Odisha news

ରାଜ୍ୟ ସ୍ତରୀୟ “ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ପାଇଁ ଭଂଜନଗର ବିଇଓ ଙ୍କୁ ସିଆରସିସି ଙ୍କ ସମ୍ବର୍ଧନା

0
ଭଂଜନଗର,୨୯/୦୧( ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ଓଡ଼ିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ  “ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩/୨୪” ରେ ରାଜ୍ୟ ର ୧୦ ଜଣ ବିଇଓ ଙ୍କ ମଧ୍ୟରେ ଭଂଜନଗର ବ୍ଳକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ଏସ୍ ଧନଞ୍ଜୟ ୩ୟ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଭଂଜନଗର ବ୍ଲକ ର ସମସ୍ତ ସିଆରସିସି ଉପଢୌକନ ଓ ଫୁଲତୋଡ଼ା ଦେଇ ଏବଂ ମିଠା ଖୁଆଇ ବିଇଓ ମହୋଦୟ ଙ୍କୁ ସମ୍ବର୍ଧନା ଜଣାଇଛନ୍ତି। ପ୍ରକାଶ ଥାଉକି, ନିଜର କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ଵ ବୋଧ, କଠିନ ପରିଶ୍ରମ, ତ୍ୟାଗ, ଉତ୍ସର୍ଗୀକୃତ ସେବା,   କର୍ମ ତପ୍ତରତା, ସମୟାନୁବର୍ତ୍ତୀତା, ଉତ୍ତମ ବ୍ୟବହାର ଓ ସମୟ ଯୋଗୀ ପଦକ୍ଷେପ ପାଇଁ ଭଂଜନଗର ବିଇଓ ମହୋଦୟ ସର୍ବଦା ଚର୍ଚ୍ଚା ରେ ରହିଥାନ୍ତି ଏବଂ ପ୍ରଶଂସିତ ହୋଇଥାନ୍ତି। ବିଇଓ ମହୋଦୟ ଙ୍କ ଏହି ସଫଳତାରେ ଉତ୍ସ୍ଵସିତ ହୋଇ ଭଂଜନଗର ବିଇଓ ଅଫିସର ସମସ୍ତ କର୍ମଚାରୀ ଏବଂ ଅଂଚଳ ବାସୀ ଅଭିନନ୍ଦନ ଜଣାଇ  ସମ୍ବର୍ଧନା ଜ୍ଞାପନ କରିଛନ୍ତି।
ଏଥିପାଇଁ ବିଭିନ୍ନ ମହଲରୁ ସିନିଅର ବିଇଓ ମହାଶୟଙ୍କୁ ପ୍ରଶଂସା କରାଯାଉଛି
Har Ghar Tiranga

Leave A Reply