Odisha news

ଭଦ୍ରକ ହିଂସା ଘଟଣାରେ ୧୫ ଗିରଫ, ମୋବାଇଲ ଇଣ୍ଟରନେଟ ସେବା ଅବଧି ୪୮ ଘଣ୍ଟା ବଢିଲା 

0
ଭଦ୍ରକ/ଧାମନଗର/ଦୋବାଲ : ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟେର୍ନେଟ ସେବା ବନ୍ଦ ରହିଛି l ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ଦାରି ପାଇଁ ରାତିରେ ପୋଲିସ ସାହି ସାହିରେ ପଇଁତରା ମାରୁଛି l ଶନିବାର ରାତିରେ ରାପିଡ଼ ଆକ୍ସନ ଫୋର୍ସ ପହଞ୍ଚିବା ପରେ ରବିବାର ସକାଳେ ସଂଥୀଆ ଓ ପୁରୁଣା ବଜାର ଅଂଚଳ ରେ ଫ୍ଲାଗ ମାର୍ଚ୍ଚ କରିଛି l ଫ୍ଲାଗ ମାର୍ଚ୍ଚ ରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଏସପି ବରୁଣ ଗୁଣ୍ଟୁପାଲି ସାମିଲ ହୋଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଡିଆଇଜି କହିଛନ୍ତି l ସେହିପରି ବିବାଦୀୟ ପୋଷ୍ଟକୁ ନେ଼ଇ ସାମିଲ ଥିବା ଯୁବକ ମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ୍, ଏହି ଗିରଫ ସଂଖ୍ୟା ଆଗକୁ ବଢିପାରେ, ତେବେ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ ସେବା ଅବଧି ଆଉ ୪୮ କୁ ବୃଦ୍ଧି କରାଯାଇଥିବା କହିଛନ୍ତି ପୂର୍ବାଞ୍ଚଳ DIG Dr ସତ୍ୟଜିତ ନାୟକ, ତେବେ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ ବନ୍ଦ ଥିବବେଳେ କେବଳ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ତେବେ ଆମ ଧାମନଗର ଓ ଦୋବଲ ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଆଜି ଧାମନଗରରେ ପୁର୍ବାଞ୍ଚଳ ଡିଆଇଜି,ଭଦ୍ରକ ଜିଲ୍ଲାପାଳ ଓ ଏସପି
ରାପିଡ ଆକ୍ସନ ଫୋର୍ସ ଓ ପୋଲିସର ଫ୍ଲାଗମାର୍ଚ୍ଚ କରିଛନ୍ତି।ସାମ୍ପ୍ରଦାୟିକ ଉତ୍ତେଜନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ଦୁଇ ଦିନ ହେବ ଇନଟରନେଟ ସେବା ଓ ଦୋକାନ ବଜାର ବନ୍ଦ ହେତୁ ସାଧାରଣ ଜୀବନ ଯାତ୍ରା ଦୁର୍ବିସହ ହୋଇ ପଡିଛି।ଗତ ୨୭ ତାରିଖ ରାତିରୁ ଅଦ୍ୟାବଧି ଧାମନଗର ଓ ଦୋବଲ ମୁସ୍ତଫାପୁର ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି।ରବିବାର ଦିନ ପୁର୍ବାଞ୍ଚଳ ଡିଆଇଜି ଡଃ.ସତ୍ୟଜିତ ନାୟକ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ,ଏସ୍ ପି ବରୁଣ ଗୁଣ୍ଡୁପାଲି ଧାମନଗରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିବାସହ ରାପିଡ ଆକ୍ସନ ଫୋର୍ସକୁ ନେଇ ଫ୍ଲାଗମାର୍ଚ୍ଚ କରିଛନ୍ତି।ଧାମନଗର ସହରାଞ୍ଚଳର ବଡ଼ ବଜାର,ସାନ ବଜାର,ଚୁନୁପଡା ଛକ,ମୁଲଣାସାହି,ନ’ହଜାରକିଲ୍ଲା,ବଜାରସାହି, ମେଡିକାଲ ବଜାର ଆଦି ସ୍ଥାନରେ ଫ୍ଲାଗମାର୍ଚ କରିଛନ୍ତି।ଦୁଇ ଦିନ ହେବ  ଇନଟରନେଟ ସେବା,ଦୋକାନ ବଜାର ବିଶେଷ କରି ଗ୍ରୋସରୀ ଦୋକାନ,ପରିବା ଦୋକାନ ବନ୍ଦ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଧାମନଗର ପରିସ୍ଥିତି ନିୟନ୍ତ୍ରଣ ଅଛି,ସ୍ବାଭାବିକ ବାତାବରଣ ଫେରି ଥିବାବେଳେ ଖୁବ ଶିଘ୍ର କଟକଣା କୋହଳ କରାଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି। ଫ୍ଲାଗମାର୍ଚ୍ଚରେ ଧାମନଗର ତହସିଲଦାର ଦୀପକ କୁମାର ଦାସ,ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାସୁଦେବ ସ୍ବାଇଁ,ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ,ଧାମନଗର ଆଇଆଇସି ଫଣୀନ୍ଦ୍ର ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେଏହି ଘଟଣାରେ ଧାମନଗର ପୋଲିସ ଆଜି ସୁଦ୍ଧା ସାତଜଣ ଙ୍କୁ ଗିରଫ କରିଛି।
ଭଦ୍ରକ,ଧାମନଗର ହେଉଛି ଭାଇଚାରାର ସହର।ଦୁଇ  ସମ୍ପ୍ରଦାୟ ମଧ୍ଯରେ ଉତ୍ତମ ବୁଝାମଣା ରଖି ଶାନ୍ତି ବଜାୟ ରଖିବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତିନିଦିନ ହେବ ଦେଖା ଦେଇଥିବା ଆଇନଶୃଙ୍ଖଳା  ପରିସ୍ଥିତି ଲାଗି ରହିଥିବାବେଳେ । ଦୋବଲ ଓ ମୁସ୍ତାଫାପୁର ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି । ଧାମନଗର ଓ ଦୋଵଲ ବଜାର ସମ୍ପୂର୍ଣ ବନ୍ଦ୍ ଥିବାରୁ ଖାଁ ଖାଁ ଲାଗୁଛି ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପଇଁତରା ମାରୁଛି କୌଣସି ସ୍ଥାନରେ ଏକାଧିକ ଲୋକଙ୍କୁ ଠୁଳ ହେବାକୁ ପୋଲିସ ସୁଯୋଗ ଦେଉନାହିଁ। ଯାତାୟତ କରୁଥିବା ଗାଡ଼ି ଉପରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଉଛି।  ପୋଲିସ୍ ପ୍ରଶାସନ ପକ୍ଷରୁ  ପାଟ୍ରୋଲିଂ କଡାକଡି କରାଯାଇଛି । ଦୋବଲ ମୁସ୍ତାଫାପୁର ଏବଂ ବିଭିନ୍ନ ଛକ, ସାହି ଓ ବସ୍ତି ଆଦି ଅଞ୍ଚଳରେ ଏକାଧିକ ପୋଲିସ ମୃତୟନ କରାଯାଇଛି।
Nalco

Leave A Reply