Odisha news

ସାନ୍ତଳି ମାନଙ୍କର ନିଆରା ପର୍ବ ” ସହରାୟ” ପର୍ବ ପାଳିତ

0
ବେତନଟୀ : ଓଡ଼ିଶାରେ ମୋଟ ୬୪ଟି ଭିନ୍ନ ଭିନ୍ନ ଆଦିବାସୀ ଥିବାବେଳେ “ସାନ୍ତାଳୀ” ମାନଙ୍କର ବାର ମାସରେ ତେର ପର୍ବ ମଧ୍ଯରୁ “ସହରାୟ”(ଗୋ ବନ୍ଦାଣ) ପର୍ବ ନିଆରା। ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧିନ ଗଡଦେଉଳିଆ ପଞ୍ଚାୟତର ଭାନୁପୁର ଗ୍ରାମରେ  ଏହି ନିଆରା  “ସହରାୟ” ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି  । ପ୍ରାପ୍ତ ସୂଚନା ମୁତାବକ ଏହି ପର୍ବଟି ସାନ୍ତାଳ ମାନଙ୍କର କାଳୀପୂଜା ଅମାବସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ରେ ଶେଷ ହୋଇଥିଲା। ଏହି ପର୍ବଟି ପାଞ୍ଚ ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନରେ ଗ୍ରାମବାସୀଙ୍କ ସହିତ ଗ୍ରାମର ପୂଜକ(ନାଏକେ) ପଡିଆରେ ପୂଜାର୍ଚ୍ଚନା କରି ଗୋରୁ ଗାଈ ମାନଙ୍କୁ ଅଣ୍ଡା ମଡା କରିଥିଲେ । ଦ୍ୱିତୀୟ ଦିନରେ ସନ୍ଧ୍ୟା ସମୟରେ ସମସ୍ତ ଗୁହାଳକୁ ଯାଇ ଗୋରୁ ଗାଈଙ୍କୁ ସମୂହ ବନ୍ଦନା ଗୀତ ଗାଈ ବନ୍ଦାପନା କରାଯାଇଥିଲା। ତୃତୀୟ ଦିନରେ ଗ୍ରାମବାସୀ ମାନେ ସମସ୍ତଙ୍କ ଗୋଟିଏ ଗୋଟିଏ ଗୋରୁକୁ ସୁ-ସଜ୍ଜିତ କରି ପଡିଆରେ ବନ୍ଧା ଯାଇଥିଲା। ସମସ୍ତେ ନିଜ ନିଜ ଗୋରୁଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରି ଧୂମସା,ମାଦଳ ଓ ନାଗରା ବଜାଇ ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ  | ଏହି ବନ୍ଦାଣ ପର୍ବକୁ ଉପଭୋଗ କରିବା ପାଇଁ  ଶତାଧିକ ଲୋକେ ସାସ୍କୃତିକ ବେଶ ପୋଷାକରେ ସାମିଲ୍ ମଧ୍ୟ ହୋଇଥିଲେ। ଏହି କାର୍ଯ୍ଯକ୍ରର୍ମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ରୂହ୍ୟା ହାଁସଦାଃ,ଅଜୟ ମୁର୍ମୁ,ଭାଗବତ ମୁର୍ମୁ,ଶିବାନ ବେଶ୍ରା,ସିଦ୍ଧେଶ୍ୱର ମୁର୍ମୁ,ମଙ୍ଗଲ ମୁର୍ମୁ,ବାଇଧର ଟୁଡ଼ୁ,ବିଷ୍ଟୁମ ଟୁଡ଼ୁ,ସର୍ବେଶ୍ୱର ମାରାଣ୍ଡି  ପ୍ରମୂଖ ସହଯୋଗ କରିଥିଲେ।

Leave A Reply