Odisha news

ଅସ୍ମିତା ଖେଲୋ ଇଣ୍ଡିଆ ଜୋନାଲ ୱେଟଲିଫ୍ଟି ଚାମ୍ପିଅନସିପ୍ : ସ୍ନେହାଙ୍କୁ ରୌପ୍ୟ, ମୀନା ଓ ଆଲିଶା ଙ୍କୁ କାଂସ୍ୟ

0
ବେତନଟୀ :  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ବିଜୁପଟ୍ଟନାୟକ ୱେଟଲିଫ୍ଟିଂ ହଲରେ ଚଳିତମାସ ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ଜୋନାଲ ୱେଟଲିଫ୍ଟିଂ ଚାମ୍ପିଅନସିପ୍-୨୦୨୪ରେ ସିନିୟରବର୍ଗରେ ଶକ୍ତିମାନ ଜିମ୍ନାସିୟମର ଆନ୍ତର୍ଜାତୀୟ ଖେଳାଳି ସ୍ନେହା ସୋରେନ ରୌପ୍ୟପଦକ ହାସଲ କରିଛନ୍ତି। ଯୁବବର୍ଗରେ ମୀନା ସିଂ ଏବଂ ଆଲିଶା ବେହେରା କାଂସ୍ୟପଦକ ହାସଲକରି ଶକ୍ତିମାନ ଜିମ୍ନାସିୟମ ଓ ମୟୂରଭଞ୍ଜ ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛନ୍ତି l ବେତନଟୀ ଥାନା ଅଧୀନ ଶକ୍ତିମାନ ଜିମ୍ନାସିୟମର ପ୍ରତିଷ୍ଠାତା ତ‌ଥା ପ୍ରଶିକ୍ଷକ ପରେଶଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଆରମ୍ଭ କରିଥିବା ସ୍ନେହା ସୋରେନ ସିନିୟର ବର୍ଗର ୫୫କେଜି ବିଭାଗରେ ସ୍ନାଚ୍ ୮୦କେଜି ଏବଂ କ୍ଲିନ ଏଣ୍ଡ ଜାର୍କ ୧୦୮କେଳି ଏହିପରି ମୋଟ ୧୮୮କେଜି ଭାରୋତ୍ତଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ତେବେ ମାତ୍ର ଏକ କିଲୋଗ୍ରାମର ବ୍ୟବଧାନ ପାଇଁ ସ୍ନେହା ସ୍ବର୍ଣ୍ଣପଦକରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ଯୁବବର୍ଗର ୫୫କେଜି ବିଭାଗରେ ମୀନା ସିଂ ସ୍ନାଚ୍ ୭୧କେଜି ଏବଂ କ୍ଲିନ ଏଣ୍ଡ ଜାର୍କ ୮୫ କେଜି ଏହିପରି ମୋଟ ୧୫୬ କେଜି ଭାରୋତ୍ତଳନ କରିଥିବା ବେଳେ ଆଲିଶା ବେହେରା ମଧ୍ୟ ଯୁବବର୍ଗର ୫୫କେଜି ବିଭାଗରେ ସ୍ନାଚ୍ ୬୧କେଜି ଏବଂ କ୍ଲିନ ଏଣ୍ଡ ଜାର୍କ ୮୧କେଜି ଏହିପରି ମୋଟ ୧୪୨କେଜି ଭାରୋତ୍ତଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ଜୋନାଲସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ପୂର୍ବଭାରତର ୧୨ଟି ରାଜ୍ୟରୁ ବଛାବଛା ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶକ୍ତିମାନ ଜିମ୍ନାସିୟମର ସ୍ନେହା ସୋରେନ, ମୀନା ସିଂ ଏବଂ ଆଲିଶା ବେହେରା ଓଡ଼ିଶା ପକ୍ଷରୁ ସାମିଲ ହୋଇଥିଲେ । ଏକାଧିକ ଜାତୀୟସ୍ତରୀୟ ୱେଟଲିଫ୍ଟି° ଚାମ୍ପିଆନସିପ୍‌ ରେ କୃତିତ୍ୱ ହାସଲ କରିଥିବା ମୀନା ସିଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବର୍ତ୍ତମାନ ପଞ୍ଜାବର ପଟିଆଲା ଠାରେ ପ୍ରଶିକ୍ଷଣ ଜାରି ରଖିଛନ୍ତି । ଏନେଇ  ପ୍ରଶିକ୍ଷକ ପରେଶଚନ୍ଦ୍ର ମହାନ୍ତଙ୍କ ଏବଂ କୃତୀ ପ୍ରତିଯୋଗୀ ଙ୍କ ନିକଟକୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । କୃତୀ ଖେଳାଳିଙ୍କର ଏହି ସଫଳତା ପାଇଁ ମୟୂରଭଞ୍ଜ ୱେଟଲିଫ୍ଟି ଏସୋସିଏସନର ଅଧ୍ୟକ୍ଷ ତଥା ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସଭାପତି ନବକୁମାର ସାହୁ, ଉପସଭାପତି ବିଜୟ କୁମାର ମିଶ୍ର, ଜୀତେନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ତରୁଣ ମହାନ୍ତି, କୋଷାଧ୍ୟକ୍ଷ ବିଜୟ ଦାସ, ଉପଦେଷ୍ଟା ଶଙ୍କର କର, ମନୋଜ ରାଉତ, ପ୍ରିୟବ୍ରତ ଦାସ, ରାଜ୍ୟ ଭାରତ୍ତୋଳନ ଏସୋସିଏସନର ସଭାପତି ଚିତ୍ତରଞ୍ଜନ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ ତଥା ଅର୍ଜୁନପୁରସ୍କାରପ୍ରାପ୍ତ କେ. ରବିକୁମାର, ସ୍ପୋର୍ଟ ହୋଷ୍ଟେଲ କୋଚ୍ ଧର୍ମା ରାଓ, ଆନ୍ତର୍ଜାତୀୟ ଭାରୋତ୍ତଳନକାରୀ ମନ୍ଦାକିନୀ ମହାନ୍ତ ପ୍ରମୁଖ କୃତୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply