Odisha news

ତାଣ୍ଡବ କଲା ଗୋଠଛଡ଼ା ଦନ୍ତା।ମହିଳାଙ୍କ ଗୋଡ ଭାଙ୍ଗିଲା,ଧାନ ଚାଉଳ ଖାଇଲା

0
ବେତନଟୀ :  ହାତୀ ଉପଦ୍ରବରେ ଜୈନିକା ମହିଳାଙ୍କ ଭାଙ୍ଗିଗଲା ଗୋଡ। ଏହିପରି ଏକ ଅଭାବନୀୟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ ଅଧିନ ଗଡଦେଉଳିଆ ପଞ୍ଚାୟତର ଶ୍ରୀବତ୍ସପୁର(ମହୁଲିଆ )ଗ୍ରାମରେ। ମିଳିଥିବା ସୂଚନା ମୁତାବକ ବୁଧବାର ଭୋର ୩ଟା ପାଖାପାଖି ସମୟରେ ଏକ ଗୋଠ ଛଡା ଦନ୍ତା ହାତୀଟି ଅଚାନକ ଗ୍ରାମକୁ ପ୍ରବେଶ କରିଥିଲା। ରାତିରେ ବର୍ଷା ହେଉଥିବାରୁ  ହାତୀ ଆସିବାର ଖବର ପାଇନଥିଲେ ଗ୍ରାମବସୀ।ଠିକ୍‌ ଏତିକି ବେଳେ ହାତୀଟି ଗ୍ରାମର ସଲମା ହେମ୍ବ୍ରମଙ୍କ ଘରକୁ ପ୍ରବେଶ କରି କାନ୍ଥ ଭାଙ୍ଗିଥିଲା। କାନ୍ଥ ଭାଙ୍ଗିଲା ବେଳେ କାନ୍ଥଟି ଭିତର ପଟେ ଶୋଇଥିବା ସଲମାଙ୍କ ପୁଅ ଜଳେନ୍ଦ୍ର ଓ ବହୁ ଜବାଙ୍କ ଉପରେ ପଡିଥିଲା। ତେବେ ପୁଅ ଜଳେନ୍ଦ୍ର ଙ୍କ କିଛି ହେଇନଥିବା ବେଳେ ବହୁ ଜବାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ହାତୀଟି ଧାନବସ୍ତାକୁ ଟେକି ନେଇ ବାହାରେ ଖାଉଥିବା ବେଳେ ହାତୀର ଗତିବିଧିକୁ ଲକ୍ଷକରୁଥିବା ବନବିଭାଗର ଏକ ଟିମ ହାତୀକୁ ଘଉଡ଼ାଇବା ସହିତ ଗୁରୁତ୍ତ୍ୱର ମହିଳାଙ୍କୁ ନିଜ ଗାଡିରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ବର ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ତେବେ ହାତୀଟି ନିକଟସ୍ଥ କ୍ଷୀରପଦା ଓ ବଡାମ ଜଙ୍ଗଲରେ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପରେ ପୁଣି ଜଙ୍ଗଲରୁ ବାହାରି ଗାଆଁରେ ପଶିବା ଆଶଙ୍କା ଥିବାରୁ ହାତୀଟିକୁ ଘଉଡ଼ାଇବା ସହିତ ଗୁରୁତ୍ତ୍ୱର ଗରିବ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ସବୁ ବନବିଭାଗ ବହନ କରିବା ପାଇଁ ଗ୍ରାମବସୀ ମାନେ ଦାବି କରିଛନ୍ତି।
Har Ghar Tiranga

Leave A Reply