ବେତନଟୀ : ବେତନଟୀ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ବେତନଟୀ ପ୍ରିମିୟର ଲିଗ ସିଜିନ -୧୧ ର ଚତୁର୍ଥ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଟି ଦାନି ବାହାନଡା ଟାଇଗର ଓ ମା ଦୁର୍ଗା ଫାଇଟର ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଆରିୟନ ଫାଇଟର ଓ ୧୧ ଷ୍ଟାର ମୋରଡା ମଧ୍ୟରେ ହୋଇଥିଲା | ପ୍ରଥମ ମ୍ୟାଚରେ ମା ଦୁର୍ଗା ଫାଇଟର ୨୦ ଓଭରରେ ୯ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଜବାବରେ ବାହାନଡା ଫାଇଟର ୧୯ ଓଭରେ ରେ ୬ ଟି ୱିକେଟ ହରାଇ ୧୩୮ ରନ କରି ବିଜୟ ଲାଭ କରିଥିଲା। ବାହାନଡା ଫାଇଟର ର ଶଙ୍କର ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ସେହିଭଳି ଦ୍ଵିତୀୟ ମ୍ୟାଚରେ ୧୧ ଷ୍ଟାର ମୋରଡା ନିର୍ଦ୍ଧାରିତ ୧୯.୧ ଓଭର ରେ ସମସ୍ତ ୱିକେଟ ହରାଇ ୧୨୫ ରନ ସଂଗ୍ରହ କରଥିଲା। ଜବାବରେ ଆରିୟନ ଫାଇଟର ୧୯.୧ ଓଭରରେ ୬ ୱିକେଟ ହରାଇ ୧୨୮ ରନ କରି ବିଜୟ ଲାଭ କରିଥିଲା । ଏଥିରେ ଆରିୟନ ଫାଇଟର ର ଖେଳାଳି ଦୀପକ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଉଭୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚଙ୍କୁ କ୍ଲବ ର ସମ୍ପାଦକ ଦିଲ୍ଲୀପ ରାଉତ ଓ ବରିଷ୍ଠ ଖେଳାଳି କୁନା ସାହୁ ପୁରସ୍କୃତ କରିଥିଲେ। ଏହି ଖେଳକୁ ଯଶୋବନ୍ତ ବେହେରା ଓ ସୁଧାକର ପଣ୍ଡା ପରିଚାଳନା କରିଥିଲେ। ସ୍କୋର ଦାୟିତ୍ବରେ ରବୀନ୍ଦ୍ର ସାହୁ ଓ ବିକାଶ ଦାସ ଅନଲାଇନ ସ୍କୋର ଭାବରେ ଗୌରବ ନାଥ, ପରିଚାଳନା କରିଥିଲେ । ଏହି ଖେଳକୁ ମନୋଜ କୁମାର ପଣ୍ଡା, ନରୋତ୍ତମ ମହାନ୍ତ, କରଣ ନାଥ, ଅମର ଦାସ, ଭାଗ୍ୟ ରଞ୍ଜନ ବେହେରା, ଚନ୍ଦନ ଗିରି ପ୍ରମୁଖ ସହଯୋଗ କରିଥିଲେ।