Odisha news

ଡାହିବାଡି ହାଟର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଏବଂ ଆଦର୍ଶ ହାଟର କାର୍ଯ୍ୟାରମ୍ଭ ପାଇଁ ଭୂମି ପୂଜନ କଲେ ବଡ଼ସାହି ବିଧାୟକ ସନାତନ ବିଜୁଳି

0
ବେତନଟୀ : ଶହେ ବର୍ଷରୁ ଉର୍ଦ୍ଧ୍ଵ ଡାହିବାଡି ହାଟର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଗୁରୁବାର ପୂର୍ବାହ୍ନ ସମୟରେ ଭୂମି ପୂଜନ କଲେ ଜନପ୍ରିୟ ବିଧାୟକ ସନାତନ ବିଜୁଳି । ପ୍ରାପ୍ତ ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲାରେ ସର୍ବପୁରାତନ ସାପ୍ତାହିକ ହାଟ ମଧ୍ୟରେ ଡାହିବାଡି ସାପ୍ତାହିକ ହାଟ ଅନ୍ୟତମ । ଏହି ହାଟଟି ବେତନଟୀ ବ୍ଳକ ବୈଶିଙ୍ଗା ପଞ୍ଚାୟତ ମହୁରୀ ଗ୍ରାମ ଉପକଣ୍ଠ ରେ ଅବସ୍ଥାପିତ ଅଛି । ମାତ୍ର  ଶହେ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ରାଜନୀତି ମନୋଭାବ କମ ଥିବାରୁ ଏହି ହାଟ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ହୋଇନଥିଲା | ନିର୍ବାଚନ ସମୟରେ ସମସ୍ତ ଦଳ ପାଇଁ ଏହାର ଉନ୍ନତିକରଣ ଏକ ପ୍ରମୁଖ ଏଜେଣ୍ଡା ହୋଇଥିବା ବେଳେ ନିର୍ବାଚନ ସରିଗଲା ପରେ ଏହା ଉପରେ କୌଣସି ନେତୃବୃନ୍ଦଙ୍କ ନଜର ପଡି ନଥାଏ |ଆଲୋକ ଏବଂ ଗମନାଗମନ କୁ ନେଇ ହଜାର ହଜାର ଗ୍ରାହକ ଏବଂ ଶତାଧିକ ବ୍ୟବସାୟୀ ନାହିଁ ନଥିବାର ଅସୁବିଧା ଭୋଗୁଥିଲେ ।  ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ପ୍ରଥମ କରି ଡାହିବାଡି ସାପ୍ତାହିକ ହାଟରେ ନିଜର ହାତ ପାଣ୍ଠିରୁ  ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଲୋକିକରଣ କରିଥିଲେ । ଚଳିତ ନିର୍ବାଚନ ସମୟରେ ସ୍ଥାନୀୟ ଲୋକଙ୍କର ଜନସ୍ୱାର୍ଥକୁ ଲକ୍ଷ୍ୟକରି ଏହାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ସହ ଆଦର୍ଶହାଟ ନିମନ୍ତେ ଏହା ତାଙ୍କର ପ୍ରମୁଖ ଏଜେଣ୍ଡା ଭାବରେ ଗ୍ରହଣ କରିଥିଲେ । ମଙ୍ଗଳବାର ବିଧାୟକ ଶ୍ରୀଯୁକ୍ତ ବିଜୁଳି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସମେତ ପିଏ ଆଇଟିଡିଏ , କନିଷ୍ଠ ଯନ୍ତ୍ରୀ ହାଟ ପଡ଼ିଆରେ ପହଞ୍ଚି ସମ୍ପୂର୍ଣ୍ଣ ପଡିଆ ପରିଦର୍ଶନ କରିବା ସହ ଆଦର୍ଶ ହାବର ରୂପରେଖ ବାବଦରେ ପ୍ରସ୍ତୁତ ନକ୍ସା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଏହା ସହ ଗୋଟିଏ ମଡେଲ ପୋଖରୀ , ସୁନ୍ଦର ବଗିଚା, ଖୋଲା ବ୍ୟାୟାମଶାଳା, ଆଲୋକିକରଣ , ରାସ୍ତା , ପିଣ୍ଡି ଭଳି ଅନେକ କାର୍ଯ୍ୟ ଏଥିରେ ବ୍ୟବସ୍ଥା ଥିବା ଜଣାଯାଇଛି l ଏହି ଆଦର୍ଶହାଟର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦେଢ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଆଜି ଗୁରୁବାର ପୂର୍ବାହ୍ନ ସମୟରେ ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ଗ୍ରାମବାସୀ , ସରପଞ୍ଚ, ସମିତି ସଭ୍ୟ , ଆଇଟିଡିଏ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ର ସଦସ୍ୟ ଏବଂ ବୈଶିଙ୍ଗା ଅଞ୍ଚଳର ନେତୃ ଶ୍ରେଣୀର ବ୍ୟକ୍ତି, ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ , ସମସ୍ତ ସାମ୍ବାଦିକ  ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପଣ୍ଡା, ସୁଦର୍ଶନ ମହାପାତ୍ର , ସୁରେନ୍ଦ୍ର ରାଉତ , ପରେଶ ଚନ୍ଦ୍ର ରାଉତ , ରାମଚନ୍ଦ୍ର ପ୍ରଧାନ , ବିଜୟ କୁମାର ପଣ୍ଡା ,ଗଜେନ୍ଦ୍ର ବିଶ୍ୱାଳ , ରବିନାରାୟଣ ପଣ୍ଡା , ରତିକାନ୍ତ ମହାନ୍ତ , ଅମୂଲ୍ୟ ପାଣି , କଟିଆ ଦଳେଇ, ବିବେକାନନ୍ଦ ପଣ୍ଡା , କାର୍ତ୍ତିକ ନାୟକ , ଲକ୍ଷ୍ମୀଧର ଦଣ୍ଡପାଟ , ପଙ୍କଜ କୁମାର ପଣ୍ଡା , ପ୍ରଶାନ୍ତ ସାମଲ , ଅକ୍ଷୟ ପ୍ରଧାନ , ଦୀପକ ପ୍ରଧାନ ,ଉତ୍ସର୍ଗ ବେହେରା , ଶାନ୍ତନୁ ପଣ୍ଡା , ସରୋଜ କୁମାର ପତି, ଜୀବନ ପରିଡା , ରାକେଶ ମହାନ୍ତି , ଶାନ୍ତନ୍ତ ଦଳେଇ , ସୀତାନାଥ ବେହେରା, ଖଗେଶ୍ଵର ରାଉଳ ଏବଂ ଅନ୍ୟ ଶତାଧିକ ଜନ ସାଧାରଣ , କର୍ମୀ ଉପସ୍ଥିତ ଥିଲେ । ସ୍ଥାନୀୟ ଗ୍ରାମବାସୀ ରାମକୃଷ୍ଣ ପ୍ରଧାନ,ରବିନ୍ଦ୍ର ରାଉତ, ଟିକ ରାଉତ୍ ପ୍ରମୁଖ ବିଧାୟକଙ୍କର ଏହି କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply