Odisha news

ଦେଶୀ ମଦ ଜବତ ଏବଂ ତିନି ଅଭିଯୁକ୍ତ ଗିରଫ

0
ବେତନଟୀ : -ବେତନଟୀ ଅବକାରୀ ବିଭାଗ ପକ୍ଷରୁ ବୈଶିଙ୍ଗା ଏବଂ ବଡ଼ସାହି ଥାନା ଅଧୀନ ତିନୋଟି ଗ୍ରାମରେ ଚଢାଉ କରି ୩୬ ଲି ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି | ସୂଚନାରୁ ପ୍ରକାଶ ଖବର ପାଇ ବେତନଟୀ ଅବକାରୀ ଥାନାଧିକାରୀ ପ୍ରକାଶ ସାହୁଙ୍କ ନେତୃତ୍ୱରେ ଏକ ଟିମ ସୋମବାର ବୈଶିଙ୍ଗା ଥାନା ମାଣତ୍ରୀ ପାଣ୍ଡି  ଅଧୀନ ମାଳିହାତୀ ଗ୍ରାମରେ ଚଢଉ କରି ମାୟଦୀ ହାଁସଦା ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ମଦ ଜବତ କରିଥିଲା l ପରେ ପରେ ବଡ଼ସାହି ଥାନା ଅଧୀନ ସିଙ୍ଗଟିଆ ଗ୍ରାମରେ ଚଢଉ କରି ଲକ୍ଷ୍ମଣ କିସ୍କୁ ଏବଂ ଖୁଣ୍ଟା ଗ୍ରାମର କର୍ମୀ ସୋରେନ ଙ୍କୁ  ଗିରଫ କରିବା ସହ ସେମାନଙ୍କ ନିକଟରୁ ମଧ୍ୟ ଦେଶୀ ମଦ ଜବତ କରିଥିଲା ଅବକାରୀ ଟିମ । ଗିରଫ ତିନି ଅଭିଯୁକ୍ତଙ୍କ   ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ସେଠାରେ ସେମାନଙ୍କୁ ଜାମିନ ମିଳିଥିବାର ଜଣାଯାଇଛି l
Nalco

Leave A Reply