Odisha news

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0

ଭଦ୍ରକ. ୧୧/୦୩ (ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନୀଳମଣି ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାକୁ କବି ଅମୂଲ୍ୟ ସେନାପତି ସଞ୍ଚାଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୋମନାଥ ପାଢୀ, ମୁଖ୍ୟବକ୍ତା ଭାବେ ସାହିତି୍ୟକ ତଥା ଭାଟପଡା ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ସଭ୍ୟ ଯଦୁମଣି ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ବିଭୂତି ଭୂଷଣ ସେନାପତି, ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ବଂଶୀଧର ଦାସ ଓ ମନ୍ମଥ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଶ୍ରୀମତୀ ବିଶ୍ୱାଳ ଦୀର୍ଘ ୨୮ ବର୍ଷ କାଳ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ ମଣିଷ କରିବା ସହିତ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି କହିଥିଲେ । ଶିକ୍ଷକ ଦୀନବନ୍ଧୁ ବାରିକଙ୍କ ସମେତ ପାଟଣାସାହି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ତିହିଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବକିଶୋର ଦାସ, ପ୍ରାକ୍ତନ ଶିକ୍ଷକ କୃପାସିନ୍ଧୁ ବାରିକ, ପ୍ରାକ୍ତନ ଶିକ୍ଷୟିତ୍ରୀ ରମାମଣି ବେହେରା, ବାସନ୍ତୀଲତା ପାତ୍ର, ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ-ସଭ୍ୟା-ସୁକାନ୍ତି ରାଉଳ, ବସନ୍ତ ପଣ୍ଡା, ମୋହନ ବେହେରା, ହରେକୃଷ୍ଣ ପଣ୍ଡା, କୁଶଭଦ୍ର ବାରିକ, ଧନେଶ୍ୱର ପଣ୍ଡା, ବୈଦ୍ୟନାଥ ସେନାପତି, ବିଶ୍ୱରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସଞ୍ଜିବ ପାଣିଗ୍ରାହୀ, ସୁମିତ୍ରା ପାଣିଗ୍ରାହୀ, ଉଷାରାଣୀ ମିଶ୍ର, ଭୂମିକା ମଲ୍ଲିକ ଓ ବାଳାବତି ଧଳ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସଭାକୁ ପରିଚାଳନା କରିଥିଲେ ।

Leave A Reply