Odisha news

ବୈଶିଙ୍ଗା ବନାଞ୍ଚଳ ଅଧିନରେ ବନାଗ୍ନି ନିରାକରଣ ସଚେତନତା ରାଲି

0
ବେତନଟୀ: ବୈଶିଙ୍ଗା ବନାଞ୍ଚଳ ଅନ୍ତର୍ଗତ ଦଲକି ଓ ମୋହନପୁର ବନ ସୁରକ୍ଷା ସମିତିରେ ବନାଗ୍ନୀ ନିରାକରଣ ସଚେତନତା ପଦଯାତ୍ରା ବେତନଟୀ ବନଖଣ୍ଡ ଅଧିକାରୀ ମନୁୱାର ଖାନଙ୍କ ତତ୍ତ୍ଵାବଧାନରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଏହି ପଦଯାତ୍ରାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲରେ ଯେପରି ନିଆଁ ନ ଲାଗିବା, ଯଦି ନିଆଁ ଲାଗିଲା ତାହା ହେଲେ ତୁରନ୍ତ ଜଙ୍ଗଲ ବିଭାଗ କୁ ଜଣାଇବା, ମିଳିମିଶି ନିଆଁକୁ ଲିଭାଇବା l ତେଣୁ ଜନସଚେତନତା ପାଇଁ ସ୍ଥାନୀୟ ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟାଙ୍କ ମିଳିତ ଆନୁକୂଲ୍ୟରେ ବନ ବିଭାଗର କର୍ମଚାରୀମାନେ ମିଶି ବିଭିନ୍ନ ସ୍ଳୋଗାନ ଦେଇଥିଲେ l ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଓ ହାତରେ ପ୍ଲାକାର୍ଡ ସହ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ମଧ୍ୟ ପରିକ୍ରମା କରିଥିଲେ l ଆଜିର ଏହି ସଚେତନତା ରାଲିରେ ଜାଇକା ସଂଯୋଜକ ନିହାରରଞ୍ଜନ ସାମଲ, ବେତନଟୀ ଓ ବୈଶିଙ୍ଗା ବନପାଳ ପ୍ରଶାନ୍ତ କୁମାର ସିଂହସାମନ୍ତ, ବଡାମପୁର ବନପାଳ ଦୀପକ ପାତ୍ର, ବାନରକ୍ଷୀ ହୃଷିକେଶ ବେହେରା, ରାଇଧନ ସିଂ, ସସ୍ମିତା ଶତପଥି, ପ୍ରିୟଙ୍କା ସାହୁ, ଜୟନ୍ତୀ ପାତ୍ର, ଉତ୍ତମ ଦାସ ପ୍ରମୁଖଙ୍କ ସହିତ ଏକାଧିକ ଗଜସାଥୀ ଉପସ୍ଥିତ ଥିଲେ l ନୂଆ ଜଙ୍ଗଲ ସୃଷ୍ଟି କରିବା ଅପେକ୍ଷା ସ୍ଥିତାବସ୍ଥା ଥିବା ଜଙ୍ଗଲ ଗୁଡ଼ିକୁ ରକ୍ଷା କରିବାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।
Nalco

Leave A Reply