍ଵାରା କ୍ଷୟକ୍ଷତି,ନଦୀ ତଳି ଅଞ୍ଚଳର ନିରୂପଣ,ସତର୍କ ଆପର ବହୁଳ ବ୍ୟବହାର,ମକ୍ ଡ୍ରିଲ, ଆପାଦ ମିତ୍ର ଚୟନ,ସମସ୍ତ ହେଲ୍ପଲାଇନ ନମ୍ବର ପଂଚାୟତ କାର୍ଯ୍ୟଳୟରେ ଟଙ୍ଗାଇବା,ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକର ସମନ୍ବୟ ବୈଠକ ବସିବା ଉପରେ ଗୁରତ୍ଵ ଦିଆଯାଇଛି।

Nalco

Leave A Reply