Odisha news

ବୈଶିଙ୍ଗା ଅଞ୍ଚଳରେ ୧୫୦ରୁ ଅଧିକ ମିଳିମିଳାରେ ଆକ୍ରାନ୍ତ 

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ କଦଳିଆ , ମଛପଦା , ନୟାବସନ୍ତପୁର , ହେତାପୁର , ପାଏକଯୁଗୁପୁରା ଏବଂ ରାଇକମା ଆଶ୍ରମ ବିଦ୍ୟାଳୟରେ ୧୫୦ ରୁ ଅଧିକ ପିଲାଙ୍କୁ ମିଳିମିଳା  ହୋଇଥିବା ଖବର ଛାଞ୍ଚଲ୍ୟ ସୃଷ୍ଟି କରିଛି | ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୪ ଜଣ ଡାକ୍ତର , ପାର୍ମାଶିଷ୍ଟ , ଏଏନଏମ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଦୈନନ୍ଦିନ ଘରକୁ ଘର ବୁଲି ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କରି ଆକ୍ରାନ୍ତ ରୋଗୀଙ୍କୁ ନିରାକରଣ ପାଇଁ ଔଷଧ ଦେବା ସହିତ ଗୁରୁତର ରୋଗୀଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।ଏହି ଡାକ୍ତରୀ ଟିମରେ ଡା. ସୁରଜିତା ମହାନ୍ତି, ଡା.ପ୍ରଦୀପ ମହାନ୍ତ, ଫାର୍ମାଶିଷ୍ଟ ରାଜେନ୍ଦ୍ର ବେହେରା ପ୍ରମୂଖ ସହଯୋଗ କରିଥିବା ଜଣାଯାଇଛି |ରିପୋର୍ଟ ପାଇ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର , ଉଚ୍ଚ ପଦସ୍ଥ ଅଧିକାରୀ ଆକ୍ରାନ୍ତ ଗ୍ରାମ ଗୁଡିକ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ନେବାକୁ ଜଣାଯାଇଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସିପୁନ କୁମାର ପଣ୍ଡା ଆଜି ଆକ୍ରାନ୍ତ ଗ୍ରାମ ଗୁଡିକ ବୁଲି ରାଇକମା ଆଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ । ମିଳିମିଳା ଚିହ୍ନଟ ପରେ ଅନ୍ତେବାସୀ ୧୨ ଜଣଙ୍କୁ ଉପଚାର କରିବା ସହିତ ଗୁରୁତର ୪ ଜଣ ଙ୍କୁ ଘରକୁ ପଠାଇ ଦେଇଥିବା ଜଣାଯାଇଛି l ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଭାବେ ବଢିଚାଲିବା ଯୋଗୁଁ ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତୁରନ୍ତ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି।
Nalco

Leave A Reply