Odisha news

ଶ୍ରୀମଦ୍ଭାଗବତ ଗୀତ ର ଏହି ୫ଟି କଥା କଳିଯୁଗ ରେ ଧୀରେ ଧୀରେ ହେଉଛି ସତ୍ୟ

0

ଶ୍ରୀମଦଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ର ସେହି ଉପଦେଶ ଗୁଡିକ ର ବର୍ଣ୍ଣନା ହୋଇଛି ଯାହା ସେ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଙ୍କୁ ଶିକ୍ଷା ଦେଇଥିଲେ l ଗୀତା ରେ ଲେଖା ଯାଇଥିବା ଉପଦେଶ ମନୁଷ୍ୟ କୁ ଜୀବନ ବଞ୍ଚିବାର ଠିକ ରାସ୍ତା ଦେଖାଇଥାଏ l ଗୀତରେ ୧୮ ଟି ଅଧ୍ୟାୟ ଓ ୭୦୦ ଶ୍ଳୋକ ରହିଛି l ଏବଂ ଏହି ଶ୍ଳୋକ ଗୁଡିକ ମାଧ୍ୟମ ରେ ଧର୍ମର ମାର୍ଗ ଅନୁସରଣ କରି ସତ କର୍ମ କରିବାର ଶିକ୍ଷା ଦିଆଯାଇଛି l କେବଳ ଏତିକି ନୁହେଁ , ଜୀବନ ର ସମସ୍ତ ସମସ୍ୟାର ସମାଧାନ ଗୀତା ରେ ରହିଛି l ଗୀତା ରେ କଳିଯୁଗ ସହିତ ଜଡିତ ଏଭଳି କଥା ଲେଖା ଯାଇଛି , ଯାହା କି ସତ୍ୟ ହୋଇଛି l ଆସନ୍ତୁ ଜାଣିବା ସେହିଭଳି ୫ ଟି କଥା l

* ଗୀତା ର ବାଣୀ ଅନୁସାରେ କଳିଯୁଗ ରେ ଧନ କୁ ମନୁଷ୍ୟ ର ଭଲ ଜନ୍ମ , ଉଚିତ ବ୍ୟବହାର ଓ ଉତ୍ତମ ଗୁଣର ପ୍ରତୀକ ବୋଲି ଗ୍ରହଣ କରାଯିବ ଓ ବ୍ୟବସାୟ ରେ ସଫଳତା ଛଳନା ଉପରେ ନିର୍ଭର କରିବ l

* କଳିଯୁଗ ରେ ଧର୍ମ , ସତ୍ୟବାଦିତା , ସ୍ୱଛତା , ସହିଷ୍ଣୁତା , ଦୟା , ଜୀବନ ର ଅବଧି , ଶାରୀରିକ ଶକ୍ତି ଓ ସ୍ମୃତି ଶକ୍ତି ଦିନକୁ ଦିନ ହ୍ରାସ ହେବାର କାରଣ ହୋଇଥାଏ l

* ଏହାଛଡା କଳିଯୁଗ ରେ ପୁରୁଷ ସ୍ତ୍ରୀ ସହିତ ବିନା ବିବାହ ରେ ନିଜ ରୁଚି ଅନୁସାରେ ରହିବେ ଏବଂ ବ୍ରାହ୍ମଣ କେବଳ ଗୋଟିଏ ପଇତା ପିନ୍ଧି ନିଜକୁ ବ୍ରାହ୍ମଣ ହେବାର ଦାବି କରିବେ ଓ ନିଜ କର୍ମ କୁ ଠିକ ଭାବେ କରିବେ ନାହିଁ l

* କଳିଯୁଗ ରେ ଲୋକେ ଅନେକ ଚିନ୍ତା , ଚାପଗ୍ରସ୍ତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ରହିବେ l ଯାହାଦ୍ୱାରା ମନୁଷ୍ୟ ର ଆୟୁଷ ହ୍ରାସ ପାଇବ l

* କଳିଯୁଗ ର ଶେଷ ସମୟ ପର୍ଯ୍ୟନ୍ତ ଋତୁ ଅନୁସାରେ ବର୍ଷା ହେବା କମିଯିବ l ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଯିବ , ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେବ l ଜନଜୀବନ କ୍ଷତିଗ୍ରସ୍ତ ହୋଇ ମନୁଷ୍ୟ ସମାଜ ମଧ୍ୟ ନଷ୍ଟ ହୋଇଯିବ l

Har Ghar Tiranga

Leave A Reply